ETV Bharat / sports

ଆଇପିଏଲ ଚମ୍ପିଆନ: ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳତମ ଦଳ ମୁମ୍ବାଇ

author img

By

Published : Sep 12, 2020, 7:00 AM IST

Updated : Sep 12, 2020, 7:56 AM IST

ପ୍ରଥମ କରି 2008ରେ ଆରମ୍ଭ ହୋଇଥିଲା ଏହି କ୍ରିକେଟ ଲିଗ । ତେବେ ବର୍ତ୍ତମାନ ସୁଦ୍ଧା 12ଟି ସିଜନର ସଫଳ ଆୟୋଜନ କରିଥିବା ବିସିସିଆଇ ଚଳିତବର୍ଷ ମହାମାରୀ କୋରୋନା କାରଣରୁ ବିଦେଶ ମାଟିରେ 13ତମ ସଂସ୍କରଣ ଆୟୋଜନ କରିବ । ଏପଟେ କ୍ରିକେଟ ପ୍ରେମୀମାନେ ଉତ୍କଣ୍ଠା ସହ ଅପେକ୍ଷା କରି ବସିଛନ୍ତି କେଉଁ ଫ୍ରାଞ୍ଚାଇଜ ଦଳ 2020ର ଟାଇଟଲ ହାତେଇବ । ତେବେ ଏହି ସିଜନ ଆରମ୍ଭ ପୂର୍ବରୁ ଆମେ କ୍ରିକେଟ ଲଭରଙ୍କୁ 12ଟି ସିଜନର ଚମ୍ପିଆନ ଦଳ ସମ୍ବନ୍ଧରେ 'କିଛି ଜଣା କିଛି ଅଜଣା' ତଥ୍ୟ ଉପସ୍ଥାପନା କରୁଛୁ ।

ଆଇପିଏଲ ଚମ୍ପିଆନ: ଟୁର୍ଣ୍ଣମେଣ୍ଟର ସବୁଠାରୁ ସଫଳତମ ଦଳ ମୁମ୍ବାଇ

ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଲୋକପ୍ରିୟ ଟି-20 କ୍ରିକେଟ ଲିଗ ହେଉଛି ଆଇପିଏଲ । 2ମାସ ଧରି ଚାଲୁଥିବା ଏହି କ୍ରିକେଟ କାର୍ନିଭାଲ ଦିନକୁ ଦିନ ତା'ର ଲୋକପ୍ରିୟତା ବଢାଇବାରେ ଲାଗିଛି । ପ୍ରଥମ କରି 2008ରେ ଆରମ୍ଭ ହୋଇଥିଲା ଏହି କ୍ରିକେଟ ଲିଗ । ତେବେ ବର୍ତ୍ତମାନ ସୁଦ୍ଧା 12ଟି ସିଜନର ସଫଳ ଆୟୋଜନ କରିଥିବା ବିସିସିଆଇ ଚଳିତବର୍ଷ ମହାମାରୀ କୋରୋନା କାରଣରୁ ବିଦେଶ ମାଟିରେ 13ତମ ସଂସ୍କରଣ ଆୟୋଜନ କରିବ । ଏପଟେ କ୍ରିକେଟ ପ୍ରେମୀମାନେ ଉତ୍କଣ୍ଠା ସହ ଅପେକ୍ଷା କରି ବସିଛନ୍ତି କେଉଁ ଫ୍ରାଞ୍ଚାଇଜ ଦଳ 2020ର ଟାଇଟଲ ହାତେଇବ । ତେବେ ଏହି ସିଜନ ଆରମ୍ଭ ପୂର୍ବରୁ ଆମେ କ୍ରିକେଟ ଲଭରଙ୍କୁ 12ଟି ସିଜନର ଚମ୍ପିଆନ ଦଳ ସମ୍ବନ୍ଧରେ 'କିଛି ଜଣା କିଛି ଅଜଣା' ତଥ୍ୟ ଉପସ୍ଥାପନା କରୁଛୁ ।

