ETV Bharat / sports

ପାକିସ୍ତାନ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡର ବ୍ୟାଟିଂ କୋଚ ଜୋନାଥନ ଟ୍ରଟ - ପାକିସ୍ତାନ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ

ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ, ପୂର୍ବତନ ବ୍ୟାଟ୍ସମ୍ୟାନ ଜୋନାଥନ ଟ୍ରଟ ଇଂଲଣ୍ଡର ବ୍ୟାଟିଂ କୋଚ ନିଯୁକ୍ତି ହୋଇଛନ୍ତି ।

Jonathan Trott named England batting coach for Pak series: Report
ପାକିସ୍ତାନ ସିରିଜ ପାଇଁ ଇଂଲଣ୍ଡର ବ୍ୟାଟିଂ କୋଚ ଜୋନାଥନ ଟ୍ରଟ
author img

By

Published : Aug 4, 2020, 4:19 PM IST

ମାଞ୍ଚେଷ୍ଟର: ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ, ପୂର୍ବତନ ବ୍ୟାଟ୍ସମ୍ୟାନ ଜୋନାଥନ ଟ୍ରଟ ଇଂଲଣ୍ଡର ବ୍ୟାଟିଂ କୋଚ ନିଯୁକ୍ତ ହୋଇଛନ୍ତି । ଆସନ୍ତା ବୁଧବାର ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଉଭୟ ଟିମ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଓ ପରେ 3 ଟିକିଆ ଟି-20 ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

Jonathan Trott named England batting coach for Pak series: Report
ପାକିସ୍ତାନ ସିରିଜ ପାଇଁ ଇଂଲଣ୍ଡର ବ୍ୟାଟିଂ କୋଚ ଜୋନାଥନ ଟ୍ରଟ

ଟ୍ରଟ କ୍ରିକେଟର ସମସ୍ତ ଫର୍ମାଟରୁ 2018ରେ ଅବସର ନେଇଥିଲେ । ଏକ ପ୍ରମୁଖ କ୍ରିକେଟ ୱେବସାଇଟର ସୂଚନା ଅନୁଯାୟୀ, ପୂର୍ବତନ ନ୍ୟୁଜିଲାଣ୍ଡ ସ୍ପିନର ଜିତନ ପଟେଲ, ଟ୍ରଟଙ୍କ ପୂର୍ବତନ ୱାରୱିକସାୟର ସାଥୀ ଗ୍ରେମ ୱେଲଚ୍ ମଧ୍ୟ କୋଚିଂ ଟିମରେ ଯୋଗଦେବେ ।

ଟ୍ରଟ ଇଂଲଣ୍ଡ ପାଇଁ ବର୍ଷ 2009ରେ ଡେବ୍ୟୁ କରିଥିଲେ । ବର୍ଷ 2009-2015 ମଧ୍ୟରେ ଖେଳିଥିବା 52ଟି ଟେଷ୍ଟରୁ 9ଟି ଶତକୀୟ ଇଂନିସ ଓ 19ଟି ଅର୍ଦ୍ଧଶତକ ସହାୟତାରେ 3835 ରନ ସଂଗ୍ରହ କରିଛନ୍ତି । 2011ରେ ବିଶ୍ବର ନଂ1 ଟେଷ୍ଟ ମାନ୍ୟତା ହାସଲ କରିଥିବା ଇଂଲଣ୍ଡ ଟିମର ସଦସ୍ୟ ରହିଛନ୍ତି ଜୋନାଥନ ଟ୍ରଟ ।

ଘରୋଇ କ୍ରିକେଟରେ ଟ୍ରଟଙ୍କ ରେକର୍ଡ ମଧ୍ୟ ଦମଦାର ରହିଛି । ମୋଟ 281 ମ୍ୟାଚରୁ 18,662 ରନ ତାଙ୍କ ନାମରେ ରହିଛି । ଏଥିରେ 46ଟି ଶତକ ଓ 92ଟି ଅର୍ଦ୍ଧଶତକ ସାମିଲ ରହିଛି ।

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମାଞ୍ଚେଷ୍ଟରରେ ଆଗାମୀ ବୁଧବାର ଖେଳାଯିବ । ଏହାପରେ ସାଉଥାମ୍ପଟନରେ ଅଗଷ୍ଟ 13 ଓ ଅଗଷ୍ଟ 21ରେ ଯଥାକ୍ରମେ 2ୟ ଓ 3ୟ ଟେଷ୍ଟ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.