ETV Bharat / sports

‘ମୋଇନ ଅଲୀ କ୍ରିକେଟ ଖେଳିନଥିଲେ ISIS ଆତଙ୍କବାଦୀ ହୋଇଥାନ୍ତେ’

author img

By

Published : Apr 6, 2021, 10:43 PM IST

Updated : Apr 6, 2021, 11:00 PM IST

ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲୀଙ୍କୁ ନେଇ ବାଂଲାଦେଶର ଜଣାଶୁଣା ଲେଖିକା ତସଲିମା ନସରିନଙ୍କ ବିବାଦୀୟ ଟିପ୍ପଣୀ । ଅଧିକ ପଢନ୍ତୁ...

Jofra Archer not impressed by Taslima Nasreen's remarks on Moeen Ali, wants author to delete tweet
"ମୋଇନ ଅଲୀ କ୍ରିକେଟ ଖେଳିନଥିଲେ ISIS ଆତଙ୍କବାଦୀ ହୋଇଥାନ୍ତେ"

ନୂଆଦିଲ୍ଲୀ: ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲୀଙ୍କୁ ନେଇ ବାଂଲାଦେଶର ଜଣାଶୁଣା ଲେଖିକା ତସଲିମା ନସରିନଙ୍କ ବିବାଦୀୟ ଟିପ୍ପଣୀ । ଜଣେ ପ୍ରତିଷ୍ଠିତ ଲେଖିକା ହୋଇଥିଲେ ମଧ୍ୟ ମୋଇନଙ୍କ ବିରୁଦ୍ଧରେ ଅରୁଚିକର ଟ୍ବିଟ କରିଛନ୍ତି ତସଲିମା । "ମୋଇନ ଅଲୀ କ୍ରିକେଟ ଖେଳିନଥିଲେ ସିରିୟା ଯାଇ ଆଇଏସଆଇଏସରେ ସାମିଲ ହେବା ସହ ଆତଙ୍କବାଦୀ ହୋଇଥାନ୍ତେ" ବୋଲି ଲେଖିଛନ୍ତି ତସଲିମା ।

Jofra Archer not impressed by Taslima Nasreen's remarks on Moeen Ali, wants author to delete tweet
ତସଲିମା ନସରିନ ବିବାଦୀୟ ଟ୍ବିଟ

ଏହାକୁ ନେଇ ସୋସିଆଲ ମିଡିଆରେ ଝଡ ଉଠିଛି । ଏକାଧିକ ଇଂଲଣ୍ଡ କ୍ରିକେଟର, ତସଲିମାଙ୍କୁ କଡା ସମାଲୋଚନା କରିଛନ୍ତି । ଦ୍ରୁତ ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚର ବାଂଲାଦେଶ ଲେଖିକାଙ୍କ ଟ୍ବିଟର ଉତ୍ତର ଦେବାକୁ ଯାଇ 'ମାନସିକ ସ୍ତରରେ ସୁସ୍ଥ ଅଛନ୍ତି' ବୋଲି ପଚାରିଛନ୍ତି ଓ ଟ୍ବିଟ ଡିଲିଟ କରିବାକୁ କହିଛନ୍ତି ।

  • Sarcastic ? No one is laughing , not even yourself , the least you can do is delete the tweet https://t.co/Dl7lWdvSd4

    — Jofra Archer (@JofraArcher) April 6, 2021 " class="align-text-top noRightClick twitterSection" data=" ">

ଜୋରଦାର ସମାଲୋଚନାର ଶିକାର ହେବା ପରେ ତସଲିମା ଆଉ ଏକ ଟ୍ବିଟ କରି ସଫେଇ ଦେଇଛନ୍ତି । "ଘୃଣା ଭାବନା ସୃଷ୍ଟି କରୁଥିବା ଲୋକେ ଭଲଭାବେ ଜାଣନ୍ତି, ମୋଇନଙ୍କ ପ୍ରତି ମୋର ଟ୍ବିଟ ବ୍ୟଙ୍ଗ ଥିଲା । କିନ୍ତୁ ବଦନାମ କରିବା ପାଇଁ ଏହାକୁ ଏକ ମୁଦ୍ଦା କରାଯାଇଛି । କାରଣ ମୁଁ ମୁସଲିମ୍ ସମାଜରେ ଧର୍ମନିରପେକ୍ଷ ବିସ୍ତାର କରିବାକୁ ଚାହେଁ । ମୁଁ ଇସଲାମ ଧର୍ମାନ୍ଧତାକୁ ବିରୋଧ କରେ । ମାନବଜାତିର ସବୁଠାରୁ ବଡ଼ ସମସ୍ୟା ହେଉଛି କି ମହିଳାଙ୍କ ସମର୍ଥକ କୁହାଯାଉଥିବା ବାମପନ୍ଥୀ ମଧ୍ୟ ମହିଳା ବିରୋଧୀ ଇସଲାମିକ ଲୋକଙ୍କ ସମର୍ଥନ କରନ୍ତି ।"

ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଟିମର ଜର୍ସିରେ ଲାଗିଥିବା ଏକ ମଦ କମ୍ପାନୀର ଲୋଗୋ ହଟାଇବାକୁ ମୋଇନ୍ ମ୍ୟାନେଜମେଣ୍ଟକୁ ଅନୁରୋଧ କରିଥିଲେ । ଯାହା ପରେ ଫ୍ରାଞ୍ଚାଇଜ ତାଙ୍କ ଜର୍ସିରୁ ଲୋଗୋ ହଟାଇ ଦେଇଥିଲା । ମୋଇନ ସାରା ଦୁନିଆରେ କ୍ରିକେଟ୍‌ ଖେଳନ୍ତି । ମାତ୍ର କେବେବି ମଦ ବ୍ରାଣ୍ଡର ପ୍ରମୋସନ କରନ୍ତି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 6, 2021, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.