2008ର ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଆଇପିଏଲ ଟାଇଟଲ ହାସଲ କରିଥିଲା । କିନ୍ତୁ ଏହି ସିଜନ-1ର ଚମ୍ପିଆନ ଦଳ ତା'ପର ଠାରୁ କୌଣସି ସିଜନରେ ଫାଇନାଲରେ ସ୍ଥାନ ପକ୍କା କରି ପାରି ନାହିଁ । ଏପଟେ 12ବର୍ଷର ଆଇପିଏଲ ଯାତ୍ରାର ସଫଳ ଦଳ ଭାବେ ରେକର୍ଡ ସୃଷ୍ଟି କରିଛି ମୁମ୍ବାଇ ଇଣ୍ତିଆନ୍ସ ଟିମ । ସର୍ବମୋଟ 4ଥର ଆଇପିଏଲ ଟ୍ରଫି ଟେକିଛି ମୁମ୍ବାଇ । ଏହାବ୍ୟତୀତ ଲିଗର ଲୋକପ୍ରିୟ ଦଳ ଚେନ୍ନାଇ ସୁପର କିଙ୍ଗ୍ସ 3ଥର ଓ କୋଲକତା ନାଇଟରାଇଡର୍ସ 2ଥର ଟାଇଟଲ ହାସଲ କରିଥିବାବେଳେ ଡେକାନ ଚାର୍ଜସ ଓ ସନରାଇରର୍ସ ହାଇଦ୍ରାବାଦ ଥରେ ଥରେ ବିଜୟ ମୁକୁଟ ପିନ୍ଧିଛନ୍ତି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ,କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ଥରେ ବି ଏହି ଟୁର୍ଣ୍ଣାମେଣ୍ଟରେ ବିଜୟ ସ୍ବାଦ ଚାଖି ପାରି ନାହାଁନ୍ତି । ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ସୁପରକିଙ୍ଗ୍ସ ସର୍ବାଧିକ ଫାଇନାଲ ମ୍ୟାଚ ଖେଳିଛି ।

ନଜର ପକାଇବା 12ଟି ସିଜନର 12 ବିଜେତାଙ୍କ ଉପରେ:-

1. ଆଇପିଏଲ 2008:ରାଜସ୍ଥାନ ରୟାଲ୍ସ

ipl-some-known-some-unknown-fact-of-ipl-winners
ଆଇପିଏଲ ଉଦଘାଟନୀ ସିଜନର ବିଜେତା ଦଳ ରାଜସ୍ଥାନ ରୟାଲ୍ସ

ଆଇପିଏଲ ଉଦଘାଟନୀ ସିଜନରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ 3 ଓ୍ବିକେଟରେ ପରାସ୍ତ କରି ପ୍ରଥମ ଟାଇଟଲ ହାସଲ କରିଥିଲା । ଅଷ୍ଟ୍ରେଲିଆ ଖେଳାଳି ଶେନ ଓ୍ବାର୍ନ ରାଜସ୍ଥାନ ଦଳର ନେତୃତ୍ବ ନେଇଥିଲେ । ଏହି ସିଜନରେ ଅଷ୍ଟ୍ରେଲିଆର ଶେନ ମାର୍ଶଙ୍କୁ ଅରେଞ୍ଜ କ୍ୟାପ ଓ ପାକିସ୍ତାନ ଖେଳାଳି ସୋହେଲ ତନଭୀରଙ୍କୁ ପର୍ପଲ କ୍ୟାପ ମିଳିଥିଲା ।

ସୂଚନାଥାଉକି, ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କୁ ଅରେଞ୍ଜ କ୍ୟାପ ଓ ସର୍ବାଧିକ ଓ୍ବିକେଟ ହାସଲ କରିଥିବା ବୋଲରଙ୍କୁ ପର୍ପଲ କ୍ୟାପ ଦିଆଯାଇଥାଏ ।

