ETV Bharat / sports

ଆଇପିଏଲ ବିବାଦ: ଶ୍ରୀସନ୍ଥଙ୍କୁ ଚାପୁଡାଠୁ କ୍ୟାପଟେନ କୁଲଙ୍କ ରାଗ

author img

By

Published : Sep 11, 2020, 7:00 AM IST

Updated : Sep 11, 2020, 12:31 PM IST

2008ରେ ଆରମ୍ଭ ହେବା ପରଠାରୁ ଏହି ଧନୀ ଲିଗ କେବଳ ଚୌକା-ଛକା କିମ୍ବା ୱିକେଟ୍ ମଧ୍ୟରେ ସୀମିତ ନୁହେଁ । ଆରମ୍ଭରୁ ପ୍ରତ୍ୟେକ ସଂସ୍କରଣରେ ଏହା ବିବାଦର ଅଂଶୀଦାର ରହିଆସିଛି । ଏହି ଧନୀ ଲିଗର ଆରମ୍ଭ ବି ଏକ ବିବାଦ ମଧ୍ୟରୁ ହୋଇଥିଲା । ତେବେ ଆଇପିଏଲ ଇତିହାସରୁ ଏମିତି କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ର ସ୍ବତନ୍ତ୍ର ଉପସ୍ଥାପନା ‘‘ଆଇପିଏଲ କିଛି ଜଣା କିଛି ଅଜଣା’’ ।

ଆଇପିଏଲ କିଛି ଜଣା କିଛି ଅଜଣା
ଆଇପିଏଲ କିଛି ଜଣା କିଛି ଅଜଣା

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ବିତ୍ତଶାଳୀ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ । 2008ରେ ଆରମ୍ଭ ହେବା ପରଠାରୁ ଏହି ଧନୀ ଲିଗ କେବଳ ଚୌକା-ଛକା କିମ୍ବା ୱିକେଟ୍ ମଧ୍ୟରେ ସୀମିତ ନୂହେଁ । ଆରମ୍ଭରୁ ପ୍ରତ୍ୟେକ ସଂସ୍କରଣରେ ଏହା ବିବାଦର ଅଂଶୀଦାର ରହିଆସିଛି । ଏହି ଧନୀ ଲିଗର ଆରମ୍ଭ ବି ଏକ ବିବାଦ ମଧ୍ୟରୁ ହୋଇଥିଲା । ତେବେ ଆଇପିଏଲ ଇତିହାସରୁ ଏମିତି କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ର ସ୍ବତନ୍ତ୍ର ଉପସ୍ଥାପନା ‘‘ଆଇପିଏଲ କିଛି ଜଣା କିଛି ଅଜଣା’’

ଆଜିର ଏହି ଉପସ୍ଥାପନାରେ ଆଇପିଏଲର କିଛି ବିବାଦ ଉପରେ ନଜର ପକାଇବା । ଉଦ୍‌ଘାଟନୀ ସଂସ୍କରଣରେ ଶ୍ରୀସନ୍ଥଙ୍କୁ ଚାପୁଡା ହେଉ କିମ୍ବା 2013 ରେ “ସ୍ପଟ୍ ଫିକ୍ସିଂ’’, ଏମିତି କୌଣସି ସିଜିନ ନାହିଁ ଯେତେବେଳେ ଏହି ଟୁର୍ଣ୍ଣାମେଣ୍ଟ ବିବାଦ ପରିସର ଦେଇ ଗତି କରି ନାହିଁ । ତେବେ ଆଜି ନଜର ପକାଇବା ଏହି ସବୁ ବିବାଦ ଉପରେ...

  • 2008 ଶ୍ରୀସନ୍ଥଙ୍କୁ ଚାପୁଡା
ipl-some-known-some-unknown-fact-ipl-controversy
ହରଭଜନ ସିଂ କିଙ୍ଗସ୍ ଏକାଦଶ ପଞ୍ଜାବ ପେସର୍ ଏସ୍ ଶ୍ରୀସନ୍ଥଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ

