ହାଇଦ୍ରାବାଦ: ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍ 2021 ପାଇଁ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଜେସନ ହୋଲ୍ଡର ସୋମବାର ଚେନ୍ନାଇରେ ପହଞ୍ଚିଛନ୍ତି । ହୋଲ୍ଡର ଡେଭିଡ ୱାର୍ଣ୍ଣରଙ୍କ ନେତୃତାଧୀନ ସନରାଇଜର୍ସ ହାଇଦ୍ରାବାଦ ଟିମର ସଦସ୍ୟ ରହିଛନ୍ତି ।
ୟୁଏଇରେ ଖେଳାଯାଇଥିବା ଆଇପିଏଲର 13ତମ ସଂସ୍କରଣରେ, ହାଇଦ୍ରାବାଦ ଖେଳିଥିବା ଶେଷ 6ଟି ମ୍ୟାଚରୁ 5ଟି ବିଜୟ ସହ ପ୍ଲେ-ଅଫ୍ରେ ପ୍ରବେଶ କରିଥିଲା । ଫଳରେ ଚଳିତ ବର୍ଷ ଆଇପିଏଲରେ ଅରେଞ୍ଜ ଆର୍ମୀ ଟିମ ଏହି ଫର୍ମକୁ ବଳବତ୍ତର ରଖିବା ଲକ୍ଷ୍ୟରେ ରହିଛି ।
ସ୍କ୍ବାଡରେ ସାମିଲ ହେବା ପୂର୍ବରୁ ବିସିସିଆଇର SOP ଅନୁଯାୟୀ ହୋଲ୍ଡରଙ୍କୁ 7ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିବାକୁ ହେବ ।
ଇଣ୍ଡିଜ ଅଲରାଉଣ୍ଡର ଚେନ୍ନାଇ ପହଞ୍ଚିବା ନେଇ ସନରାଇଜର୍ସ ହାଇଦ୍ରାବାଦ ଟ୍ବିଟ ଯୋଗେଁ ସୂଚନା ଦେବା ସହ ସ୍ବାଗତ କରିଛି ।
ସନରାଇଜର୍ସ ହାଇଦ୍ରାବାଦ(SRH) ଏପ୍ରିଲ 11ରେ ଏମଏ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବା ସହ ଆଇପିଏଲ ଅଭିଯାନ ଆରମ୍ଭ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