ETV Bharat / sports

'ଜୋରଦାର ପ୍ରସ୍ତୁତି ସହ ଟି-20 ବିଶ୍ବକପ ଖେଳିବ ଟିମ ଇଣ୍ଡିଆ' - ଟିମ ଇଣ୍ଡିଆର ଟି-20 ବିଶ୍ବକପ ପ୍ରସ୍ତୁତି

ଟି-20 ବିଶ୍ବକପ ଅଷ୍ଟ୍ରେଲିଆରେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଖେଳାଯିବା ନେଇ ପୂର୍ବରୁ ସୂଚୀ ରହିଛି । ତେବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଜୁନ 10ରେ ଚୁଡାନ୍ତ ଘୋଷଣା କରିବା ନେଇ ସମ୍ଭାବନା ରହିଛି ।

Jasprit Bumrah opens up on Team India's preparations for T20 World Cup
'ଜୋରଦାର ପ୍ରସ୍ତୁତି ସହ ଟି-20 ବିଶ୍ବକପ ଖେଳିବ ଟିମ ଇଣ୍ଡିଆ'
author img

By

Published : Jun 1, 2020, 11:29 AM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ, ଆଇସିସି କୋର୍ଟରେ ରହିଛି ଆଗାମୀ ଟି-20 ବିଶ୍ବକପର ଭାଗ୍ୟ । ତେବେ ଟିମ ଇଣ୍ଡିଆ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଜୋରଦାର ପ୍ରସ୍ତୁତି କରିବା ଲକ୍ଷ୍ୟରେ ରଖିଥିବା କହିଛନ୍ତି ସ୍ପିଡଷ୍ଟାର ଜଶପ୍ରୀତ ବୁମରା ।

Jasprit Bumrah opens up on Team India's preparations for T20 World Cup
'ଜୋରଦାର ପ୍ରସ୍ତୁତି ସହ ଟି-20 ବିଶ୍ବକପ ଖେଳିବ ଟିମ ଇଣ୍ଡିଆ'

ଟି-20 ବିଶ୍ବକପର ନିର୍ଧାରିତ ସୂଚୀ ପୂର୍ବରୁ ଏକାଧିକ ଟି-20 ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏଥିସହିତ ଆଇପିଏଲ ସମ୍ଭବହେଲେ ଅନେକ ମ୍ୟାଚ ମଧ୍ୟ ଖେଳିବାକୁ ମଳିବ ବୋଲି ବୁମରା କହିଛନ୍ତି । ଟିମ ସବୁବେଳେ ଟୁର୍ଣ୍ଣାମେଣ୍ଟ ବିଜୟ ନେଇ ବିଶ୍ବାସ ରଖେ । 2019 ବିଶ୍ବକପରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ବିଜୟର ବିଶ୍ବାସ ନେଇ ଟିମ ଖେଳିଥିଲା । ମାତ୍ର 30-40 ମିନିଟ ଭିତରେ ସବୁକିଛି ବଦଳିଯାଇଥିଲା ବୋଲି ବୁମରା କହିଛନ୍ତି ।

ସପ୍ତାହକୁ 6ଦିନ ଅଭ୍ୟାସ ଜାରି ରଖିଥଲେ ମଧ୍ୟ ପ୍ରାୟ 2ମାସ ଧରି ବୋଲିଂର ସୁଯୋଗ ମିଳିନାହିଁ । ପ୍ରଥମ ବଲ୍ ବୋଲିଂ ପରେ ହିଁ ଶରୀର କିପରି ସାଥ ଦେଉଛି ଜଣାପଡିବ ବୋଲି ବୁମରା କହିଛନ୍ତି ।

ଟି-20 ବିଶ୍ବକପ ଅଷ୍ଟ୍ରେଲିଆରେ ଅକ୍ଟୋବର 18ରୁ ନଭେମ୍ବର 15 ପର୍ଯ୍ୟନ୍ତ ଖେଳାଯିବା ନେଇ ପୂର୍ବରୁ ସୂଚୀ ରହିଛି । ତେବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଜୁନ 10ରେ ଚୂଡାନ୍ତ ଘୋଷଣା କରିବା ନେଇ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.