ଏପ୍ରିଲ୍ 18, 2008 ସେହି ଦିନ ଥିଲା ଯେତେବେଳେ ଆଇପିଏଲର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା । ସମସ୍ତେଙ୍କ ଆଶା ଥିଲା ଆଇପିଏଲ୍ ଶୀଘ୍ର ପ୍ରଶଂସକଙ୍କ କଳ୍ପନାକୁ ଛୁଇଁବ । ମାତ୍ର ଏପ୍ରିଲ୍ 25ରେ ଯାହା ଘଟିଲା ତାହା ଆଇପିଏଲ ଇତିହାସରେ କଳଙ୍କ ଲଗାଇଥିଲା । ଅଫ୍ ସ୍ପିନର ହରଭଜନ ସିଂ, ଯିଏକି ସେତେବେଳେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଥିଲେ, ମୋହାଲି ଗ୍ରାଉଣ୍ଡରେ କିଙ୍ଗସ୍ ଏକାଦଶ ପଞ୍ଜାବ ପେସର୍ ଏସ୍ ଶ୍ରୀସନ୍ଥଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ପରେ ଶ୍ରୀସନ୍ଥଙ୍କୁ ପଡିଆରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପରେ ହରଭଜନଙ୍କୁ ଏହି ସିଜନରେ ପରବର୍ତ୍ତି ମ୍ୟାଚ ଗୁଡୁକରୁ ବ୍ୟାନ କରାଯାଇଥିଲା । ଏହା ବ୍ୟତୀତ 5ଟି ଦିନିକିଆରୁ ବିସିସିଆଇର ଶୃଙ୍ଖଳା କମିଟି ମଧ୍ୟ ତାଙ୍କୁ ବ୍ୟାନ କରିଥିଲା । ଖବର ଅନୁଯାୟୀ, ମୁମ୍ବାଇର ତାଙ୍କ ଦଳକୁ 66 ରନ୍ ହରାଇବା ପରେ ଶ୍ରୀସନ୍ଥ ହରଭଜନ ସିଂଙ୍କୁ କିଛି କହି ଚିଡାଇଥିଲେ । ଯାହା ସ୍ପିନରଙ୍କୁ ଏପରି ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା । ତେବେ ଉଦ୍‌ଘାଟନୀ ଆଇପିଏଲରେ ଏହା ଏକ ବଡ଼ ବିବାଦ ରୂପେ ଉଭା ହୋଇଥିଲା ।

  • 2009 ପାକିସ୍ତାନୀ ଖେଳାଳିଙ୍କ ପାଇଁ ଆଇପିଏଲ ରାସ୍ତା ବନ୍ଦ
ipl-controversy
2009ରେ ପାକିସ୍ତାନୀ ଖେଳାଳିଙ୍କ ପାଇଁ ଆଇପିଏଲ ରାସ୍ତା ବନ୍ଦ

ଆଇପିଏଲର ଦ୍ୱିତୀୟ ସିଜନରେ 2008 ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ପ୍ରଥମେ ନିଜ ଖେଳାଳିଙ୍କୁ ଭାରତରେ ଖେଳିବାକୁ ଅନୁମତି ଦେବାକୁ ମନା କରିଦେଇଥିଲା । ଏହା ସହିତ ଭାରତୀୟ ବୋର୍ଡ ମଧ୍ୟ ପାକିସ୍ତାନୀ କ୍ରିକେଟରମାନଙ୍କୁ ଲିଗ୍ ଠାରୁ ଦୂରରେ ରଖିବାକୁ ନିଷ୍ପତ୍ତି ନେଇଥିଲା । ବର୍ଷ ବର୍ଷ ଧରି ଅନେକ ଥର ଆଲୋଚନା ଏବଂ ଅନୁରୋଧ ଚାଲିଥିଲେ ବି ଏଯାଏଁ ଆଇପିଏଲରେ ପଡୋଶୀ ଦେଶର କ୍ରିକେଟରଙ୍କ ପାଇଁ ଦ୍ୱାର ଖୋଲି ନାହିଁ।

  • 2010: ଆଇପିଏଲ୍ ଚେୟାରମ୍ୟାନ୍ ଲଲିତ ମୋଦୀଙ୍କୁ ବ୍ୟାନ
ipl-controversy
2010ରେ ଆଇପିଏଲ୍ ଚେୟାରମ୍ୟାନ୍ ଲଲିତ ମୋଦୀଙ୍କୁ ବ୍ୟାନ

