ETV Bharat / sports

ଆଇପିଏଲ ଇତିହାସ: ଏହି 4 ଫ୍ରାଞ୍ଚାଇଜକୁ ଆପଣ ଭୁଲି ସାରିଛନ୍ତି

author img

By

Published : Sep 17, 2020, 7:01 AM IST

ଆଇପିଏଲ ଇତିହାସରୁ କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ ର ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ କିଛି ଜଣା କିଛି ଅଜଣା’ । ଆଜିର ଏହି ଉପସ୍ଥାପନାରେ ଆଇପିଏଲର ଇତିହାସରୁ ଲିଭି ଯାଇଥିବା ଫ୍ରାଞ୍ଚାଇଜଗୁଡିକୁ ମନେ ପକାଇବା ।

ଆଇପିଏଲ ଇତିହାସର 4 ଫ୍ରାଞ୍ଜାଇଜ, ଯାହାକୁ ଆପଣ ଭୁଲି ସାରିଛନ୍ତି

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ବିତ୍ତଶାଳୀ ଟି-20 ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) । ବିସିସିଆଇ ରାଜକୋଷର କୁବେର ଓ ଭାରତ ସରକାରଙ୍କୁ କ୍ରୀଡା କ୍ଷେତ୍ରରୁ ମିଳୁଥିବା ସର୍ବାଧିକ କର ଦାତା । 8ଟି ଫ୍ରାଞ୍ଚାଇଜ ବିଶିଷ୍ଟ ଏହି ଘରୋଇ ଲିଗ ଲୋକପ୍ରିୟତାର ସପଳତ ଶୀର୍ଷରେ ପହଁଛି ସାରଲାଣି । ପ୍ରାରମ୍ଭିକ ସଂସ୍କରଣରେ 8ଟି ଫ୍ରାଞ୍ଚାଇଜ ରହିଥିଲେ ଏବଂ ଚଳିତ ସିଜନ ପାଇଁ ମଧ୍ୟ 8ଟି ଫ୍ରାଞ୍ଚାଇଜ ଭାଗ ନେଉଛନ୍ତି । ମାତ୍ର ଆଇପିଏଲ ଇତିହାସରେ ଏମିତି କିଛି ଫ୍ରାଞ୍ଚାଇଜ ଖେଳି ସାରିଛନ୍ତି ଯାହାକି ବୋଧହୁଏ କ୍ରିକେଟ ପ୍ରେମୀ ଭୂଲି ସାରିଥିବେ । କାରଣ ସେମାନଙ୍କ ଅବଧି ସଂକ୍ଷିପ୍ତ ସମୟ ପାଇଁ ରହିଥିଲା ।

ଆଇପିଏଲ କିଛି ଜଣା କିଛି ଅଜଣା

ତେବେ ଆଇପିଏଲ ଇତିହାସରୁ କିଛି ଜଣା ଅଜଣା ଘଟଣାବଳୀକୁ ନେଇ ‘ଇଟିଭି ଭାରତ’ ର ସ୍ବତନ୍ତ୍ର ଉପସ୍ଥାପନା ‘ଆଇପିଏଲ କିଛି ଜଣା କିଛି ଅଜଣା’ । ଆଜିର ଏହି ଉପସ୍ଥାପନାରେ ଆଇପିଏଲର ଇତିହାସରୁ ଲିଭି ଯାଇଥିବା ଫ୍ରାଞ୍ଚାଇଜଗୁଡିକୁ ମନେ ପକାଇବା ।

