ETV Bharat / sports

ଆଇପିଏଲ ନିଲାମ: କିଣା ହେଲେନି କେଦାର, ଆରସିବି କ୍ୟାମ୍ପରେ ମାକ୍ସୱେଲ

author img

By

Published : Feb 18, 2021, 4:30 PM IST

14.25 କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାକ୍ସୱେଲଙ୍କୁ କିଣିଛି । ଅଧିକ ପଢନ୍ତୁ...

IPL 2021: kedar jadav goes unsold, maxwell sold to RCB for 14.25
ଆଇପିଏଲ ନିଲାମ: କିଣାହେଲେନି କେଦାର, ଆରସିବି କ୍ୟାମ୍ପରେ ମାକ୍ସୱେଲ

ଚେନ୍ନାଇ: ଜାରି ରହିଛି ଆଇପିଏଲ 2021ର ନିଲାମ କାର୍ଯ୍ୟକ୍ରମ । ଏଯାବତ ହୋଇଥିବା ନିଲାମିରେ ବାଜି ମାରିଛନ୍ତି ଦୁଇ ଅଷ୍ଟ୍ରେଲୀୟ ଖେଳାଳି ଗ୍ଳେନ ମାକ୍ସୱେଲ ଓ ଷ୍ଟିଭ ସ୍ମିଥ ।

14.25 କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାକ୍ସୱେଲଙ୍କୁ କିଣିଛି । ମାକ୍ସୱେଲଙ୍କୁ କିଣିବାକୁ କୋଲକାତା ନାଇଟ ରାଇଡର୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ ଆରସିବି ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର ଶେଷରେ ବାଜି ମାରିନେଇଥିଲା ଆରସିବି । ମାତ୍ର ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେଦାର ଯାଦବଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ପ୍ରକାଶ କରିନାହାଁନ୍ତି ।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ଷ୍ଟିଭ ସ୍ମିଥଙ୍କୁ 2 କୋଟିରେ କିଣି ଦଳରେ ସାମିଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.