ETV Bharat / sports

ବିଶ୍ବକପ ଖେଳିବେନି ‘ଆଇପିଏଲ ହିରୋ’

ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି ବହୁ ଖେଳାଳି । ତେବେ ବିଶ୍ବକପରେ ତାଙ୍କୁ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ ।

author img

By

Published : May 14, 2019, 9:20 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ହାଇଦ୍ରାବାଦ: ସଦ୍ୟ ସମାପ୍ତ ହୋଇଛି ଆଇପିଏଲ । ଆଇପିଏଲର 12ତମ ସଂସ୍କରଣର ଚମ୍ପିଆନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ହେଲେ ଏଯାଏଁ ଥମିନି ଆଇପିଏଲର ଚର୍ଚ୍ଚା । ପ୍ରିୟ ଖେଳାଳିଙ୍କୁ ଏବେବେ ମନେ ପକାଉଛନ୍ତି ପ୍ରଶଂସକ। ଏଥର ଆଇପିଏଲେ ମଧ୍ୟ ଅନେକ ଖେଳାଳି ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି ।

କିନ୍ତୁ ଏବେ ପୁରା କ୍ରିକେଟ ଜଗତର ନଜର ବିଶ୍ବକପ ଉପରେ । ମେ 30ରୁ କ୍ରିକେଟର ଅସଲ ଫାଇଟ ଦେଖିବେକୁ ମଳିବ । ବିଶ୍ବର ଧ୍ୟାନ କେନ୍ଦ୍ରୀଭୁତ ହେବ ଇଂଲଣ୍ଡ ଓ ୱେଲସର କ୍ରିକେଟ ପଡିଆରେ । ଭାରତୀୟ ଦଳ ମେ 22ରେ ଇଂଲଣ୍ଡ ଗସ୍ତ କରିବ । 15ଜଣିଆ ଖେଳାଳିଙ୍କୁ ନେଇ ଭାରତ ବିଶ୍ବକପ ଆଭିଯାନ ଆରମ୍ଭ କରିବ ।

ଆଇପିଏଲରେ ଦମଦାର ପ୍ରଦର୍ଶନ କରି ବହୁ ଖେଳାଳି ବିଶ୍ବକପ ଦଳରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିଲେ । ତେବେ କିଛି ଖେଳାଳିଙ୍କ ଏହି ଆଶା ପୂରଣ ହୋଇନାହିଁ । ତାଲିକାରେ ଅଛନ୍ତି ଋଷଭ ପନ୍ତ, ଶ୍ରେୟାସ ଆୟର, ଖଲିଲ ଅହମ୍ମଦ ଦିପକ ଚହର, ମନିଷ ପାଣ୍ଡେ,ଶ୍ରେୟସ ଗୋପାଳ ।

ସେପଟେ ଏବି ଡିଭିଲିୟର୍ସ ସାଉଥ ଆଫ୍ରିକା ଦଳରୁ ବିଶ୍ବକପ ଖେଳିବେନି । ସେ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ୱାଟସନଙ୍କ ଆଇପିଏଲ ପ୍ରଦର୍ଶନକୁ କେହିବି ଭୁଲିବେନି । କିନ୍ତୁ ସେ ଅଷ୍ଟ୍ରେଲିଆ ଦଳରେ ନାହାଁନ୍ତି । ଅନ୍ୟତମ ଆଇପିଏଲ ଷ୍ଟାର କିରନ ପୋଲାର୍ଡ ୱେଷ୍ଟଇଣ୍ଡିଜ ବିଶ୍ବକପ ଦଳରେ ସ୍ଥାନ ପାଇନାହିଁନ୍ତି । ସାମ କରନଙ୍କୁ ଇଲଣ୍ଡ ବିଶ୍ବକପ ଦଳରେ ସ୍ଥାନ ମିଳିନାହିଁ । ସେହିପରି ଜୋଫ୍ରା ଆର୍ଚରଙ୍କୁ ଇଂଲଣ୍ଡ ଦଳ ବିଶ୍ବକପ ଖେଳିବାକୁ କନଫର୍ମ ଟିକେଟ ଦେଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.