ଏହି ଧନୀ ଲିଗରେ ବର୍ତ୍ତମାନ ସିଜିନ ପାଇଁ 8ଟି ଫ୍ରାଞ୍ଚାଇଜ ଭାଗ ନେଉଛନ୍ତି । ଆରମ୍ଭ ସଂସ୍କରଣରେ ମଧ୍ୟ 8ଟି ଫ୍ରାଞ୍ଚାଇଜ ରହିଥିଲେ । ମାତ୍ର 2010ରେ ସଂସ୍କରଣ ପାଇଁ ନୂଆ ଦୁଇଟି ଫ୍ରାଞ୍ଚାଇଜ ପୁନେ ୱାରିଅର୍ସ ଓ କୋଚି ଟିମକୁ ଯୋଡିଥିଲା ବିସିସିଆଇ । ଯେଉଁମାନେ 2011ରେ ଆଇପିଏଲର 4ର୍ଥ ସଂସ୍କରଣ ପାଇଁ ଖେଳିଥିଲେ । ମାତ୍ର ଏହାର ଠିକ୍‌ ପର ବର୍ଷ ଉକ୍ତ ଦୁଇଟ ଫ୍ରାଞ୍ଚାଇଜକୁ ଲିଗରୁ ବାଦ ଦେଇଥିଲା ବୋର୍ଡ । ସେହିପରି 2012 ସଂସ୍କରଣ ପାଇଁ ଡେକାନ ଚାର୍ଜର୍ସ ବଦଳରେ ସନରାଇଜର୍ସ ହାଇଦ୍ରାବାଦ ନାମକ ଏକ ନୂଆ ଫ୍ରାଞ୍ଜାଇଜ ଲିଗକୁ ଏଣ୍ଟ୍ରୀ ମାରିଲା । ଅନ୍ୟପଟେ 2015ରେ ମ୍ୟାଚ ଫିକ୍ସଂ ପାଇଁ ଚେନ୍ନଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସକୁ ଟୁର୍ଣ୍ଣାମେଣ୍ଟରୁ ବ୍ୟାନ କରାଗଲା । ତାଙ୍କ ବଦଳରେ ଦୁଇ ନୂଆ ଫ୍ରାଞ୍ଚାଇଜ ରାଇଜିଂ ପୁନେ ସୁପର ଜିଆଣ୍ଟ ଓ ଗୁଜୁରାଟ ଲାଏନ୍ସ ନାମରେ ଦୁଇଟି ଫ୍ରାଞ୍ଚାଇଜ ଟୁର୍ଣ୍ଣାମେଣ୍ଟରେ ଯୋଡି ହେଲା ।

  • 1. ପୁଣେ ୱାରିୟର୍ସ ଇଣ୍ଡିଆ

ଏହି ମହାରାଷ୍ଟ୍ର ପୁନେ ସହରକୁ ପ୍ରତିନିଧିତ୍ୱ କରୁଥିଲା ​​| ମାତ୍ର ମହାରାଷ୍ଟ୍ରରୁ ଅନ୍ୟତମ ଫ୍ରଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ ଥିବା ସତ୍ତ୍ବେ ଏହା ଆଇପିଏଲକୁ ଏଣ୍ଟ୍ରୀ ମାରିଥିଲା । 2011 ଋତୁ ପାଇଁ ଆଇପିଏଲରେ ଯୋଡି ହୋଇଥିଲା । ଏହି ଟିମ୍ ସାହାରା ଗ୍ରୁପ୍ ସ୍ପୋର୍ଟସ୍ ଲିମିଟେଡ୍ ଦ୍ବାରା ପରିଚାଳିତ ହେଉଥିଲା । ଏହି ଟିମର ଘରୋଇ ପଡିଆ ଥିଲା ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ ।

ଆଇପିଏଲ କିଛି ଜଣା କିଛି ଅଜଣା
ଆଇପିଏଲ କିଛି ଜଣା କିଛି ଅଜଣା

ତେବେ ଆଇପିଏଲର ଦୁଇଟି ସଂସ୍କରଣ ଖେଳିବା ପରେ ମେ 2013 ରେ ଲିଗରୁ ଓହରି ଯାଇଥିଲା । ଲିଗ୍ ବାର୍ଷିକ ଫି ମୂଲ୍ୟକୁ ନେଇ ବିସିସିଆଇ ସହ ମନାନ୍ତର ହେବାରୁ ଏହି ଦଳ ଆଇପିଏଲରୁ ଓହରି ଯାଇଥିଲା । ପୁଣେ ୱାରିୟର୍ସ ଇଣ୍ଡିଆ ଶେଷ ମ୍ୟାଚ୍ 19 ମେ 2013 ରେ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ଖେଳିଥିଲା । ଆଉ ଏହାର ଠିକ୍‌ 5 ମାସ ପରେ, ଅକ୍ଟୋବର 2013 ରେ ଫ୍ରାଞ୍ଚାଇଜ୍ ଆନୁଷ୍ଠାନିକ ଭାବରେ ସମାପ୍ତ ହୋଇଥିଲା ।

