ETV Bharat / sports

ବୁମରାଙ୍କୁ 'ବେବି ବୋଲର' କହିଲେ ରଜାକ, ଟ୍ବିଟରରେ ଉଡିଲା ମଜାକ

author img

By

Published : Dec 5, 2019, 9:28 PM IST

ପାକିସ୍ତାନ ଅଲରାଉଣ୍ଡର ଅବଦୁଲ ରଜାକ ଟିମ ଇଣ୍ଡିଆର ଷ୍ପିଡ ଷ୍ଟାର ଜଶପ୍ରିତ ବୁମରାଙ୍କୁ ବେବି ବୋଲର କହି ସୋସିଆଲ ମି଼ଡିଆରେ କଡା ସମାଲୋଚନାର ଶିକାର ହୋଇଛନ୍ତି ।

ବେବି ବୋଲର
ବେବି ବୋଲର

ନୂଆଦିଲ୍ଲୀ: ପୁଣି ଜଣେ ପାକିସ୍ତାନି କ୍ରିକେଟରଙ୍କୁ କଡା ସମାଲୋଚନାର ଶିକାର ହେବାକୁ ପଡିଛି । ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ ଟିମ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରିତ ବୁମରାଙ୍କୁ ବେବି ବୋଲର କହିଥିଲେ । ତେବେ ରଜାକଙ୍କ ଏହି ବୟାନ ତାଙ୍କୁ ମହଙ୍ଗା ପଡିଛି ।

ଫଟୋ ସୌଜନ୍ୟ: twitter
ଫଟୋ ସୌଜନ୍ୟ: twitter
ଫଟୋ ସୌଜନ୍ୟ: twitter
ଫଟୋ ସୌଜନ୍ୟ: twitter

ସୋସିଆଲ ମିଡିଆରେ ରଜାକଙ୍କୁ ଜୋରଦାର ଟ୍ରୋଲ କରାଯାଉଛି । ଏପରିକି କିଛି ଫ୍ୟାନ୍ସ ରଜାକଙ୍କ ବେବି ବୋଲର ବୟାନକୁ 'ମଜାକ ଅଫ ଦି ଇୟର' କହିଛନ୍ତି । ବର୍ତ୍ତମାନ ସମୟର କ୍ରିକେଟରେ ବୁମରା ଜଣେ ଶ୍ରେଷ୍ଠ ବୋଲର । କ୍ରିକେଟ ବିଶ୍ବକପରେ ଅନେକ ଅଭିଜ୍ଞ ବ୍ୟାଟ୍ସମ୍ୟାନ ବୁମରାଙ୍କ ଆଗରେ ତିଷ୍ଠି ପାରିନଥିଲେ । କ୍ରିକେଟର ସବୁ ଫର୍ମାଟରେ ବୁମରାଙ୍କ ଘାତକ ୟର୍କର, ବାଉନ୍ସର ବିପକ୍ଷ ଟିମ ପାଇଁ ମୁଣ୍ଡବିନ୍ଧାର କାରଣ ବନିଥାଏ । ଫଟାଫଟ କ୍ରିକେଟରେ ବୁମରା ଆହୁରି ମାରାତ୍ମକ ହୋଇଥାନ୍ତି । ବୁମରାଙ୍କୁ ବହୁ କିମ୍ବଦନ୍ତୀ କ୍ରିକେଟର ତଥା ଭେଟେରାନ ବୋଲର ବର୍ତ୍ତମାନ ସମୟର ଶ୍ରେଷ୍ଠ ବୋଲର ବୋଲି କହିସାରିଛନ୍ତି ।

ଫଟୋ ସୌଜନ୍ୟ: twitter
ଫଟୋ ସୌଜନ୍ୟ: twitter

ତେବେ ରଜାକଙ୍କ ଏହି ମନ୍ତବ୍ୟକୁ ପିଲାଳିଆମି ବୋଲି ମଧ୍ୟ ଅନେକ ଫ୍ୟାନ୍ସ କହିଛନ୍ତି । ପୂର୍ବରୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ସେହଜାଦ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଠାରୁ ଅଧିକ ଦକ୍ଷ ଖେଳାଳି ବୋଲି କହି ସମାଲୋଚନାର ଶିକାର ହୋଇଥିଲେ ରଜାକ । ପରେ ସେହଜାଦଙ୍କୁ ପାକିସ୍ତାନ ଟିମରେ ସ୍ଥାନ ମିଳିନଥିଲା ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.