ETV Bharat / sports

ଆଇପିଏଲ 2021: ଇଡେନ ଗାର୍ଡେନରେ ଖେଳିବନି କେକେଆର, ହରଭଜନ ନାଖୁସ୍‌ - IPL 2021

ଆଇପିଏଲ ଏପ୍ରିଲ 9ରୁ ଆରମ୍ଭ ହେବ ଓ ମଇ 30ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ...

IPL 2021: Harbhajan Singh regrets KKR not playing at Eden Gardens
ଆଇପିଏଲ 2021: ଇଡେନ ଗାର୍ଡେନରେ ଖେଳିବନି କେକେଆର, ଭରଭଜନ ନାଖୁସ୍
author img

By

Published : Mar 13, 2021, 10:46 PM IST

ହାଇଦ୍ରାବାଦ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ 2021 ସଂସ୍କରଣର ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ କ୍ୟାମ୍ପରେ ସାମିଲ ହୋଇଛନ୍ତି । ମିନି-ନିଲାମୀ ପ୍ରକ୍ରିୟା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଭଜିଙ୍କୁ ରିଲିଜ କରିବା ପରେ କୋଲକାତା କ୍ୟାମ୍ପର ସଦସ୍ୟ ହୋଇଛନ୍ତି ହରଭଜନ ।

ତେବେ କୋଲକାତା ନାଇଟ ରାଇଡର୍ସ ନିଜ ହୋମ ଭେନ୍ୟୁ ଇଡେନ ଗାର୍ଡେନରେ ମ୍ୟାଚ ଖେଳୁନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ଭେଟେରାନ ସ୍ପିନର ।

ଆଇପିଏଲ 2021ର ସୂଚୀ ଅନୁଯାୟୀ, କୌଣସି ଟିମ ନିଜର ହୋମ ଭେନ୍ୟୁରେ ଖେଳିବାର ସୁଯୋଗ ପାଇବେନି । ଏହି ନିଷ୍ପତ୍ତି ନେଇଛି ଆଇପିଏଲ ଗଭର୍ଣ୍ଣିଂ ପରିଷଦ । କୋରୋନା ଭାଇରସ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର 6ଟି ସହରରେ ଆଗାମୀ ଆଇପିଏଲର ସମସ୍ତ ମ୍ୟାଚ ଖେଳାଯିବ ।

ଆଇପିଏଲ ଏପ୍ରିଲ 9ରୁ ଆରମ୍ଭ ହେବ ଓ ମଇ 30ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.