ଏହା ଟୁର୍ଣ୍ଣାମେଣ୍ଟରେ ଅନ୍ୟତମ ବିଫଳ ଦଳ ଭାବେ ପରିଗଣିତେ ହୋଇଥିଲା । ପ୍ରାରମ୍ଭିକ ସିଜିନରେ ପଏଣ୍ଟ ତାଲିକରା ଶେଷରୁ 2ୟ ଓ 2012 ସଂସ୍କରଣରେ ତାଲିକର ଶେଷରେ ରହିଥିଲା । ଦଳ ମୋଟ 46 ଟି ମ୍ୟାଚ୍ ଖେଳିଥିଲା । ଯେଉଁଥିରେ 12 ଟି ଜିତିଥିଲା ​​ଏବଂ ଗୋଟିଏ ମ୍ୟାଚ୍ ଡ୍ର ସହିତ 33ରେ ପରାଜୟ ପାଇଥିଲା ​​| ଏହି ଦଳକୁ 2011ରେ ଯୁବରାଜ ସିଂ ଓ 2012ରେ ଗୌତମ ଗମ୍ଭୀର ପ୍ରତିନିଧିତ୍ବ କରିଥିଲେ ।

  • 2. କୋଚି ଟସ୍କର୍ସ କେରଳ

2011 ଆଇପିଏଲ ପାଇଁ ନୂତନ ଦଳ ଭାବେ ଯୋଗ ଦେଇଥିବା କୋଚି ଟସ୍କର୍ସ କେରଳ ଲିଗର ଏକ ସ୍ୱଳ୍ପ ସମୟର ଅତିଥି ରହିଥିଲା । 2011 ମସିହାରେ ଆଇପିଏଲରେ ଯୋଡି ହୋଇ ସେହି ବର୍ଷ ହିଁ ଲିଗରୁ ବାଦ ପଡିଥିଲା । କାରଣ 2012 ପାଇଁ ବାର୍ଷିକ ଶୁଳ୍କ ବହନ କରିବା ପାଇଁ ଆବଶ୍ୟକ ବ୍ୟାଙ୍କ ଗ୍ୟାରେଣ୍ଟି ପୈଠ କରିବାରେ ବିଫଳ ହେତୁ ଆଇପିଏଲରୁ ବାଦ ପଡିଲା କୋଚି ଟସ୍କର୍ସ ।

ଆଇପିଏଲ କିଛି ଜଣା କିଛି ଅଜଣା
ଆଇପିଏଲ କିଛି ଜଣା କିଛି ଅଜଣା

ଏହି ଫ୍ରାଞ୍ଚାଇଜ୍ କୋଚି କ୍ରିକେଟ୍ ପିଭି ଲିମିଟେଡର ମାଲିକାନାରେ ଥିଲା । ଯାହା ଏକାଧିକ କମ୍ପାନୀର ଏକ ସମନ୍ବୟ ଥିଲା । 1702 କୋଟି ମୂଲ୍ୟ ଥିଲା ଏହି ଟିମର ବଜେଟ । ଏହି ଦଳର ପ୍ରତିନିଧିତ୍ବ କରୁଥିଲେ ଶ୍ରୀଲଙ୍କା ପୂର୍ବତନ କ୍ରିକେଟର ମହିଳା ଜୟ ବର୍ଦ୍ଧନ । ଫ୍ରାଞ୍ଚାଇଜ୍ ପ୍ରଥମେ ଘୋଷଣା କରିଥିଲେ ଯେ ଦଳର ନାମ "ଇଣ୍ଡି କମାଣ୍ଡୋସ୍ କେରଳ" ହେବ । ମାତ୍ର ଏହା ବିଶ୍ବବ୍ୟାପୀ ନକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଏହି ଦଳ ନାମ ପରିବର୍ତ୍ତନ ହୋଇଥିଲା ।