2010 ରେ 5ଟି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଇପିଏଲ୍ ଚେୟାରମ୍ୟାନ୍ ଲଳିତ ମୋଦୀଙ୍କୁ ବରଖାସ୍ତ କରାଯାଇଥିଲା । ଆର୍ଥିକ ଅନିୟମିତତା ପାଇଁ ତୃତୀୟ ସଂସ୍କରଣର ଫାଇନାଲ ପରେ ଆଇପିଏଲର ଏହି ମାଷ୍ଟରମାଇଣ୍ଡଙ୍କୁ ବହିଷ୍କାର କରାଯାଇଥିଲା। ପରେ ଚିରାୟୁ ଆମିନଙ୍କୁ ନୂତନ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଥିଲା ।

  • 2011 ଚିୟରଲିଡର ଉତ୍ତେଜନା
ipl-controversy
ଆଇପିଏଲ ଚିୟରଲିଡର

2011 ଆଇପିଏଲ ସଂସ୍କରଣରେ ଦକ୍ଷିଣ ଆଫ୍ରିକାର ଚିୟରଲିଡର ଗାବ୍ରିଏଲା ପାସ୍କାଲୋଟ୍ଟୋ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିଙ୍କ ଦ୍ୱାରା ଦୁର୍ବ୍ୟବହାର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ । ଆଉ ଏହା ପରେ ଗଣମାଧ୍ୟମରେ ଆଇପିଏଲ ରଙ୍ଗୀନ ଦୁନିଆ ପଛର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସଷ୍ଟି ହୋଇଥିଲା ।

  • 2011 କୋଚି ଟସ୍କର୍ସ ଯାତ୍ରା ସମାପ୍ତ
ipl-controversy
କୋଚି ଟସ୍କର୍ସ

2011 ଆଇପିଏଲ ପାଇଁ ନୂତନ ଦଳ ଭାବେ ଯୋଗ ଦେଇଥିବା କୋଚି ଟସ୍କର୍ସ କେରଳ ଲିଗର ଏକ ସ୍ୱଳ୍ପ ସମୟର ଅତିଥି ରହିଥିଲା । 2011 ମସିହାରେ ଆଇପିଏଲରେ ଯୋଡି ହୋଇ ସେହି ବର୍ଷ ହିଁ ଲିଗରୁ ବାଦ ପଡିଥିଲା । କାରଣ 2012 ପାଇଁ ବାର୍ଷିକ ଶୁଳ୍କ ବହନ କରିବା ପାଇଁ ଆବଶ୍ୟକ ବ୍ୟାଙ୍କ ଗ୍ୟାରେଣ୍ଟି ପୈଠ କରିବାରେ ବିଫଳ ହେତୁ ଆଇପିଏଲରୁ ବାଦ ପଡିଲା କୋଚି ଟସ୍କର୍ସ ।

  • 2012 - ସ୍ପଟ୍ ଫିକ୍ସିଂ ମାମଲା
ipl-controversy
2012 ସ୍ପଟ୍ ଫିକ୍ସିଂ ମାମଲା

2012 ସଂସ୍କରଣରେ ସ୍ପଟ୍ ଫିକ୍ସିଂ ପ୍ରଥମ ପ୍ରମୁଖ ଘଟଣା ଥିଲା । ଯାହା ଆଇପିଏଲକୁ ଏକ ଧକ୍କା ଦେଇଥିଲା । ଏହି ସିଜିନ ପାଇଁ ପୁଣେ ୱାରିୟର୍ସ ଇଣ୍ଡିଆ ଖେଳାଳି ମୋହନଶ ମିଶ୍ର ଏକ ଷ୍ଟିଙ୍ଗ ଅପରେସନରେ ସ୍ପଟ୍ ଫିକ୍ସିଂ ନେଇ ଧରା ପଡିଥିଲେ । ସେହି ବର୍ଷ ମେ ମାସରେ ଅନ୍ୟ ଚାରିଜଣ ଖେଳାଳି - ଟିପି ସୁଧୀନ୍ଦ୍ର (ଡେକାନ୍ ଚାର୍ଜର୍ସ), ଅମିତ ଯାଦବ, ଶାଲାବ ଶ୍ରୀବାସ୍ତବ (କିଙ୍ଗସ ଏକାଦଶ ପଞ୍ଜାବ) ଏବଂ ଦିଲ୍ଲୀ କ୍ରିକେଟର ଅଭିନାଭ ବାଲିଙ୍କୁ ସ୍ପଟ୍ ଫିକ୍ସିଂରେ ଜଡିତ ଥିବା ଷ୍ଟିଙ୍ଗ ଅପରେସନରେ ଗିରଫ କରାଯାଇଥିଲା । ସମସ୍ତ ପାଞ୍ଚ ଖେଳାଳିଙ୍କୁ ଆଇପିଏଲ ସଭାପତି ରାଜୀବ ଶୁକ୍ଲା ନିଲମ୍ବିତ କରିଥିଲେ।

