ETV Bharat / sports

ଆଇପିଏଲ ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ: ବିସିସିଆଇ ସଭାପତି

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ପଷ୍ଟୀକରଣ, ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସଂସ୍କରଣ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଖେଳାଯିବ । ଅଧିକ ପଢନ୍ତୁ...

IPL 2021: BCCI President Ganguly says league going ahead as per schedule
ଆଇପିଏଲ ପୂର୍ବନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହେବ: ବିସିସିଆଇ ସଭାପତି
author img

By

Published : Apr 4, 2021, 10:56 PM IST

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର 14ତମ ସଂସ୍କରଣ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଖେଳାଯିବ । ଏନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ।

ମହାରାଷ୍ଟ୍ର ସରକାର ରାଜ୍ୟରେ କୋରୋନା ସଂକ୍ରମଣ ରୋକିବା ପାଇଁ ସାପ୍ତାହନ୍ତ ଲକଡାଉନ ଘୋଷଣା କରିବାର କିଛି ଘଣ୍ଟା ପରେ ଗାଙ୍ଗୁଲିଙ୍କ ବୟାନ ସାମ୍ନାକୁ ଆସିଛି ।

"ସବୁକିଛି ପୂର୍ବ ସୂଚୀ ଅନୁଯାୟୀ ହେବ" କହିଛନ୍ତି ଗାଙ୍ଗୁଲି ।

ଶୁକ୍ରବାର ରାତି 8.00ଟାରୁ ସୋମବାର ସକାଳ 7ଟା ପର୍ଯ୍ୟନ୍ତ ଲକଡାଉନରେ ରହିବ ମହାରାଷ୍ଟ୍ର । ରାଜ୍ୟ ଏହି ସମୟେର ଜରୁରୀ ସେବା ଜାରି ରହିବ ବୋଲି କ୍ୟାବିନେଟ ମନ୍ତ୍ରୀ ନୱାବ ମଲିକ ସ୍ପଷ୍ଟ କରିଛନ୍ତି ।

ମୁମ୍ବାଇରେ ଶନିବାର 9,108 ନୂଆ ମାମଲା ସାମ୍ନାକୁ ଆସିଛି ଓ ସ୍ଥିତି ବିଗିଡିବାରେ ଲାଗିଛି । ଏପରିକି ମିନି ଲକଡାଉନ ସ୍ଥିତିରେ ମୁମ୍ବାଇ ଥିବା କୁହାଯାଉଛି ।

ମୁମ୍ବାଇରେ ବର୍ତ୍ତମାନ 4ଟି ଟିମ- ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ରହିଛନ୍ତି ।

ଏପ୍ରିଲ 10ରେ 3 ଥରର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗତ ସଂସ୍କରଣରେ ଫାଇନାଲ ଖେଳିଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇରେ ମୁକାବିଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.