2. ଆଇପିଏଲ 2009: ଡେକାନ ଚାର୍ଜସ

ଆଇପିଏଲ 2ୟ ସଂସ୍କରଣର ବିଜେତା ଦଳ ଡେକାନ ଚାର୍ଜସ

ଡେକାନ ଚାର୍ଜସ ହାଇଦ୍ରାବାଦର ଟିମ ଥିଲା । ଏହି ଟିମର ନେତୃତ୍ବ ଆଡାମ ଗିଲଖ୍ରୀଷ୍ଟ ନେଇଥିଲେ । ଏହି ଡେକାନ ଦଳ ରୟାଲ ଚ୍ୟାଲେଞ୍ଜର ବାଙ୍ଗୋଲରକୁ 6 ରନରେ ପରାସ୍ତ କରି 2ୟ ସଂସ୍କରଣର ବିଜେତା ହୋଇଥିଲା । ଏହି ସିଜନରେ ମୈଥ୍ୟୁ ହେଡନ ଅରେଞ୍ଜ କ୍ୟାପ ଓ ଆର ପି ସିଂ ପର୍ପଲ କ୍ୟାପ ହାସଲ କରିଥିଲେ ।

3. ଆଇପିଏଲ 2010: ଚେନ୍ନାଇ ସୁପର କିଙ୍ଗ୍ସ

ଆଇପିଏଲରେ ସର୍ବାଧିକ ଫାଇନାଲ ମ୍ୟାଚ ଖେଳିଥିବା ଓ 3ଥର ବିଜୟ ହୋଇଥିବା ଟିମ ଚେନ୍ନାଇ ସୁପର କିଙ୍ଗ୍ସ

ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ସିଜନ-3ର ଟାଇଟଲ ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଫାଇନାଲ ମ୍ୟାଚରେ ମୁମ୍ବାଇ ଦଳକୁ 22ରନରେ ପରାସ୍ତ କରିଥିଲା ଚେନ୍ନାଇ । ପ୍ରଥମ କରି ଆଇପିଏଲର ଏହା ପ୍ରଥମ ସିଜନ ଯାହାର ସିଧାପ୍ରସାରଣ ୟୁଟ୍ୟୁବରେ ବି ହୋଇଥିଲା । ଏହି ସିଜନର ଅରେଞ୍ଜ କ୍ୟାପ ସଚିନ ତେନ୍ଦୁଲକର ଓ ପର୍ପଲ କ୍ୟାପ ପ୍ରଜ୍ଞାନ ଓଝା ହାତେଇଥିଲେ ।

4. ଆଇପିଏଲ 2011: ଚେନ୍ନାଇ ସୁପର କିଙ୍ଗ୍ସ

କ୍ରମାଗତ ଭାବେ ଚେନ୍ନାଇ ସୁପର କିଙ୍ଗ୍ସ 2011ରେ ବି ଆଇପିଏଲ ଟ୍ରଫି ଜିଣିଥିଲା । 58ରନରେ ବେଙ୍ଗଲୋର ଦଳକୁ ପରାସ୍ତ କରିଥିଲା ଚେନ୍ନାଇ । କ୍ରମାଗତ ଭାବେ ଆଇପିଏଲ ଟାଇଟଲ ହାସଲ କରିବାର ରେକର୍ଡ କେବଳ ଚେନ୍ନାଇ ଦଳ ନାଁରେ ରହିଛି । ଏହି ସିଜନର ଆଉ ଏକ ବିଶେଷତ୍ବ ହେଲା ଟୁର୍ଣ୍ଣାମେଣ୍ଟରେ 8ଟି ଦଳ ବଦଳରେ 10ଟି ଦଳ ଅଂଶଗ୍ରହଣ କରିଥିଲେ । ନୂଆ ଦଳ ଭାବେ ପୁନେ ଓ୍ବରିୟର୍ସ ଓ କୋଚି ଟସ୍କର୍ସ ସାମିଲ ହୋଇଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ କ୍ରିସ ଗେଲଙ୍କୁ ଅରେଞ୍ଜ କ୍ୟାପ ଲସିଥ ମଲିଙ୍ଗାଙ୍କୁ ପର୍ପଲ କ୍ୟାପ ମିଳିଥିଲା ।

