ETV Bharat / sports

କପିଲ ଦେବଙ୍କ ଘରୋଇ ଷ୍ଟାଡିୟମ ହେଲା 'ଅସ୍ଥାୟୀ ଜେଲ୍' - Kapil dev

ଚଣ୍ଡିଗଡ ସେକ୍ଟର 16 କ୍ରିକେଟ ଷ୍ଟାଡିୟମରେ ଓ ସ୍ପୋର୍ଟ କମ୍ପଲେକ୍ସକୁ ଏକ ଅସ୍ଥାୟୀ ଜେଲରେ ପରିଣତ କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁୁ....

kapils-home-pitch-turns-into-temporary-jail
କପିଲ ଦେବଙ୍କ ଘରୋଇ ଷ୍ଟାଡିୟମ ହେଲା 'ଅସ୍ଥାୟୀ ଜେଲ୍'
author img

By

Published : Mar 24, 2020, 10:49 PM IST

ଚଣ୍ଡିଗଡ: ସହରରେ କର୍ଫ୍ୟୁ ଉଲ୍ଲଂଘନକାରୀଙ୍କୁ ତୁରନ୍ତ ଗିରଫ କରାଯାଉଛି । ଏମାନଙ୍କୁ ଗିରଫ କରାଯାଇ ସ୍ଥାନୀୟ ସେକ୍ଟର 16 କ୍ରିକେଟ ଷ୍ଟାଡିୟମରେ ଓ ସ୍ପୋର୍ଟ କମ୍ପଲେକ୍ସରେ ରଖାଯାଉଥିବା ସୂଚନା ମିଳିଛି । ତେବେ ଏହି ଐତିହାସିକ କ୍ରିକେଟ ଷ୍ଟାଡିମୟଟି ହେଉଛି କ୍ରିକେଟ କିମ୍ବଦନ୍ତୀ କପିଲ ଦେବ, ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏବଂ ହରଭଜନ ସିଂଙ୍କ ଘରୋଇ ପିଚ୍ ।

ଚଣ୍ଡିଗଡ ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ସେକ୍ଟର 16ରେ କ୍ରିକେଟ୍ ଷ୍ଟାଡିୟମ୍ ଏବଂ ମଣିମାଜ୍ରାରେ ଥିବା ସ୍ପୋର୍ଟସ୍ କମ୍ପ୍ଲେକ୍ସକୁ ଏକ ଅସ୍ଥାୟୀ ଜେଲରେ ପରିଣତ କରିଛୁ । 15.32 ଏକର ଉପରେ ବ୍ୟାପିଥିବା ଏହି କ୍ରିକେଟ ଷ୍ଟାଡିୟମରେ 20,000ରୁ ଅଧିକ ଲୋକଙ୍କୁ ଧାରଣ କରିବାର କ୍ଷମତା ରଖିଛି | ପୋଲିସର ସୂଚନାନୁସାରେ, କର୍ଫ୍ୟୁ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ଆଇପିସି ଧାରା 188 ଅନୁଯାୟୀ ଗିରଫ କରାଯାଉଛି ।

ପଞ୍ଜାବରେ କୋରୋନା ଭାଇରସ୍ ମାମଲା 7କୁ ବୃଦ୍ଧି ପାଇଛି । ରାଜ୍ୟପାଳ ଭିପି ସିଂ ବାଦନୋର ସୋମବାର ମଧ୍ୟରାତ୍ରିରୁ ସହରରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସହରର ସମସ୍ତ ଅଞ୍ଚଳରେ କର୍ଫ୍ୟୁକୁ କଡାକଡି ଭାବେ ଲାଗୁ କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.