ETV Bharat / sports

IPLକୁ ବାସ୍ତବ ରୂପ ଦେବା ପାଇଁ ବିସିସିଆଇ-ଫ୍ରାଞ୍ଚାଇଜଙ୍କ ବୈଠକ - IPL owners' con-call today

ଆଇପିଏଲର ଆଗାମୀ ସଂସ୍କରଣକୁ ବାସ୍ତବ ରୂପ ଦେବା ପାଇଁ ଉପାୟ ଖୋଜିବାରେ ଲାଗି ପଡିଛନ୍ତି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଓ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) ।

ipl-owners-con-call-today-teams-subconsciously-prepare-for-call-off
ଆଇପିଏଲକୁ ବାସ୍ତିକ୍‌ ରୂପ ଦେବା ପାଇଁ ବିସିସିଆଇ-ମାଲିକଙ୍କ ବୈଠକ
author img

By

Published : Mar 17, 2020, 8:00 AM IST

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସଂସ୍କରଣକୁ ବାସ୍ତବ ରୂପ ଦେବା ପାଇଁ ଉପାୟ ଖୋଜିବାରେ ଲାଗି ପଡିଛନ୍ତି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ୍ ଓ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ ଇଣ୍ଡିଆ (ବିସିସିଆଇ) । ଉଭୟ ଅଧିକରୁ ଅଧିକ ସମୟ କାମ କରୁଛନ୍ତି । ମାତ୍ର କୌଣସି ଫଳ ମିଳୁନଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।

ତେବେ ଗୋଟିଏ ଫ୍ରାଞ୍ଚାଇଜର ଅଧିକାରୀ କହିଛନ୍ତି, ‘ଆଜି ସନ୍ଧ୍ୟାରେ ଆମର ଏକ ସମ୍ମିଳନୀ ଅନୁଷ୍ଠିତ ହେବ । ଆମେ ପରିସ୍ଥିତି ବିଷୟରେ ଆଲୋଚନା କରିବୁ । ମାତ୍ର ଚାରିଆଡ଼େ ବିଦ୍ୟାଳୟ, କଲେଜ, ମଲ୍, ପ୍ରେକ୍ଷାଳୟ ସବୁ ବନ୍ଦ ହୋଇଯାଇଛି । ସେପଟେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ଜିମ୍ ଗୁଡିକ ମଧ୍ୟ ବନ୍ଦ ହୋଇଯାଇଛି । ତେଣୁ ଏପରି ପରିସ୍ଥିତିରେ, କୌଣସି ରାସ୍ତା ମିଳିପାରୁ ନାହିଁ । ’

ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ବିସିସିଆଇ ସହିତ ବୌଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଆମେ ସମସ୍ତେ ଏଥିରେ ଏକଜୁଟ ହୋଇ ରହିଛୁ । ହୁଏତ ଚଳିତ ବର୍ଷ ଲିଗ୍ ବାତିଲ କରିବାକୁ ପଡିବ। ଫ୍ରାଞ୍ଚାଇଜ୍ କ୍ଷତି ସହିବାକୁ ପ୍ରସ୍ତୁତ କି ବୋଲି ପଚରା ଯିବାରୁ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଅଧିକାରୀ କହିଛନ୍ତି ।

ସେ କହିଛନ୍ତି, ‘ଆମର ପାଖାପାଖି 15-20 କୋଟି ଟଙ୍କା ମୌଳିକ କ୍ଷତି ହେବ । ଯାହା ଦରମା ଏବଂ ବ୍ୟବହୃତ ଜିନିଷ ପାଇଁ । କିନ୍ତୁ ଅନ୍ୟାନ୍ୟ କ୍ଷତି ମଧ୍ୟ ରହିଛି, ଯାହା ବାଣିଜ୍ୟ ବିକ୍ରୟରୁ ଆସିଥାଏ । ଯଦି ଟୁର୍ଣ୍ଣାମେଣ୍ଟ ନ ହୁଏ, ତେବେ ଫ୍ରାଞ୍ଚାଇଜକୁ ଟିକେଟ୍ ଖର୍ଚ୍ଚ ବହନ କରିବାକୁ ପଡିବ । କିନ୍ତୁ ତା’ପରେ ଆମେ ସମସ୍ତେ ହୃଦୟଙ୍ଗମ କରିଛୁ ଯେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏ ସବୁ ଜିନିଷକୁ ଆମେ ବଳି ଦେଇ ପାରୁ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.