ମୁମ୍ବାଇ: ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା 7ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନ ଶେଷ କରିଛନ୍ତି । ଫଳରେ ଇଣ୍ଡିଆନ ପ୍ରିମିୟର ଲିଗ 2021 ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି । ଆଙ୍ଗୁଠିରେ ଆଘାତ ପରେ ପ୍ରାୟ 3 ମାସ କ୍ରିକେଟରୁ ଦୂରରେ ରହିଥିଲେ ଜାଡେଜା । ତେବେ ସୁରେଶ ରାଇନାଙ୍କ ସହ ୟେଲୋ ଜର୍ସିରେ ନଜର ଆସିଛନ୍ତି ସୁପରକିଙ୍ଗ୍ସର ଷ୍ଟାର ଅଲରାଉଣ୍ଡର ।
-
Apna time! #WhistlePodu #Yellove 💛🦁@ImRaina @imjadeja pic.twitter.com/zRHlZ0gjM4
— Chennai Super Kings (@ChennaiIPL) April 1, 2021 " class="align-text-top noRightClick twitterSection" data="
">Apna time! #WhistlePodu #Yellove 💛🦁@ImRaina @imjadeja pic.twitter.com/zRHlZ0gjM4
— Chennai Super Kings (@ChennaiIPL) April 1, 2021Apna time! #WhistlePodu #Yellove 💛🦁@ImRaina @imjadeja pic.twitter.com/zRHlZ0gjM4
— Chennai Super Kings (@ChennaiIPL) April 1, 2021
ସିଏସକେ କ୍ୟାମ୍ପରେ ସାମିଲ ହେବା ପୂର୍ବରୁ ଜାଡେଜା ଆଇପିଏଲ ପ୍ରସ୍ତୁତି ଆରମ୍ଭ କରିସାରିଥିଲେ । ଆଙ୍ଗୁଠିରେ ସଫଳ ଅସ୍ତ୍ରୋପଚାର ପରେ ମାର୍ଚ୍ଚରେ ପଡିଆରେ ବୋଲିଂ ଆକ୍ସନରେ ଦେଖିବାକୁ ମିଳିଥିଲ । ନ୍ୟାସନାଲ କ୍ରିକେଟ ଏକାଡେମୀ ବାଙ୍ଗାଲୁରୁରେ ପ୍ରସ୍ତୁତି ଜାରି ରଖିବା ସହ ଫିଟନେସ ସାର୍ଟିଫିକେଟ ହାସଲ କରିଛନ୍ତି ।
ଜାନୁଆରୀରେ ଅଷ୍ଟ୍ରଲିଆ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟଦିନରେ ଜାଡେଜାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ଓ ପରେ ସିରିଜରୁ ବାଦ୍ ପଡିଥିଲେ ।ତେବେ ଚେନ୍ନାଇ ସୁପରକିଙ୍ଗ୍ସକୁ ଆଇପିଏଲ 2021 ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜସ ହେଜେଲଉଡଙ୍କ ରୂପରେ ଝଟକା ଲାଗିଛି । ପରିବାର ସହ ଅଧିକ ସମୟ ବତାଇବାକୁ ହେଜେଲଉଡ ଆଇପିଏଲରୁ ଓହରିଯାଇଛନ୍ତି । ଆଇପିଏଲ 2020ରେ ମାତ୍ର 3ଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ ଏହି କଙ୍ଗାରୁ ଦ୍ରୁତ ବୋଲର, ତେବେ ଚଳିତ ଥର ମୋଇନ ଅଲୀ, ସାମ କରନ, ଲୁଙ୍ଗି ନିଙ୍ଗିଡି ଓ ଡ୍ବାଇନ ବ୍ରାଭୋଙ୍କ ସହ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇଁ ଲଢେଇ ସମ୍ଭାବନା ରହିଥିଲା । ଏହା ମଧ୍ୟ ଆଇପିଏଲରୁ ହେଜେଲଉଡ ଓହରିବାର କାରଣ ହୋଇଥାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