ବେଙ୍ଗାଲୁରୁ: କର୍ଣ୍ଣାଟକ ପ୍ରିମିୟର ଲିଗରେ ହୋଇଥିବା ମ୍ୟାଚ ଫିକ୍ସିଂ ଘଟଣାର ବୁକିକୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ । ଏହି ଫିକ୍ସିଂ ଘଟଣାରେ ଅନ୍ତର୍ଜାତୀୟ ବୁକି ସାୟମ ନାମରେ ପୂର୍ବରୁ ଗିରଫ ପରୱାନ ଜାରି ହୋଇଥିଲା । ତେବେ ଏହି ଘଟଣାରେ 2 କର୍ଣ୍ଣାଟକ କ୍ରିକେଟର, କୋଚ ପୂର୍ବରୁ ଗିରଫ ହୋଇଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ଅତିରିକ୍ତ କମିଶନର ସନ୍ଦୀପ ପାଟିଲ ତଦନ୍ତ ଦାୟିତ୍ବରେ ରହିଛନ୍ତି । ଅନ୍ୟତମ ବୁକି ଭାବେଶ ଭାଫନା କେପିଏଲ ମ୍ୟାଚ ପିକ୍ସିଂରେ ସଂପୃକ୍ତ ଥିବା ଜଣାପଡିଛି ।
ଏହି ହାଇପ୍ରୋଫାଇଲ ମ୍ୟାଚ ଫିକ୍ସିଂ ଘଟଣାରେ ବହୁ ଖେଳାଳି ସଂପୃକ୍ତ ଥିବା ସୂଚନା ମିଳୁଛି । ଗିରଫ ବୁକିଙ୍କ ଦଳର ଷ୍ଟାର ଖେଳାଳିମାନଙ୍କୁ ଫସାଇଥିବା ସ୍ବୀକାର କରିଛନ୍ତି । ତେବେ ତଦନ୍ତ ପରେ ଫିକ୍ସିଂ ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।