ETV Bharat / sports

ଆଇପିଏଲ 2021 ଖେଳାଳି ନିଲାମ: ପଞ୍ଜାବ କିଙ୍ଗ୍ସକୁ ରାହୁଲଙ୍କ ସଙ୍କେତ

author img

By

Published : Feb 18, 2021, 3:16 PM IST

ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 2021 ସଂସ୍କରଣ ଖେଳାଳି ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସ କ୍ୟାପଟେନ କେଏଲ ରାହୁଲଙ୍କ ବ଼ଡ ବୟାନ । ଅଧିକ ପଢନ୍ତୁ...

IPL 2021 Players Auction: KL Rahul reveals missing elements in Punjab Kings
ଆଇପିଏଲ 2021 ଖେଳାଳି ନିଲାମ: ପଞ୍ଜାବ କିଙ୍ଗ୍ସକୁ ରାହୁଲଙ୍କ ସଙ୍କେତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 2021 ସଂସ୍କରଣ ଖେଳାଳି ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସ କ୍ୟାପଟେନ କେଏଲ ରାହୁଲଙ୍କ ବ଼ଡ ବୟାନ । ଟିମରେ ଜଣେ ମଧ୍ୟକ୍ରମ ଦକ୍ଷ ଓ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନଙ୍କ ଅଭାବ ଥିବା କହିଛନ୍ତି ରାହୁଲ ।

ଗୋଟିଏ ଥର ବି ଟ୍ରଫି ଟେକିବାର ସୌଭାଗ୍ୟ ଅର୍ଜନ କରିପାରିନଥିବା ପଞ୍ଜାବ ଟିମ ପୂର୍ବ ସଂସ୍କରଣରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ଟୁର୍ଣ୍ଣାମେଣ୍ଟ ମଧ୍ୟଭାଗରେ ଖରାପ ପ୍ରଦର୍ଶନ ସହ ବାଦ ପଡିଥିଲା । ପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌ଙ୍କୁ ମଧ୍ୟ ସଠିକ ଭାବେ ବ୍ୟବହାର କରିପାରିନଥିବା ଅଭିଯୋଗ ହୋଇଥିଲା । ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ, ନିକୋଲାସ ପୁରୋନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟମ୍ୟାନ୍ସ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି ।

ରାହୁଲ କହିଛନ୍ତି, ଜଣେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଯିଏକି ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେବାର ସମର୍ଥ ରଖୁଥିବେ, ଟିମ ଆବଶ୍ୟକ କରୁଛି । ଏଥିସହ ଜଣେ ଘାତକ ଦ୍ରୁତ ବୋଲର ସର୍ବଦା ଟିମକୁ ଶକ୍ତିଶାଳୀ କରିଥାନ୍ତି ।

ବୁଧବାର, କିଙ୍ଗ୍ସ ଏକାଦଶ ପଞ୍ଜାବ ଟିମର ପରିବର୍ତ୍ତିତ ନାମ 'ପଞ୍ଜାବ କିଙ୍ଗ୍ସ' ଓ ନୂଆ ଲୋଗୋ ଘୋଷଣା କରିଛି ଫ୍ରାଞ୍ଚାଇଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.