ETV Bharat / sports

ଆଇସିସି ଟି20 ବ୍ୟାଟିଂ ମାନ୍ୟତା: ରାହୁଲ ଦ୍ବିତୀୟ, ସପ୍ତମରେ କୋହଲି - ଆଇସିସି ବ୍ୟାଟିଂ ମାନ୍ୟତା

ସଦ୍ୟ ପ୍ରକାଶିତ ଆଇସିସି ଟି20 ବ୍ୟାଟିଂ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଦ୍ବିତୀୟ ଓ ବିରାଟ କୋହଲି ସପ୍ତମ ସ୍ଥାନରେ ରହିଛନ୍ତି । ଅଧିକ ପଢନ୍ତୁ...

KL Rahul at 2, Virat Kohli at 7 in ICC T20I rankings
ଆଇସିସି ଟି20 ବ୍ୟାଟିଂ ମାନ୍ୟତା: ରାହୁଲ ଦ୍ବିତୀୟ, ସପ୍ତମରେ କୋହଲି
author img

By

Published : Feb 15, 2021, 8:33 PM IST

ଦୁବାଇ: ପ୍ରକାଶ ପାଇଛି ଆଇସିସି ଟି20 ବ୍ୟାଟିଂ ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଓ ବିରାଟ କୋହଲି ନିଜର ପୂର୍ବସ୍ଥାନ ବଜାୟ ରଖିଛନ୍ତି । ସୋମବାର ପ୍ରକାଶିତ ବ୍ୟାଟିଂ ମାନ୍ୟତା ତାଲିକାରେ ରାହୁଲ ଦ୍ବିତୀୟ ଓ କୋହଲି ସପ୍ତମ ସ୍ଥାନରେ ରହିଛନ୍ତି ।

ଇଂଲଣ୍ଡ ବିପକ୍ଷରେ ଭାରତ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳିବ । ଫଳରେ ଦୁଇ ଖେଳାଳି ମାନ୍ୟତାର ଉପରକୁ ଉଠିବାର ସମ୍ଭାବନା ରହିଛି । ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଶେଷ ହେବାପରେ ଆଇସିସି ପକ୍ଷରୁ ଟି20 ଅପଡେଟ୍‌ ମାନ୍ୟତା ପ୍ରକାଶ ପାଇଛି । ବାବାର ଆଜମଙ୍କ ଦଳ 2-1ରେ ସିରିଜ ବିଜୟୀ ହୋଇଛି ।

ବୋଲିଂ ମାନ୍ୟତାରେ ଦକ୍ଷିଣ ଆଫ୍ରିକା ସ୍ପିନର ତାବ୍ରିଜ ସାମସି କ୍ୟାରିୟରର ଶ୍ରେଷ୍ଠ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟପଟେ ପାକିସ୍ତାନ ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ମାନ୍ୟତାର 42ତମ ସ୍ଥାନରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.