5. ଆଇପିଏଲ 2012: କୋଲକତା ନାଇଟ ରାଇଡର୍ସ

ipl
କୋଲକତା ନାଇଟ ରାଇଡର୍ସ 2ଥର ଆଇପିଏଲ ଟାଇଟଲ ହାତେଇଛି

ଆଇପିଏଲର 5ମ ସିଜନରେ ମୋଟ 9ଟି ଦଳ ସାମିଲ ହୋଇଥିଲେ । ଫାଇନାଲ ମ୍ୟାଚରେ 2ଥର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସକୁ 5ଓ୍ବିକେଟରେ ପରାସ୍ତ କରିଥିଲା କୋଲକତା ନାଇଟ ରାଇଡର୍ସ । ଗୌତମ ଗମ୍ଭୀର ବିଜେତା ଦଳର ଅଧିନାୟକ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ କ୍ରିସ ଗେଲ ଓ ମର୍ନି ମୋର୍କଲଙ୍କୁ କ୍ରମଶଃ ଅରେଞ୍ଜ ଓ ପର୍ପଲ କ୍ୟାପ ମିଳିଥିଲା ।

6. ଆଇପିଏଲ 2013: ମୁମ୍ବାଇ ଇଣ୍ଡିଆନ୍ସ

ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳତମ ଦଳ ମୁମ୍ବାଇ
ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳତମ ଦଳ ମୁମ୍ବାଇ

ସର୍ବାଧିକ ଆଇପିଏଲ ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଟିମ ପ୍ରଥମ କରି ସିଜନ-6 ରେ ବିଜୟ ମୁକୁଟ ପିନ୍ଧିଥିଲା । ମୁମ୍ବାଇ ଦଳର ନେତୃତ୍ବ ଭାର ନେଇଥିଲେ ରିକି ପଣ୍ଟିଂ । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଚେନ୍ନାଇ ଦଳକୁ 23ରନରେ ପରାସ୍ତ କରିଥିଲା ମୁମ୍ବାଇ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ମାଇକେଲ ହସିଙ୍କୁ ଅରେଞ୍ଜ ଓ ବ୍ରାଭୋଙ୍କୁ ପର୍ପଲ କ୍ୟାପ ମିଳିଥିଲା ।

ଏହି ସିଜନରେ ବି 9ଟି ଦଳ ପଦାର୍ପଣ କରିଥିଲେ ।

7. ଆଇପିଏଲ 2014: କୋଲକତା ନାଇଟ ରାଇଡର୍ସ

2ୟଥର ପାଇଁ କୋଲକତା ଟିମ ଗମ୍ଭୀରଙ୍କ ନେତୃତ୍ବରେ ଆଇପିଏଲ ଟାଇଟଲ ଜିଣିଥିଲା । ଫାଇନାଲ ମୁକାବିଲାରେ ପଞ୍ଜାବ ଦଳକୁ 3 ଓ୍ବିକେଟରେ ହରାଇଥିଲା କୋଲକତା ।ଏହି ଟୁର୍ଣ୍ଣାମେଣ୍ଟରେ 8ଟି ଦଳ ଅଂଶଗ୍ରହଣ କରିଥିଲେ । ତେବେ ଉକ୍ତ ସିଜନରେ ଅରେଞ୍ଜ କ୍ୟାପ ରବିନ ଉତ୍ଥପା ଓ ପର୍ପଲ କ୍ୟାପ ମୋହିତ ଶର୍ମାଙ୍କୁ ମିଳିଥିଲା ।

ଏହି ସିଜନରେ କିଛି ମ୍ୟାଚ ୟୁଏଇରେ ଖେଳାଯାଇଥିଲା ।

8. ଆଇପିଏଲ 2015: ମୁମ୍ବାଇ ଇଣ୍ଡିଆନ୍ସ

2ୟଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍ସକୁ ମାତ୍ ଦେଇଥିଲା । ଫାଇନାଲ ମୁକାବିଲାରେ ରୋହିତ ଶର୍ମାଙ୍କ ନେତୃତ୍ବରେ ମୁମ୍ବାଇ ଦଳ ଚେନ୍ନାଇ ଟିମକୁ 41ରନରେ ପରାସ୍ତ କରି ଆଇପିଏଲରେ 2ୟଥର ପାଇଁ ବିଜେତା ହୋଇଥିଲା । ଏହି ସିଜନରେ ଡେଭିଡ ଓ୍ବାର୍ଣ୍ଣରଙ୍କୁ ଅରେଞ୍ଜ କ୍ୟାପ ଓ ବ୍ରାଭୋଙ୍କୁ ପର୍ପଲ କ୍ୟାପ ମିଳିଥିଲା ।

