ହାଇଦ୍ରାବାଦ: ଗତ ଗୁରୁବାର ଦିନ ଆଇପିଏଲ 2021ର ମିନି ନିଲାମୀ ହୋଇଛି । ଏହି ନିଲାମୀରେ ଅନେକ ଖେଳାଳିଙ୍କୁ ଅତ୍ୟଧିକ ଟଙ୍କାରେ କିଣା ଯାଇଥିବାବେଳେ କିଛି ଖେଳାଳିଙ୍କୁ କେହି କିଣି ନାହାଁନ୍ତି । ତେବେ ଏହି ଅନସୋଲ୍ଡ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ଓପନର ତଥା ସୀମିତ ଓଭରର ଅଧିନାୟକ ଆରୋନ ଫିଞ୍ଚ ରହିଛନ୍ତି ।
ନିଲାମୀରେ ଫିଞ୍ଚଙ୍କ ବେସ୍ ପ୍ରାଇସ 1କୋଟି ରହିଥିଲା । କିନ୍ତୁ ତାଙ୍କୁ କୌଣସି ଦଳ କିଣିଲା ନାହିଁ ।
ତେବେ ଫିଞ୍ଚ ଅନସୋଲ୍ଡ ରହିଥିବାରୁ କଙ୍ଗାରୁ ଦଳର ପୂର୍ବତନ ଅଧିନାୟକ ମାଇକଲ କ୍ଲାର୍କ ନାପସନ୍ଦ କରିଛନ୍ତି ।
ସେ ଏକ ଓ୍ବେବସାଇଟ୍କୁ କହିଛନ୍ତି, ମତେ ବିଶ୍ବାସ ହେଉ ନାହିଁ ଫିଞ୍ଚଙ୍କୁ କେହି କିଣିଲେ ନାହିଁ । ଅଷ୍ଟ୍ରେଲିଆର ଟି-20 ଫର୍ମାଟର ଅଧିନାୟକ ଭାବେ ତାଙ୍କୁ ଖରାପ ଲାଗିଥିବ । ସେ ଏବେ ବିଶ୍ବର ଶୀର୍ଷକ୍ରମର ଖେଳାଳି । ଅଷ୍ଟ୍ରେଲିଆ ଚୟନକର୍ତ୍ତା ତାଙ୍କୁ ଟି-20 ଅଧିନାୟକ କରି ଭୁଲ୍ କରିଛନ୍ତି ନା ଆଇପିଏଲର ଫ୍ରାଞ୍ଚାଇଜ ଭୁଲ୍ କରିଛନ୍ତି ? ଏହା ମୁଁ ବୁଝି ପାରୁନି?
34ବର୍ଷୀୟ ଆରୋନ ଫିଞ୍ଚ ଗତବର୍ଷ ଆରସିବି ଦଳରେ ଥିଲେ ।