ମେଲବୋର୍ଣ୍ଣ: ଆର୍ଥିକ ସଙ୍କଟ ହେଇ ଗତି କରୁଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ । ପୂର୍ବରୁ 80 ପ୍ରତିଶତ କର୍ମଚାରୀଙ୍କୁ ଛଟେଇ ସହ ଅବଶିଷ୍ଟଙ୍କୁ 20 ପ୍ରତିଶତ ଦରମା ଦେବାକୁ ବୋର୍ଡ ଘୋଷଣା କରିଛି ।
କ୍ରିକେଟରଙ୍କ ଦରମା କାଟ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ଦରମା କାଟ ହେଲେ ସମସ୍ତ ଖେଳାଳି ଏହାକୁ ସ୍ବୀକାର କରିବେ କହିଛନ୍ତି ସ୍ପିଡଷ୍ଟାର ଜସ ହେଜେଲଉଡ । ତେବେ ଖୁବଶୀଘ୍ର ବୋର୍ଡ ଏହି ସଙ୍କଟ ପରିସ୍ଥିତିରୁ ବାହାରିବ ଆଶା ପ୍ରକାଶ କରିଛନ୍ତି ହେଜେଲଉଡ । କୋରୋନା ଭାଇରସ ଯୋଗୁଁ ମାର୍ଚ୍ଚରୁ ଅଷ୍ଟ୍ରେଲିଆରେ କ୍ରିକେଟ ବନ୍ଦ ରହିଛି । ଦେଶର ସୀମା ସିଲ ହେବା ସହ 6 ମାସ ବିମାନ କଟକଣା ଲାଗୁ ହୋଇଛି ।