9. ଆଇପିଏଲ 2016: ସନରାଇଜର୍ସ ହାଇଦ୍ରାବାଦ

ସନରାଇଜର୍ସ ହାଇଦ୍ରାବାଦ କେବଳ ଥରେ ଆଇପିଏଲ ଟାଇଟଲ ଜିତିଛି

2016ରେ ପ୍ରଥମ କରି ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଟ୍ରଫି ଉଠେଇଥିଲା । ଡେଭିଡ ଓ୍ବାର୍ଣ୍ଣରଙ୍କ ନେତୃତ୍ବରେ ହାଇଦ୍ରାବଦ ଟିମ ବାଙ୍ଗଲୋର ଦଳକୁ 8ରନରେ ପରାସ୍ତ କରିଥିଲା । ଏହି ସିଜନରେ ବିରାଟ କୋହଲି ଓ ଭୁବନେଶ୍ବର କୁମାର କ୍ରମଶଃ ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ଜିତିଥିଲେ ।

2016 ଓ 2017ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ଦଳ ଆଇପିଏଲରୁ ବାଦ୍ ପଡିଥିଲେ । ସ୍ପଟ ଫିକ୍ସିଂ କାରଣରୁ 2ଦଳ ଉପରେ ବ୍ୟାନ ଲାଗିଥିଲା ।

10. ଆଇପିଏଲ 2017: ମୁମ୍ବାଇ ଇଣ୍ଡିଆନ୍ସ

2017ରେ ମୁମ୍ବାଇ ଦଳ 3ୟ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଥିଲା । ରାଇଜିଂ ପୁନେ ସୁପରଜ୍ୟାଣ୍ଟକୁ ମାତ୍ର 1ରନରେ ପରାସ୍ତ କରିଥିଲା ରୋହିତ ବାହିନୀ । 10 ସିଜନରେ ଡେଭିଡ ଓ୍ବାର୍ଣ୍ଣର ଅରେଞ୍ଜ କ୍ୟାପ ଓ ଭୁବନେଶ୍ବର କୁମାର ପର୍ପଲ କ୍ୟାପ ଜିତିଥିଲେ ।

11. ଆଇପିଏଲ 2018: ଚେନ୍ନାଇ ସୁପର କିଙ୍ଗ୍ସ

2011 ପରେ ପୁଣି ଆଇପିଏଲର ଟାଇଟଲ ଜିତିଥିଲା ଚେନ୍ନାଇ । ସନରାଇଜର୍ସ ହାଇଦ୍ରାବାଦକୁ 8 ଓ୍ବିକେଟରେ ମାତ୍ ଦେଇ ଚେନ୍ନାଇ ଟିମ 3ୟ ଥର ପାଇଁ ଟାଇଟଲ ହାସଲ କରିଥିଲା । ଏହି ସିଜନରେ କେନ ଓ୍ବିଲୟମସନଙ୍କୁ ଅରେଞ୍ଜ କ୍ୟାପ ଓ ଆଣ୍ଡ୍ରୁ ଟାଇଙ୍କୁ ପର୍ପଲ କ୍ୟାପ ମିଳିଥିଲା ।

12. ଆଇପିଏଲ 2019: ମୁମ୍ବାଇ ଇଣ୍ଡିଆନ୍ସ

ବିଗତବର୍ଷ 12ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଚୀର ପ୍ରତିଦ୍ବନ୍ଦୀ ଚେନ୍ନାଇ ସୁପର କିଙ୍ଗ୍ସକୁ ମାତ୍ର 1ରନରେ ପରାସ୍ତ କରି 4ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଥିଲା । 2019 ଆଇପିଏଲରେ ଡେଭିଡ ଓ୍ବାର୍ଣ୍ଣରଙ୍କୁ ଅରେଞ୍ଜ ଓ ଇମାରନ ତାହିରଙ୍କୁ ପର୍ପଲ କ୍ୟାପ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 12, 2020, 7:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.