  • 2012- ୱାଙ୍ଖଡେରେ ଶାହରୁଖ ଖାନ ନିଷେଧ
ipl-controversy
ୱାଙ୍ଖଡେରେ ଶାହରୁଖ ଖାନଙ୍କୁ ନିଷେଧ

କୋଲକାତା ନାଇଟ୍ ରାଇଡର୍ସର ସହ-ମାଲିକ ଶାହରୁଖ ଖାନଙ୍କୁ ଆଇପିଏଲ୍ ମ୍ୟାଚ୍ ପରେ ଗ୍ରାଉଣ୍ଡରେ ସୁରକ୍ଷା ଅଧିକାରୀଙ୍କ ସହ କଳହ ଲାଗିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ହୋମ ଗ୍ରାଉଣ୍ଡ ୱାଙ୍ଖଡେରୁ ପାଞ୍ଚ ବର୍ଷ ପାଇଁ ବାରଣ କରାଯାଇଥିଲା । କେକେଆର୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ଜିତିବା ପରେ ଶାହରୁଖ ଖାନଙ୍କ ପିଲାମାନେ ଏବଂ ସେମାନଙ୍କ ସାଙ୍ଗମାନେ ପଡିଆରେ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀ ସେମାନଙ୍କୁ ବାରଣ କରିଥିଲେ, ସେତେବେଳେ କ୍ରୋଧିତ ଶାହରୁଖ ଗ୍ରାଉଣ୍ଡକୁ ଯାଇ ଝଗଡା କରିଥିଲେ।

  • 2013 - ପୁନର୍ବାର ସ୍ପଟ୍ ଫିକ୍ସିଂ
ipl-controversy
2013 ରେ ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଶ୍ରୀସନ୍ଥ, ଅଜିତ ଚଣ୍ଡିଲା ଏବଂ ଅଙ୍କିତ ଚାଭାନଙ୍କୁ ଗିରଫ

2013ରେ ଆଇପିଏଲରେ ସ୍ପଟ୍ ଫିକ୍ସିଂ ପୁଣି ଥରେ ଏହି ବିତ୍ତଶାଳୀ ଲିଗକୁ ଶକ୍ତ ଧକ୍କା ଦେଇଥିଲା । ଏଥର କିଛି ପ୍ରସିଦ୍ଧ ଖେଳାଳି ଏଥିରେ ସାମଲି ଥିଲେ । ଭାରତୀୟ କ୍ରିକେଟର ଶ୍ରୀସନ୍ଥଙ୍କ ସାମିଲ ନେଇ ସୂଚନା ମିଳିବା ପରେ ତାଙ୍କୁ ଭାରତୀୟ ଦଳରୁ ଆଜୀବନ ବ୍ୟାନ କରାଯାଇଥିଲା । ସେହିପରି ଲିଗ୍‌ର ଦୁଇଟି ସଫଳ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସକୁ ଦୁଇ ବର୍ଷ ପାଇଁ ଲିଗରୁ ବାଦ୍ ପଡିଥିଲେ । 2013 ରେ ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଦିଲ୍ଲୀ ପୋଲିସ ରାଜସ୍ଥାନ ଦଳର ତିନିଜଣ କ୍ରିକେଟର - ଶ୍ରୀସନ୍ଥ, ଅଜିତ ଚଣ୍ଡିଲା ଏବଂ ଅଙ୍କିତ ଚାଭାନଙ୍କୁ ଗିରଫ କରିଥିଲା । ମୁମ୍ବାଇ ପୋଲିସ ବିନ୍ଦୁ ଦାରା ସିଂ ଏବଂ ଗୁରୁନାଥ ମେୟାପ୍ପାନ ଚେନ୍ନାଇର ମାଲିକଙ୍କ ଜ୍ୱାଇଁ ତଥା ବିସିସିଆଇର ପୂର୍ବତନ ସଭାପତି ଏନ ଶ୍ରୀନିବାସନଙ୍କୁ ବୁକି ସହ ଲିଙ୍କ ଥିବା ଅଭିଯୋଗରେ ଗିରଫ କରିଥିଲା । ସୁପ୍ରିମକୋର୍ଟ 2015 ରେ ରାଜସ୍ଥାନ ଏବଂ ଚେନ୍ନାଇକୁ ଦୁଇ ବର୍ଷ ପାଇଁ ବ୍ୟାନ କରିଲେ । 2016 ଏବଂ 2017 ଆଇପିଏଲରେ ଏହି ଦୁଇ ଦଳ ଅଂଶଗ୍ରହଣ କରିନଥିଲେ ।

