ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ର 2021 ଟ୍ରଫି ବିଜେତା ହେଉ ଚେନ୍ନାଇ ସୁପର କିଙ୍ଗ୍ସ । ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ସେନ ୱାଟସନ ଏହା ଚାହାଁନ୍ତି ।
ୱାଟସନ ସମସ୍ତ ପ୍ରକାର କ୍ରିକେଟରୁ ନଭେମ୍ବର 2020ରେ ଅବସର ନେଇଥିଲେ । ଅକ୍ଟୋବର 2020ରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆଇପିଏଲର 13ତମ ସଂସ୍କରଣରେ ଶେଷ ମ୍ୟାଚ ଖେଳିଥିଲେ ୱାଟସନ ।
ପୂର୍ବତନ ଅଷ୍ଟ୍ରେଲୀୟ ଅଲରାଉଣ୍ଡର 2018ରେ ଆଇପିଏଲ ଟାଇଟେଲ ବିଜେତା ଟିମ ଚେନ୍ନାଇର ବିଜୟୀ ସଦସ୍ୟ ରହିଥିଲେ ।
39 ବର୍ଷୀୟ ୱାଟସନ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ 3ଟି ଟିମରେ ମୋଟ 145ଟି ମ୍ୟାଚ ଖେଳିଛନ୍ତି । 137.91 ଷ୍ଟ୍ରାଇକରେଟ ସହ 3874 ରନ୍ ସଂଗ୍ରହ କରିଛନ୍ତି । 4ଟି ଶତକ ଓ 92ଟି ୱିକେଟ ମଧ୍ୟରେ ଗୋଟିଏ ହ୍ୟାଟ-ଟ୍ରିକ ମଧ୍ୟ ହାସଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