ETV Bharat / sports

ଆମ ପାଇଁ ଏହା ଐତିହାସିକ ମ୍ୟାଚ ଥିଲା: ରୋହିତ ଶର୍ମା - ଆମ ପାଇଁ ଏହା ଐତିହାସିକ ମ୍ୟାଚ ଥିଲା

ରବିବାର ମ୍ୟାଚ ପରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ସହ । ଦିବା-ରାତ୍ର ଟେଷ୍ଟ ଆମ ପାଇଁ ଐତିହାସିକ ଥିଲା ବୋଲି କହିଛନ୍ତି ରୋହିତ । ଅଧିକ ପଢ଼ନ୍ତୁ...

ଆମ ପାଇଁ ଏହା ଐତିହାସିକ ମ୍ୟାଚ ଥିଲା: ରୋହିତ ଶର୍ମା
author img

By

Published : Nov 25, 2019, 2:10 PM IST

କୋଲକାତା: ଭାରତୀୟ ଟିମର ପ୍ରଥମ ଦିବା-ରାତ୍ର ଟେଷ୍ଟ ମ୍ୟାଚକୁ ଐତିହାସିକ ବୋଲି କହିଛନ୍ତି ଭାରତୀୟ ଟିମର ହିଟ ମ୍ୟାନ ରୋହିତ ଶର୍ମା । ରବିବାର ଇଡେନ ଗାର୍ଡେନ ଠାରେ ଗୋଟିଏ ଇନିଂସ ଓ 46 ରନରେ ବାଂଲାଦେଶକୁ ମାତ ଦେଇଛି ଭାରତୀୟ ଟିମ ।

ରବିବାର ମ୍ୟାଚ ପରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ସହ । ବିସିସିଆଇ ସେୟାର କରିଥିବା ଏହି ଭିଡିଓର ଆରମ୍ଭରେ ରୋହିତ କହୁଛନ୍ତି ଯେ, ‘ଆପଣ ମାନେ ଜାଣନ୍ତି ଯେ ଆମେ ଏହି ମ୍ୟାଚ ଜିତି ଯାଇଛୁ । ଆମେ ପ୍ରଥମ ଥର ପାଇଁ ଗୋଲାପି ବଲରେ ଟେଷ୍ଟ ମ୍ୟାଚ ଖେଳିଥିଲୁ ଓ ଏହା ଆମ ପାଇଁ ଏକ ଐତିହାସିକ ମ୍ୟାଚ ଥିଲା । ’

ଏହା ପରେ ରୋହିତ ଇଶାନ୍ତ ଶର୍ମାଙ୍କୁ ପଚାରିଥିଲେ ଦିନ ବେଳେ ଓ ରାତିରେ ବୋଲିଂ କଲାବେଳେ ଲାଲ ବଲ ଓ ଗୋଲାପି ବଲ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ ।

ଉତ୍ତରରେ ଇଶାନ୍ତ କହିଥିଲେ ଯେ, ‘ଏହା ସମ୍ପୂର୍ଣ୍ଣ ଏକ ଭିନ୍ନ ବଲ । ଆମେ ଯେତେବେଳେ ପ୍ରଥମ ଦିନ ଏଥିରେ ବୋଲିଂ କରିବା ଆରମ୍ଭ କଲୁ ବଲ ବିଲକୁଲ ସ୍ବିଙ୍ଗ ହେଉନଥିଲା । ତେଣୁ ଆମେ ପରସ୍ପର କଥା ହୋଇଥିଲୁ ଯେ, ବଲକୁ ରିଲିଜ କରି ସ୍ବିଙ୍ଗ କରାଇବା ସହଜ ନୁହେଁ, ତେଣୁ ଦିନ ବେଳେ ବୋଲରଙ୍କୁ ସଠିକ ଲେନ୍ଥରେ ବଲ ପକାଇବାର ଆବଶ୍ୟକତା ରହିଛି ’ ବୋଲି କହିଥିଲେ ଇଶାନ୍ତ ।

ଉମେଶ ଯାଦବ ମଧ୍ୟ ବଲ ସ୍ବିଙ୍ଗ ହେବା ନେଇ କହିଥିଲେ ଯେ, ବୋଲିଂ କରିବା ସମୟରେ ସେ ନିଜ ରିଷ୍ଟ ପୋଜିଶନ ବଦଳାଇଥିଲେ । ଦ୍ବିତୀୟ ଇନିଂସରେ ଇଶାନ୍ତ 4ଟି ୱିକେଟ ନେଇଥିବା ବେଳେ ଯାଦବ 5ଟି ୱିକେଟ ନେଇ ଭାରତକୁ ବିଜୟୀ କରାଇ ଥିଲେ।

ଇଶାନ୍ତ ମଧ୍ୟ ରୋହିତଙ୍କୁ ପଚାରି ଥିଲେ ସେ କିପରି ଭାବେ ପ୍ରଥମ ଇନିଂସରେ ସେକେଣ୍ଡ ସ୍ଲିପରେ ମୋମିନୁଲ ହକଙ୍କ କ୍ୟାଚ ଧରିଥିଲେ ।

ଏହାର ଜବାବରେ ରୋହିତ କହିଥିଲେ, ‘ଯେତେବେଳେ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରେ ବଲ ବାଜିଲା, ମୁଁ ଦେଖିଲି ଯେ ବଲଟି ବିରାଟ ଓ ମୋ ମଝି ଦେଇ ଗତି କରିବ । ପରେ ରିପ୍ଲେରେ ଦେଖିଥିଲି ଯେ ବିରାଟ ମଧ୍ୟ କ୍ୟାଚ ପାଇଁ ଆସୁଥିଲେ କିନ୍ତୁ ଆପଣ ଯେତେବେଳେ ସେକେଣ୍ଡ ସ୍ଲିପରେ ଥାନ୍ତି ଆଉ ଭାବନ୍ତି ଯେ ଆପଣଙ୍କୁ କ୍ୟାଚ ଧରିବା ଦରକାର ତେବେ ଆପଣ ଧରି ନେବା ଉଚିତ । ମୁଁ ମଧ୍ୟ କ୍ୟାଚ ନେବାକୁ ଗଲି ଓ ଭାଗ୍ୟବଶତଃ ଧରି ନେଲି ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.