ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ମହାସମର ଆଇପିଏଲ ପାଇଁ ବାଜିସାରିଛି ବିଗୁଲ୍ । ଆଇପିଏଲ 2021 ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କଲେଣି ଫ୍ରାଞ୍ଚାଇଜ । ଏହିକ୍ରମରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଖେଳାଳି ଓ ଷ୍ଟାଫ ଅଭ୍ୟାସ ଶିବିର ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି । ଅଭ୍ୟାସ ଶିବିର ଆରମ୍ଭ ପୂର୍ବରୁ ହୋଟେଲରେ 7 ଦିନ କ୍ବାରେଣ୍ଟିନରେ ରହିବେ ସମସ୍ତ ସଦସ୍ୟ ।
-
It's that time of the year again 💫🤩#KKR #HaiTaiyaar #IPL2021 https://t.co/5DjlNtMNsB
— KolkataKnightRiders (@KKRiders) March 22, 2021 " class="align-text-top noRightClick twitterSection" data="
">It's that time of the year again 💫🤩#KKR #HaiTaiyaar #IPL2021 https://t.co/5DjlNtMNsB
— KolkataKnightRiders (@KKRiders) March 22, 2021It's that time of the year again 💫🤩#KKR #HaiTaiyaar #IPL2021 https://t.co/5DjlNtMNsB
— KolkataKnightRiders (@KKRiders) March 22, 2021
ଦିନେଶ କାର୍ତ୍ତିକ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ତ୍ରିପାଠୀ, କମଲେଶ ନାଗରକୋଟୀ, ସନ୍ଦୀପ ୱାରିୟର, ବୈଭବ ଆରୋରା, ସହକାରୀ କୋଚ ଅଭିଷେକ ନାୟର, ସହକାରୀ ବୋଲିଂ କୋଚ ଓମକାର ସାରକଭି ଓ ସପୋର୍ଟ ଷ୍ଟାଫ୍ ଶନିବାର ହୋଟେଲ ପହଞ୍ଚିଛନ୍ତି ।
ସେହିପରି ବିଦେଶୀ ଖେଳାଳି ସୁନୀଲ ନାରିନ ଓ ଆନ୍ଦ୍ରେ ରସେଲ ଖୁବଶୀଘ୍ର ମୁମ୍ବାଇ ପହଞ୍ଚିବା ନେଇ ସୂଚନା ରହିଛି । ତେବେ ଅନ୍ୟ ଖେଳାଳିଙ୍କ ପହଞ୍ଚିବା ନେଇ ସୂଚନା ମିଳିପାରିନାହିଁ ।
ବିସିସିଆଇର ଗାଇଡଲାଇନ ଅନୁଯାୟୀ, ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ ଓ ମ୍ୟାନେଜମେଣ୍ଟ ସଦସ୍ୟ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବା ପୂର୍ବରୁ ହୋଟେଲ ରୁମରେ 7 ଦିନ କ୍ବାରେଣ୍ଟିନରେ ରହିବେ । ପ୍ରତ୍ୟେକ ସଦସ୍ୟ ଏକାଧିକ ବାର କୋଭିଡ-19 ପରୀକ୍ଷାର ସାମ୍ନା କରିବେ । ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ସମସ୍ତ ସଦସ୍ୟଙ୍କ କୋରୋନା ନେଗେଟିଭ ରିପୋର୍ଟ ଜରୁରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