ETV Bharat / sports

ଆଇପିଏଲ ଆୟୋଜନ କ୍ରିକେଟ ସ୍ବାଭାବିକ ହେବାର ଆଭାସ ଦେଉଛି: ସାଙ୍ଗାକାରା - IPL

ବିଶେଷ କରି ଏହି କଠିନ ସମୟରେ ଯେତେବେଳେ ସାରା ବିଶ୍ବ କୋଭିଡ-19 ମହାମାରୀ ସହ ଲଢେଇ କରୁଛି, ଇତିମଧ୍ୟରେ ଆଇପିଏଲ ଆୟୋଜନ ସବୁକିଛି ସ୍ବାଭାବିକ ହେବାର ଆଭାସ ଦେଉଛି ବୋଲି କହିଛନ୍ତି ସାଙ୍ଗାକାର ।

ipl-will-bring-about-a-sense-that-everything-is-back-to-normal-kumar-sangakkara
ଆଇପିଏଲ ଆୟୋଜନ କ୍ରିକେଟ ସ୍ବାଭାବିକ ହେବାର ଆଭାସ ଦେଉଛି: ସାଙ୍ଗାକାରା
author img

By

Published : Jul 26, 2020, 7:08 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13 ସଂସ୍କରଣ ଆୟୋଜନକୁ ପ୍ରଶଂସା କରିବା ସହ ଟୁର୍ଣ୍ଣାମେଣ୍ଟର ଗୁରୁତ୍ବ ଉପରେ ଆଲୋକପାତ କରିଛନ୍ତି । ବିଶେଷ କରି ଏହି କଠିନ ସମୟରେ ଯେତେବେଳେ ସାରା ବିଶ୍ବ କୋଭିଡ-19 ମହାମାରୀ ସହ ଲଢେଇ କରୁଛି, ଇତିମଧ୍ୟରେ ଆଇପିଏଲ ଆୟୋଜନ ସବୁକିଛି ସ୍ବାଭାବିକ ହେବାର ଆଭାସ ଦେଉଛି ବୋଲି କହିଛନ୍ତି ସାଙ୍ଗାକାର ।

ipl-will-bring-about-a-sense-that-everything-is-back-to-normal-kumar-sangakkara
ଆଇପିଏଲ ଆୟୋଜନ କ୍ରିକେଟ ସ୍ବାଭାବିକ ହେବାର ଆଭାସ ଦେଉଛି: ସାଙ୍ଗାକାରା

ଆଇପିଏଲ ପାଇଁ ବିଗୁଲ ବାଜି ସାରିଛି । ଚଳିତ ବର୍ଷର ଆଇପିଏଲ ଅର୍ଥାତ ଟୁର୍ଣ୍ଣାମେଣ୍ଟର 13 ତମ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଯାଉଛି । ତେବେ ଆସନ୍ତା 19 ସେପ୍ଟେମ୍ବରରୁ 8 ନଭେମ୍ବର ଆଇପିଏଲ ଖେଳସୂଚୀ ସ୍ଥିର କରଯାଇଥିବା ଚର୍ଚ୍ଚା ହେଉଛି । କେବଳ ଅପେକ୍ଷା ଭାରତୀୟ କ୍ରିକେଟ ବୋର୍ଡର ବିଧିବଦ୍ଧ ଘୋଷଣାକୁ ।

2014 ପରେ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଦ୍ବିତୀୟ ଥର ଖେଳାଯିବ । ତେବେ ସାଙ୍ଗାକାର ଅନୁଭବ କରନ୍ତି ଯେ, ୟୁଏଇରେ ଆଇପିଏଲ ଆୟୋଜନ ଦେଶର ଅର୍ଥନୀତିକୁ ବଦଳାଇ ଦେବ । ଏଥିସହ ଏହି ବିତ୍ତଶାଳୀ ଟୁର୍ଣ୍ଣାମେଣ୍ଟର ଆରମ୍ଭ କ୍ରୀଡା ଜଗତ ସ୍ବାଭାବିକ ହେଉଥିବାର ଆଶ୍ବସନା କ୍ରୀଡା ପ୍ରେମୀଙ୍କୁ ଦେବ ।

‘‘ମୁଁ ଭାବୁଛି କ୍ରୀଡା ଓ କ୍ରୀଡାରୁ ଉପାର୍ଜିତ ଅର୍ଥର ପ୍ରଭାବ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ସହିତ ଜଡିତ । ଏହା ଏକ ଦେଶର ଅର୍ଥନୀତିରେ ଅବଦାନର ଏକ ପ୍ରମୁଖ ଅଂଶ । ବିଶେଷ ଭାବେ ଆଇପିଏଲ ଆୟୋଜନ ତଥା ଅନ୍ୟ ସମସ୍ତ ଟୁର ଏବଂ ବିଦେଶୀ ଟୁର୍ଣ୍ଣାମେଣ୍ଟ କେବଳ ଯେ ଅର୍ଥ ଉପାର୍ଜନର ଏକ ମାଧ୍ୟମ, ତାହା ନୂହେଁ । ଏହା ମାନସିକ ଏବଂ ସାମାଜିକ ସୁସ୍ଥତାର ଏକ ଭାବନା ମଧ୍ୟ’’ ବୋଲି ସାଙ୍ଗାକାର କହିଛନ୍ତି ।

‘‘ଯେତେବେଳେ ଦୀର୍ଘଦିନ ଧରି ଦୁନିଆ ଠପ୍‌ ହୋଇ ଯାଇଥାଏ । ସବୁକିଛି ତଳକୁ ତଳକୁ ଖସିବାର ଲାଗିଥାଏ । ଆଉ ଠିକ୍‌ ଏହି ସମୟରେ ଆପଣ ଟିଭିରେ କ୍ରିକେଟ ଦେଖିବାକୁ ପାଇବେ । ପରେ ଆପଣଙ୍କୁ ଲାଗିବ ଯେମିତି ସବୁ କିଛି ସ୍ବାଭାବିକ ଅବସ୍ଥାକୁ ଫେରୁଛି । ଜୀବନ ସ୍ବାଭାବିକ ହେଉଛି ।’’ ବୋଲି ସାଙ୍ଗାକାର କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.