ETV Bharat / sports

IPL 2021: କ୍ରମାଗତ 13ବର୍ଷ ନିଲାମ ନହେବାରୁ ଚଳିତବର୍ଷ ଏହି ବାଂଲାଦେଶ ଖେଳାଳି କଲେନି ନାଁ ପଞ୍ଜିକୃତ - ବାଂଲାଦେଶ କ୍ରିକେଟର

ବାଂଲାଦେଶ କ୍ରିକେଟ ଟିମର ଅନୁଭବୀ ବ୍ୟାଟ୍ସମ୍ୟାନ ମୁଶିଫକୁର ରହିମ ନିଷ୍ପତ୍ତି ନେଇଛନ୍ତି ଯେ, 2021 ଆଇପିଏଲ ପାଇଁ ନିଜ ନାଁ ଦେବେ ନାହିଁ । 2008ରୁ ଆଇପିଏଲ ନିଲାମ ପାଇଁ ନିଜ ନାଁ ଦେଉଛନ୍ତି କିନ୍ତୁ କୌଣସି ଦଳ ତାଙ୍କୁ କିଣୁ ନାହାଁନ୍ତି । ଏଥିଲାଗି ସେ ଏପରି ନିଷ୍ପତ୍ତି ନେଇଛନ୍ତି ।

IPL 2021: କ୍ରମାଗତ 13ବର୍ଷ ନିଲାମ ନହେବାରୁ ଚଳିତବର୍ଷ ଏହି ବାଂଲାଦେଶ ଖେଳାଳି କଲେନି ନାଁ ପଞ୍ଜିକୃତ

author img

By

Published : Feb 8, 2021, 2:47 PM IST

ମୁମ୍ବାଇ: ବାଂଲାଦେଶ କ୍ରିକେଟ ଟିମର ଅନୁଭବୀ ବ୍ୟାଟ୍ସମ୍ୟାନ ମୁଶିଫକୁର ରହିମ ନିଷ୍ପତ୍ତି ନେଇଛନ୍ତି ଯେ, 2021 ଆଇପିଏଲ ପାଇଁ ନିଜ ନାଁ ଦେବେ ନାହିଁ । ବୋଗରାରେ ଜନ୍ମିତ ଏହି ଓ୍ବିକେଟକିପର-ବ୍ୟାଟ୍ସମ୍ୟାନ ରହିମ 2008ରୁ ଆଇପିଏଲ ନିଲାମ ପାଇଁ ନିଜ ନାଁ ଦେଉଛନ୍ତି କିନ୍ତୁ କୌଣସି ଦଳ ତାଙ୍କୁ କିଣୁ ନାହାଁନ୍ତି ।

ଗତବର୍ଷ ତାଙ୍କର ବେସ ପ୍ରାଇସ୍‌ 75ଲକ୍ଷ ରହିଥିଲା । କିନ୍ତୁ ତାଙ୍କୁ କୌଣସି ଦଳ କିଣି ନଥିଲା ।

ସୂଚନାଥାଉକି, ଚେନ୍ନାଇରେ 18ଫେବୃଆରୀରେ ଆଇପିଏଲ 2021ର ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ ।

ତେବେ ଏହି ନିଲାମ ପାଇଁ ନିଜ ନାଁ ପଞ୍ଜିକୃତ କରିବେ ନାହିଁ ବୋଲି ନିବକୋ କମ୍ପାନୀ ସୂଚନା ଦେଇଛି । ଏହି କମ୍ପାନୀ ରହିମଙ୍କ ଆକାଉଣ୍ଟକୁ ହ୍ୟାଣ୍ଡେଲ କରନ୍ତି ।

ରହିମ 2006ରେ ଟି-20ରେ ଡେବ୍ୟୁ କରିଥିଲେ । ଏଯାଏଁ ସେ 202ଟି ମ୍ୟାଚ ଖେଳି 4288ରନ୍‌ ସଂଗ୍ରହ କରିଛନ୍ତି । 2019-20ରେ ଯେତେବେଳେ ବାଂଲାଦେଶ ପ୍ରିମିୟର ଲିଗ୍‌ରେ ଖୁଲନା ଟାଇଗର୍ସ ପାଇଁ ଖେଳିଥିଲେ ସେତେବେଳେ କୁମିଲ୍ଲା ଓ୍ବାରିୟର୍ସ ବିପକ୍ଷରେ ଟି-20 କ୍ୟାରିୟରର ସର୍ବଶ୍ରେଷ୍ଠ ପାଳି ଖେଳିଥିଲେ । ବିପିଏଲରେ ସେ ଅଲ ଟାଇମ୍‌ ଲିଡିଙ୍ଗ ରନ ସ୍କୋରର ଅଟନ୍ତି । ସେ ଏହି ଲିଗ୍‌ରେ 2274ରନ୍‌ ସଂଗ୍ରହ କରିଛନ୍ତି ଓ ସେଥିରେ 15 ଅର୍ଦ୍ଧଶତକ ସାମିଲ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.