  • ଅଶ୍ବୀନଙ୍କ ମଙ୍କଡିଂ-2019
ipl-controversy
ଅଶ୍ବୀନଙ୍କ ମଙ୍କଡିଂ ଆଉଟ

ଗତବର୍ଷ ଆଇପିଏଲର ଅନ୍ୟତମ ଚର୍ଚ୍ଚିତ ଘଟଣା ଥିଲା ଅଶ୍ବୀନଙ୍କ ମଙ୍କଡିଂ ଆଉଟ । କିଙ୍ଗସ ଏକାଦଶ ପଞ୍ଜାବର ନେତୃତ୍ୱ ନେଉଥିବା ଭାରତୀୟ ରବିଚନ୍ଦ୍ରନ ଅଶ୍ବନୀ ରାଜସ୍ଥାନ ରୟାଲ୍ସର ଜୋସ୍ ବଟଲରଙ୍କୁ ମଙ୍କଡ ଆଉଟ କରିଥିଲେ । ଯାହା 2019 ଆଇପିଏଲର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

  • ଧୋନିଙ୍କ ପଡିଆ ମଧ୍ୟକୁ ପ୍ରବେଶ- 2019
ipl-controversy
ଧୋନି ପଡିଆ ମଧ୍ୟକୁ ପ୍ରବେଶ କରି ଅମ୍ପେୟାରଙ୍କ ସହ ଯୁକ୍ତ କରିଥିଲେ

ସେହିବର୍ଷ ଟୁର୍ଣ୍ଣାମେଣ୍ଟର ଶେଷ ଆଡକୁ ରାଗରେ ପଡିଆ ମଧ୍ୟକୁ ଧୋନିଙ୍କ ପ୍ରବେଶ ବିବାଦର ଅନ୍ୟତମ କାରଣ ସାଜିଥିଲା । ଲେଗ୍ ଅମ୍ପାୟର ବ୍ରୁସ୍ ଅକ୍ସେନ୍ଫୋର୍ଡ୍ ଅମ୍ପାୟର ଉଲହାସ୍ ଗାନ୍ଧେଙ୍କ ନିଷ୍ପତ୍ତିକୁ ବଦଳାଇ ନୋ ବଲ ଦେଇଥିଲେ । ଯେତେବେଳେ ସିଏକେ ବିଜୟ ପାଇଁ 3ବଲରୁ 8 ରନ୍ ଆବଶ୍ୟକ କରୁଥିଲା । ରବିନ୍ଦ୍ର ଜାଡେଜା ଅମ୍ପାୟାରଙ୍କ ନିଷ୍ପତ୍ତିରେ କ୍ରୋଧିତ ହେବା ବେଳେ ଆଉଟ ହୋଇ ପାଭିଲିୟନ ଫେରଥିବା ଧୋନି ପଡିଆ ମଧ୍ୟକୁ ପ୍ରବେଶ କରି ଅମ୍ପେୟାରଙ୍କ ସହ ଯୁକ୍ତ କରିଥିଲେ । ଏଥିପାଇଁ ଧୋନିଙ୍କୁ ତାଙ୍କ ମ୍ୟାଚ୍ ଫିସର 50% ଜରିମାନା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 11, 2020, 12:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.