ETV Bharat / sports

ଜ୍ୟାକ କାଲିସ୍ -ଜାହିର ଆବାସ- ଲିସା ସ୍ଥାଲେକରଙ୍କୁ ଆଇସିସି ହଲ ଅଫ ଫେମ ସମ୍ମାନ - ଆଇସିସି

ଦ.ଆଫ୍ରିକାର ମହାନ ଅଲରାଉଣ୍ଡର ଜ୍ୟାକ କାଲିସ୍, ପାକିସ୍ତାନର ମହାନ ବ୍ୟାଟ୍ସମ୍ୟାନ ଜହିର ଅବାସ ଓ ପୁନେର ଜନ୍ମଲାଭ କରିଥିବା ଅଷ୍ଟ୍ରେଲିଆର ମହିଳା କ୍ୟାପଟେନ ଲିସା ସ୍ଥାଲେକରଙ୍କୁ ଆଇସିସି ହଲ ଅଫ ଫେମରେ ସ୍ଥାନ ମିଳିଛି ।

ଆଇସିସି ହଲ ଅଫ ଫେମରେ ସାମିଲ ହେଲେ କୈଲିସ-ଜହିର ଅବାସ-ଷ୍ଟାଲେକର

author img

By

Published : Aug 23, 2020, 6:49 PM IST

Updated : Aug 23, 2020, 8:45 PM IST

ଦୁବାଇ: ଦକ୍ଷିଣ ଆଫ୍ରିକାର ମହାନ ଅଲରାଉଣ୍ଡର ଜ୍ୟାକ କାଲିସ୍, ପାକିସ୍ତାନର ମହାନ ବ୍ୟାଟ୍ସମ୍ୟାନ ଜହିର ଅବାସ ଓ ପୁନେର ଜନ୍ମଲାଭ କରିଥିବା ଅଷ୍ଟ୍ରେଲିଆର ମହିଳା କ୍ୟାପଟେନ ଲିସା ସ୍ଥାଲେକରଙ୍କୁ ଆଇସିସି ହଲ ଅଫ ଫେମରେ ସ୍ଥାନ ମିଳିଛି ।

kallis-abbas-and-sthalekar-inducted-into-icc-hall-of-fame
ଫଟୋ ସୌଜନ୍ୟ: ଟ୍ବିଟର@ICC

ରବିବାର ଦିନ ଆଇସିସି ନିଜର ଅଫିସିଆଲ ଟ୍ବିଟରରେ ପୋଷ୍ଟ କରିଛି ।

ମହାମାରୀ ଯୋଗୁଁ ଆଇସିସି ଭର୍ଚୁଆଲ ସମାରୋହ ଆୟୋଜନ କରିଥିଲା । ଏଥିରେ କାଲିସଙ୍କ ସହ ତାଙ୍କ ସାଥୀ ଖେଳାଳି ଶନ ପୋଲାକ ଓ ଭାରତର ମହାନ କ୍ରିକେଟର ସୁନୀଲ ଗାଭାସ୍କର ଉପସ୍ଥିତ ଥିଲେ ।

ଆଇସିସି ହଲ ଅଫ ଫେମରେ ସାମିଲ ହେଲେ କୈଲିସ-ଜହିର ଅବାସ-ଷ୍ଟାଲେକର
ଆଇସିସି ହଲ ଅଫ ଫେମରେ ସାମିଲ ହେଲେ କୈଲିସ-ଜହିର ଅବାସ-ଷ୍ଟାଲେକର

2009 ଆଇସିସି ହଲ ଅଫ ଫେମରେ ସ୍ଥାନ ପାଇଥିବା ଗାଭାସ୍କର, କାଲିସଙ୍କୁ ଫେମରେ ସ୍ଥାନ ମିଳିବା ପରେ କହିଛନ୍ତି ଯେ, ସେ ଜଣେ ବିଶାଳ ବ୍ୟକ୍ତିତ୍ବର ମଣିଷ । ଆଇସିସି ହଲ ଅଫ ଫେମରେ ସ୍ଥାନ ପାଇବର ଯୋଗ୍ୟ ବ୍ୟକ୍ତି ଅଟନ୍ତି ।

କ୍ରିକେଟର ମହାନ ଅଲରାଉଣ୍ଡର କାଲିସ୍ ଦ.ଆଫ୍ରିକା ପାଇଁ 1995ରୁ 2014 ଯାଏଁ 166 ଟେଷ୍ଟ, 328 ଦିନିକିଆ ଓ 25ଟି-20 ମ୍ୟାଚ ଖେଳିଛନ୍ତି । ଏହାବ୍ୟତୀତ ଟେଷ୍ଟରେ 292ଟି ଓ ଦିନିକିଆରେ 273ଟି ଓ୍ବିକେଟ ହାସଲ କରିଛନ୍ତି ।

ସେହିପରି ମହିଳା କ୍ରିକେଟରଙ୍କ ପ୍ରସଂଶାରେ ସେ କହିଛନ୍ତି ଯେ, ଆପଣ କେବଳ ଅଷ୍ଟ୍ରେଲିଆର ନୁହେଁ ଭାରତର ବି ପ୍ରେରଣାର ସ୍ରୋତ ।

ସ୍ଥାଲେକର ଅଷ୍ଟ୍ରେଲିଆ ପାଇଁ 8ଟି ଟେଷ୍ଟ, 125ଟି ଦିନିକିଆ ଓ 54ଟି-20 ମ୍ୟାଚ ଖେଳିଛନ୍ତି ।

ପାକିସ୍ତାନର ମହାନ ବ୍ୟାଟ୍ସମ୍ୟାନଙ୍କୁ ଫେମରେ ସ୍ଥାନ ମିଳିଥିବାରୁ ବେଶ ଖୁସି ଜାହିର କରିଛନ୍ତି ଗଭାସ୍କର । ସେ କହିଛନ୍ତି , ମୁଁ ବହୁତ ଖୁସି ଅଛି । ତାଙ୍କୁ ଏହି ସମ୍ମାନ ମିଳିବାରେ ଏତେ ବିଳମ୍ବ କାହିଁକି ହେଲା । କ୍ରିଜରେ ବ୍ୟାଟିଂ କରୁଥିବାର ତାଙ୍କୁ ଦେଖିଲେ ବହୁତ ଭଲ ଲାଗୁଥିଲା । ସେ ଆମ ବିପକ୍ଷରେ ଖେଳୁଥିଲେ ବି ଖୁସି ଲାଗେ ।

ଜହିର ନିଜ ଦେଶ ପାକିସ୍ତାନ ପାଇଁ 78ଟି ଟେଷ୍ଟ ମ୍ୟାଚ ଖେଳି 5062ରନ ଓ 62 ଦିନିକିଆ ଖେଳି 2572ରନ ସଂଗ୍ରହ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ ପାଇଁ ସେ 100ରୁ ଅଧିକ ଶତକୀୟ ପାଳି ଖେଳିଥିବା ଏକମାତ୍ର ଏସିଆର ବ୍ୟାଟ୍ସମ୍ୟାନ ଅଟନ୍ତି ।

Last Updated : Aug 23, 2020, 8:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.