ଖେଲୋ ଇଣ୍ଡିଆ: ତୀରନ୍ଦାଜରେ ପଞ୍ଜାବ ବିଶ୍ବବିଦ୍ୟାଳୟକୁ 4 ପଦକ - Khelo India University Games
ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ପଞ୍ଜାବ ବିଶ୍ବବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା । ତୀରନ୍ଦାଜରେ ଇଭେଣ୍ଟରେ 3ଟି ସ୍ବର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି ପଞ୍ଜାବ ବିଶ୍ବବିଦ୍ୟାଳୟର ପ୍ରତିଯୋଗୀ ।
ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ପଞ୍ଜାବ ବିଶ୍ବବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା । ତୀରନ୍ଦାଜ ଇଭେଣ୍ଟରେ 3ଟି ସ୍ବର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି ପଞ୍ଜାବ ବିଶ୍ବବିଦ୍ୟାଳୟର ପ୍ରତିଯୋଗୀ । ଏଥିସହିତ ମେଡାଲ ତାଲିକାର 5ମ ସ୍ଥାନକୁ ଉନ୍ନୀତ ହୋଇଛି ପଞ୍ଜାବ ବିଶ୍ବବିଦ୍ୟାଳୟ ।
ପୁରୁଷ କମ୍ପାଉଣ୍ଡ, ମହିଳା କମ୍ପାଉଣ୍ଡ ଓ ମିଳିତ କମ୍ପାଉଣ୍ଡ ଟିମ ଇଭେଣ୍ଟରେ 3ଟି ସ୍ବର୍ଣ୍ଣ ହାସଲ କରିଛନ୍ତି । ପୁରୁଷ କମ୍ପାଉଣ୍ଡ ଏକକ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି ।
ବିଶ୍ବ ତୀରନ୍ଦାଜ ମାନ୍ୟତାରେ ଏକ ନମ୍ବର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ପଞ୍ଜାବ ବିଶ୍ବବିଦ୍ୟାଳୟର ତୀରନ୍ଦାଜ ପ୍ରତିଯୋଗୀ ସଙ୍ଗମପ୍ରୀତ ସିଂ । ଅନ୍ୟପଟେ ଅନ୍ୟତମ ତୀରନ୍ଦାଜ ଷ୍ଟାର ପ୍ରୀତିନ୍ଦର କୌର ଏସିଆନ ଗେମ୍ସରେ ମେଡାଲ ହାସଲ ସହ ଅଲମ୍ପିକ ଖେଳିବାକୁ ଆଶା ରଖିଥିବା କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