  • 3. ଗୁଜୁରାଟ ଲାଏନ୍ସ

2015ରେ ମ୍ୟାଚ ଫିକ୍ସଂ ପାଇଁ ଚେନ୍ନଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସକୁ ଟୁର୍ଣ୍ଣାମେଣ୍ଟରୁ ବ୍ୟାନ ହେବା ପରେ ନୂଆ ଫ୍ରାଞ୍ଚାଇଜ ଗୁଜୁରାଟ ଲାଇନ୍ସ ଟୁର୍ଣ୍ଣାମେଣ୍ଟରେ ଯୋଡି ହେଲା । ଏହି ଦଳ ଗୁଜୁରାଟର ରାଜକୋଟ ସହରକୁ ପ୍ରତିନିଧିତ୍ବ କରୁଥିଲା । 2015 ନୂଆଦିଲ୍ଲୀରେ ଆୟୋଜିତ ଆଇପିଏଲର ଅକ୍ସନରେ ଏହି ଦଳର ନାମ ଗୁଜୁରାଟ ଲାଏନ୍ସ ରଖାଗଲା । ସୁରେଶ ରାଇନାଙ୍କୁ ଦଳର ଅଧିନାୟକ ଭାବରେ ଘୋଷଣା କରାଯାଇଥିଲା । ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ ଦଳ ହୋମ ଗ୍ରାଉଣ୍ଡ ରହିଥିଲା । ଆଇପିଏଲ୍ 2016 ରେ ଦଳ 9 ଟି ମ୍ୟାଚ୍ ଜିତିଥିଲା ।

ଆଇପିଏଲ କିଛି ଜଣା କିଛି ଅଜଣା
ଆଇପିଏଲ କିଛି ଜଣା କିଛି ଅଜଣା
  • 4. ରାଇଜିଂ ପୁଣେ ସୁପରଜିଆଣ୍ଟ

ଆରପିଏସ୍ ଭାବରେ ପରିଚିତ ଏହି ଦଳ ମହାରାଷ୍ଟ୍ରର ପୁଣେର ଫ୍ରାଞ୍ଚାଇଜ୍ କ୍ରିକେଟ୍ ଦଳ ଥିଲା ଯାହା 2016 ଏବଂ 2017 ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଖେଳିଥିଲା । ପୁଣେ ୱାରିୟର୍ସ ଇଣ୍ଡିଆ ପରେ ପୁଣେକୁ ପ୍ରତିନିଧିତ୍ୱ କରୁଥିବା ଏହା ଦ୍ୱିତୀୟ ଦଳ ଥିଲା । ଗୁଜୁରାଟ ଲାଏନ୍ସ ସହିତ ଏହି ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ପାଇଁ ଦୁଇ ସିଜିନ ରିପ୍ଲେସମେଣ୍ଟ ଭାବରେ ସ୍ଥାନ ପାଇଥିଲା ।

ଆଇପିଏଲ କିଛି ଜଣା କିଛି ଅଜଣା
ଆଇପିଏଲ କିଛି ଜଣା କିଛି ଅଜଣା

ରାଇଜିଂ ପୁଣେ ସୁପରଜିଆଣ୍ଟ ଫ୍ରାଞ୍ଚାଇଜ୍ ସଞ୍ଜୀବ ଗୋଏଙ୍କାଙ୍କ ଦ୍ୱାରା ନିୟନ୍ତ୍ରିତ ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ମାଲିକାନା ଅଧିନରେ ରହିଥିଲା । ଦଳ 2017 ଆଇପିଏଲ୍ ଫାଇନାଲ୍ ମୁମ୍ବାଇ ଇଣ୍ଡିଆନ୍ସଠାରୁ ଏକ ରନରେ ପରାସ୍ତ ହୋଇ ଟାଇଟଲ ଟେକିବାରୁ ବଞ୍ଚିତ ହୋଇଥିଲା । ଏବଂ ଏହା ଥିଲା ଦଳର ଶେଷ ମ୍ୟାଚ । ଏହି ଦଳର ନେତୃତ୍ବ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.