ETV Bharat / sports

ରାହୁଲଙ୍କ କମାଲ, ରାଜସ୍ଥାନ ସାମ୍ନାରେ 222ରନର ବିଶାଳ ବିଜୟ ଲକ୍ଷ୍ୟ

ରାଜସ୍ଥାନ ରୟାଲ୍ସକୁ 222 ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଛି ପଞ୍ଜାବ କିଙ୍ଗ୍ସ । ଅଧିକ ପଢନ୍ତୁ...

author img

By

Published : Apr 12, 2021, 9:47 PM IST

Updated : Apr 12, 2021, 10:00 PM IST

IPL 2021: Rahul shines as PBKS set a target of 222 Runs vs RR
ରାହୁଲ କମାଲ, ରାଜସ୍ଥାନ ସାମ୍ନାରେ 222ରନର ବିଶାଳ ବିଜୟ ଲକ୍ଷ୍ୟ

ମୁମ୍ବାଇ: ଆଇପିଏଲର ଆଜି ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ଖେଳଯାଉଛି । ପ୍ରଥମେ ଟସ ଜିତି ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 221 ରନ କରିଛି ପଞ୍ଜାବ ।

ଫଳରେ ରାଜସ୍ଥାନ ସାମ୍ନାରେ 222 ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।

ପଞ୍ଜାବ ପକ୍ଷରୁ କ୍ୟାପଟେନ ରାହୁଲ ଅଧିନାୟକ ଇଂନିସ ଖେଳିଛନ୍ତି । ବିସ୍ଫୋରକ ବ୍ୟାଟିଂ ସହ 50 ବଲ୍‌ରୁ 7 ଚୌକା ଓ 5ଟି ଛକା ସହାୟତାରେ 91 ରନ୍‌ର ଜବରଦସ୍ତ ଇଂନିସ ଖେଳିଛନ୍ତି ରାହୁଲ । ଦୀପକ ହୁଡ୍ଡା ମଧ୍ୟ ଅବିଶ୍ବସନୀୟ ଦ୍ରୁତ ଇଂନିସ ଖେଳିଛନ୍ତି । 28 ବଲ୍‌ରୁ 4 ଚୌକା ଓ 6 ଛକା ସହାୟତାରେ 64ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି । କ୍ରିସ ଗେଲ୍‌ 28 ବଲରୁ 40 ଓ ମୟଙ୍କ ଅଗ୍ରୱାଲ 9 ବଲ୍‌ରୁ 14 ରନ କରିଛନ୍ତି ।

ଅନ୍ୟପଟେ ରାଜସ୍ଥାନ ପକ୍ଷରୁ ଚେତନ ସାକାରିୟା ସର୍ବାଧିକ 3ଟି ୱିକେଟ ହାସଲ କରିଛନ୍ତି । ତେବେ ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କ୍ରିସ ମୋରିସ ଦୁଇଟି ଓ ରିୟାନ ପରାଗ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 12, 2021, 10:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.