ନର୍ଥମ୍ପଷ୍ଟନ: ଇଂଲିଶ କାଉଣ୍ଟି କ୍ରିକେଟ କ୍ଳବ ନର୍ଥମ୍ପଷ୍ଟନସାୟର କିରନ ପୋଲାର୍ଡ ଓ ଫହିମ ଅସରଫଙ୍କ ଚୁକ୍ତି ବାତିଲ କରିଛି । ଉଭୟ ଖେଳାଳିଙ୍କ ସହମତିରେ କ୍ଳବ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।
ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସମସ୍ତ ପ୍ରକାର କ୍ରିକେଟ ମ୍ୟାଚ ବନ୍ଦ ରହିଛି । ଏପରି ସ୍ଥିତିରେ ପୂର୍ବରୁ ଏକାଧିକ ଖେଳାଳିଙ୍କ କାଉଣ୍ଟି ଚୁକ୍ତି ବାତିଲ ହୋଇସାରିଛି । ଏହି କ୍ରମରେ ପୋଲାର୍ଡ ଓ ଫହିମ ଯୋଡି ହୋଇଛନ୍ତି ।
ଉଭୟ ପୋଲାର୍ଡ ଓ ଫହିମ ଦକ୍ଷ ଖେଳାଳି । ତେବେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଥିବା ନର୍ଥମ୍ପଷ୍ଟନସାୟର ମୁଖ୍ୟ କୋଚ ଡେଭିଡ ରିପଲେ କହିଛନ୍ତି ।