ETV Bharat / sports

ଆଇପିଏଲ: ସବୁଠାରୁ ବଡ ଭାଗିଦାରୀ ଠିଆ କଲେ ଏହି ଯୋଡି - David Warner

ବେୟାରଷ୍ଟୋ ଓ ୱାର୍ଣ୍ଣର ପ୍ରଥମ ୱିକେଟ ଯୋଡିରେ ହାଇଦ୍ରାବାଦ ପାଇଁ 185 ରନର ପାର୍ଟନରସିପ ଖେଳିଛନ୍ତି । ଯାହାକି ଆଇପିଏଲ ଇତିହାସରେ ସର୍ବଶ୍ରେଷ୍ଠ ।

ଫଟୋ ସୌଜନ୍ୟ- @SunRisers
author img

By

Published : Mar 31, 2019, 10:40 PM IST

ହାଇଦ୍ରାବାଦ: ସଣ୍ଡେ ସୁପର ଫାଇଟରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ ମ୍ୟାଚ । ଏଠାରେ ଖେଳାଯାଇଥିବା ଆଇପିଏଲର 11ତମ ମ୍ୟାଚରେ ସବୁଠାରୁ ବଡ ଭାଗିଦାରୀର ରେକର୍ଡ କରିଛନ୍ତି ହାଇଦ୍ରାବାଦର ଏହି ଓପନିଂଯୋଡି । ଦୁହେଁ ପ୍ରଥମ ୱିକେଟ ଯୋଡିରେ 185ରନର ପାର୍ଟନରସିପ ଖେଳିଛନ୍ତି । ଯାହାକି ଆଇପିଏଲ ଇତିହାସରେ ସର୍ବାଧିକ।

ipl
ଫଟୋ ସୌଜନ୍ୟ- @SunRisers

ତେବେ ବେୟାରଷ୍ଟୋ ୧୧୪ (୫୬ ବଲ, ୧୨ ଚୌକା, ୬ ଛକା) ଓ ୱାର୍ଣ୍ଣର ଅପରାଜିତ ୧୦୦ (୫୫ ବଲ, ୫ ଚୌକା, ୫ ଛକା) ରନ୍ କରିଛନ୍ତି । ମ୍ୟାଚକୁ 118ରନରେ ଜିତିନେଇଛି ଘରୋଇ ଦଳ ।

ipl
ଫଟୋ ସୌଜନ୍ୟ- @SunRisers

ତେବେ ଏ ଦୁହେଁ ଆଇପିଏଲର ପୂର୍ବତନ ଭାଗିଦାରୀ ରେକର୍ଡକୁ ଭାଙ୍ଗିଛନ୍ତି । ପୂର୍ବରୁ 2017ରେ ଗୁଜୁରାଟ ଲାୟନ୍ସ ବିପକ୍ଷରେ କେକେଆରର ଗୌତମ ଗମ୍ଭୀର ଓ କ୍ରିସ ଲାୟନ 184ରନର ଭାଗିଦାରୀ ଖେଳିଥିଲେ ।

ipl
ଫଟୋ ସୌଜନ୍ୟ- @SunRisers

ସେହିପରି ଏହି ଯୋଡି ଚଳିତ ଆଇପିଏଲ ସିଜିନରେ ଲଗାତାର 100 ପ୍ଲସ ଭାଗିଦାରୀ ଖେଳି ନୂଆ ରେକର୍ଡ ଖେଳିଛନ୍ତି ।

ipl
ଫଟୋ ସୌଜନ୍ୟ- @SunRisers
  • 118 କେକେଆର ବିପକ୍ଷ ମ୍ୟାଚ
  • 110 ରାଜସ୍ଥାନ ବିପକ୍ଷ ମ୍ୟାଚ
  • 185 ଆରସିବି ବିପକ୍ଷ ମ୍ୟାଚ
    ipl
    ଫଟୋ ସୌଜନ୍ୟ- @SunRisers

ସେହିପରି ଆଇପିଏଲ ଚଳିତ ସିଜନର କୌଣସି ଏକ ମ୍ୟାଚରେ ଦୁଇଟି ଶତକ ଯୋଡିଥିବା ଦଳ ହାଇଦ୍ରାବାଦ ବନିଯାଇଛି । ଆଜି ମ୍ୟାଚରେ ହାଇଦ୍ରାବାଦର ଏହି ଦୁଇ ଯୋଡି ଦୁଇଟି ଶତକ ମାରି ଆଇପିଏଲରେ 2ୟ ଯୋଡି ବନିଯାଇଛନ୍ତି । ପୂର୍ବରୁ 2016 ମସିହାରେ ଆରସିବି ପକ୍ଷରୁ ଅଧିନାୟକ କୋହଲି ଓ ଡିଭିଲର୍ସ ଗୋଟିଏ ମ୍ୟାଚରେ ଦୁଇ ଦୁଇଟି ଶତକୀୟ ପାଳି ଖେଳିଥଲେ । ଏହି ମ୍ୟାଚ ଗୁଜୁରାଟ ଲାୟନ୍ସ ବିପକ୍ଷରେ ଖେଳା ଯାଇଥିଲା ।

Intro:Body:

DCD

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.