ନୂଆଦିଲ୍ଲୀ: ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଗଭର୍ଣ୍ଣିଂ କାଉନସିଲ ସଦସ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ମ୍ୟାଚ ପ୍ରସାରଣର ସମୟକୁ ନେଇ ଚୂଡାନ୍ତ ନିଷ୍ପତ୍ତି ହେବା ନେଇ ସୂଚନା ମିଳିଛି।
![IPL early start](https://etvbharatimages.akamaized.net/etvbharat/prod-images/5819892_tt.jpg)
ଗତ 2ଟି ଆଇପିଏଲ ସଂସ୍କରଣରେ ମ୍ୟାଚ ସଂନ୍ଧ୍ୟା 8.00 ବଦଳରେ 7.30ରେ ଆରମ୍ଭ ପାଇଁ ପ୍ରସାରଣକାରୀ ସଂସ୍ଥା ପକ୍ଷରୁ ଅନୁରୋଧ ହୋଇଆସୁଛି। ମ୍ୟାଚ ଶ୍ରୀଘ୍ର ଆରମ୍ଭ ହେଲେ ଦର୍ଶକ ଶ୍ରୀଘ୍ର ଘରକୁ ଫେରିପାରିବେ । ଏହାଦ୍ବାରା ସ୍ପନସର ଓ ଫ୍ରାଞ୍ଚାଇଜ ମଧ୍ୟ ଅଧିକ ଲାଭବାନ ହେବେ ବୋଲି ପ୍ରସାରଣକାରୀ ସଂସ୍ଥା ପକ୍ଷରୁ ଦର୍ଶାଯାଇଛି ।
![IPL early start](https://etvbharatimages.akamaized.net/etvbharat/prod-images/5819892_tyyu.jpg)
ମାତ୍ର ଏହି ଦାବିକୁ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଗ୍ରହଣ ନଥିଲା। ମାତ୍ର 2020 ଆଇପିଏଲ ସଂସ୍କରଣରେ ଏହି ନିଷ୍ପତ୍ତି ଉପରେ ବିଚାର କରାଯାଉଥିବା ସ୍ପଷ୍ଟ ହୋଇଛି । ଆଇପିଏଲର 13 ତମ ସଂସ୍କରଣ 2020 ମାର୍ଚ୍ଚ 29ରୁ ଆରମ୍ଭ ହେବ । ତେବେ ଏନେଇ ସମସ୍ତ ଫ୍ରାଞ୍ଚାଇଜଙ୍କ ସହମତି ପରେ ଶେଷ ନିଷ୍ପତ୍ତି ବିସିସିଆଇର ହେବ।