ETV Bharat / sports

'ଦୁବାଇରେ ଯେଉଁଠି ଶେଷ କରିଥିଲୁ, ସେହି ଠାରୁ ଆରମ୍ଭ କରିବୁ'

author img

By

Published : Apr 9, 2021, 5:22 PM IST

ଆଇପିଏଲ 2021ର ପ୍ରଥମ ମୁକାବିଲା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମାଙ୍କ ବଡ ବୟାନ । "ଦୁବାଇରେ ଯେଉଁଠି ଶେଷ କରିଥିଲୁ, ଚେନ୍ନାଇରେ ସେହିଠାରୁ ଆରମ୍ଭ କରିବୁ" ।

IPL 2021: Hopefully we can continue from where we left in Dubai, says Rohit
'ଦୁବାଇରେ ଯେଉଁଠି ଶେଷ କରିଥିଲୁ, ସେହିଠାରୁ ଆରମ୍ଭ କରିବୁ'

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ 2021ର ପ୍ରଥମ ମୁକାବିଲା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମାଙ୍କ ବଡ ବୟାନ । ଷଷ୍ଠ ଟାଇଟେଲ ଲକ୍ଷ୍ୟରେ ଥିବା ମୁମ୍ବାଇ କ୍ୟାପଟେନ ରୋହିତ କହିଛନ୍ତି ଦୁବାଇରେ ଯେଉଁଠି ଶେଷ କରିଥିଲୁ, ସେହିଠାରୁ ଚେନ୍ନାଇରେ ଆରମ୍ଭ କରିବୁ । ରୋହିତଙ୍କ ଏହି ବୟାନ ସାଥୀ ଖେଳାଳିଙ୍କ ମନରେ ଜୋଶ ଭରିବାକୁ ହୋଇଥାଇପାରେ ମାତ୍ର ଏହା ମଧ୍ୟ ବାସ୍ତବ ଯେ ଯେବେ ଏହି ଦୁଇ ଟିମ ମୁହାଁମୁହିଁ ହୋଇଛନ୍ତି କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି ।

"Looking forward to get going!" 💪💙#KhelTakaTak #OneFamily #MumbaiIndians #MI #IPL2021 @ImRo45 pic.twitter.com/yS6IQtzxks

— Mumbai Indians (@mipaltan) April 9, 2021

ଏପରିକି ଦୁଇ ଟିମର ଖେଳାଳିଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ହୋଇଛି । ଦୁବାଇରେ ଖେଳାଯାଇଥିବା ଗତ ସଂସ୍କରଣର ଏକ ମ୍ୟାଚରେ ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ଓ ଆରସିବି କ୍ୟାପଟେନ ବିରାଟଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଏହାର ଭରପୁର ମଜା ଉଠାଇଥିଲେ ଫ୍ୟାନ୍ସ ।

ରୋହିତ କହିଛନ୍ତି, "କ୍ୟାମ୍ପ ସଂପୂର୍ଣ୍ଣ ପ୍ରସ୍ତୁତ ଓ ଜୋସ୍‌ରେ ରହିଛି । ଏହା ଏକ ନୂଆ ସଂସ୍କରଣ ଆରମ୍ଭ । ସମସ୍ତ ଖେଳାଳି ଉତ୍ସାହିତ ଅଛନ୍ତି । ସ୍କ୍ବାଡରେ କିଛି ନୂଆ ମୁହଁଙ୍କୁ ପାଇଛୁ । ଅନ୍ୟ ସଂସ୍କରଣ ଭଳି ଚଳିତ ଆଇପିଏଲରେ ମଧ୍ୟ ଟିମ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ 2021ର ପ୍ରଥମ ମୁକାବିଲା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମାଙ୍କ ବଡ ବୟାନ । ଷଷ୍ଠ ଟାଇଟେଲ ଲକ୍ଷ୍ୟରେ ଥିବା ମୁମ୍ବାଇ କ୍ୟାପଟେନ ରୋହିତ କହିଛନ୍ତି ଦୁବାଇରେ ଯେଉଁଠି ଶେଷ କରିଥିଲୁ, ସେହିଠାରୁ ଚେନ୍ନାଇରେ ଆରମ୍ଭ କରିବୁ । ରୋହିତଙ୍କ ଏହି ବୟାନ ସାଥୀ ଖେଳାଳିଙ୍କ ମନରେ ଜୋଶ ଭରିବାକୁ ହୋଇଥାଇପାରେ ମାତ୍ର ଏହା ମଧ୍ୟ ବାସ୍ତବ ଯେ ଯେବେ ଏହି ଦୁଇ ଟିମ ମୁହାଁମୁହିଁ ହୋଇଛନ୍ତି କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି ।

ଏପରିକି ଦୁଇ ଟିମର ଖେଳାଳିଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ହୋଇଛି । ଦୁବାଇରେ ଖେଳାଯାଇଥିବା ଗତ ସଂସ୍କରଣର ଏକ ମ୍ୟାଚରେ ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ଓ ଆରସିବି କ୍ୟାପଟେନ ବିରାଟଙ୍କ ମଧ୍ୟରେ ଟକ୍କର ହୋଇଥିଲା । ଏହାର ଭରପୁର ମଜା ଉଠାଇଥିଲେ ଫ୍ୟାନ୍ସ ।

ରୋହିତ କହିଛନ୍ତି, "କ୍ୟାମ୍ପ ସଂପୂର୍ଣ୍ଣ ପ୍ରସ୍ତୁତ ଓ ଜୋସ୍‌ରେ ରହିଛି । ଏହା ଏକ ନୂଆ ସଂସ୍କରଣ ଆରମ୍ଭ । ସମସ୍ତ ଖେଳାଳି ଉତ୍ସାହିତ ଅଛନ୍ତି । ସ୍କ୍ବାଡରେ କିଛି ନୂଆ ମୁହଁଙ୍କୁ ପାଇଛୁ । ଅନ୍ୟ ସଂସ୍କରଣ ଭଳି ଚଳିତ ଆଇପିଏଲରେ ମଧ୍ୟ ଟିମ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.