ହାଇଦ୍ରାବାଦ: ଗତ ଚମ୍ପିଆନ ଭାରତ ମଙ୍ଗଳବାର ଦିନ ଅଷ୍ଟ୍ରେଲିଆ ବିପକ୍ଷରେ 74ରନ୍ରେ ବିଜୟ ହାସଲ କରି ସେମିଫାଇନାଲକୁ ପ୍ରବେଶ କରିଛି । ତେବେ ସେହି 28 ଜାନୁଆରୀ ଭାରତ ପାଇଁ ଆଉ ଏକ ସ୍ପେସିଆଲ ଦିନ ଥିଲା ।
ଠିକ୍ 20ବର୍ଷ ତଳେ ଜାନୁଆରୀ 28ତାରିଖ ଦିନ ମହମ୍ମଦ କୈଫଙ୍କ ନେତୃତ୍ବରେ ଭାରତୀୟ ଟିମ ଶ୍ରୀଲଙ୍କାକୁ ହରାଇ 1ମ ଥର ପାଇଁ ଅଣ୍ଡର-19 କ୍ରିକେଟ ବିଶ୍ବକପର ଟାଇଟଲ ନିଜ ନାଁରେ କରିଥିଲେ ।
ତେବେ ମହମ୍ମଦ କୈଫ 20ବର୍ଷ ତଳର ସ୍ମୃତିକୁ ମନେ ପକାଇ ମଙ୍ଗଳବାର ଦିନ ଟ୍ବିଟ କରିଥିଲେ । ସେ ଟ୍ବିଟରେ ଉଲ୍ଲେଖ କରିଥିଲେ ଯେ, ଏହି ବିଜୟକୁ 20ବର୍ଷ ବିତିଯାଇଛି । ଯେବେ ଆମେ ପ୍ରଥମ ଥର ପାଇଁ ଅଣ୍ଡର-19 ବିଶ୍ବକପ ଜିତିଥିଲୁ । ଅଧିନାୟକ ଭାବେ ମୋ ପାଇଁ ସମ୍ନାନର କଥା କି ମୁଁ ବିଶ୍ବ ବିଜେତା ଟିମର ନେତୃତ୍ବ ନେଇଥିଲି । ମୁଁ ଅଣ୍ଡର-19 ଟିମକୁ ହୃଦୟରୁ ଶୁଭକାମନା ଜଣାଉଛି ଓ ଆଶା କରୁଛି ଏହି ଟିମ ପୁଣି ଆଉ ଥରେ ବିଶ୍ବ ବିଜେତା ହେବ ।
ଭାରତ ଆଜି ସୁଦ୍ଧା ଭାରତ 4ଥର ଅଣ୍ଡର-19 କ୍ରିକେଟ ବିଶ୍ବକପର ଟାଇଟଲ ହାତେଇଛି ।
28 ଜାନୁଆରୀ 2000ରେ କଲମ୍ବୋ ଗ୍ରାଉଣ୍ଡରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଅଣ୍ଡର-19 କ୍ରିକେଟ ବିଶ୍ବକପର ଫାଇନାଲ ମ୍ୟାଚ ଖେଳା ଯାଇଥିଲା । ଶ୍ରୀଲଙ୍କା ଟିମ ଟସ୍ ଜିତି ପ୍ରଥମେ ବ୍ୟାଟି କରିଥିଲା । ତେବେ ଭାରତୀୟ ବୋଲରଙ୍କ ସାନଦାର୍ ବୋଲିଂରେ 178 ରନ୍ରେ ଆୟୋଜକ ଦଳ ଅଲ ଆଉଟ୍ ହୋଇଯାଇଥିଲା । ତେବେ ଟାର୍ଗେଟକୁ ପିଛା କରି ଭାରତ 40.4 ଓଭରରେ 4 ଓ୍ବିକେଟ ବିନିମୟରେ 179ରନ୍ ହାସଲ କରି ବିଶ୍ବ ବିଜେତା ହୋଇଥିଲା ଟିମ୍ ଇଣ୍ଡିଆ ।
ଏହି ଫାଇନାଲ ମ୍ୟାଚରେ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଥିଲେ ଯୁବରାଜ ସିଂ।