ETV Bharat / sports

ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହାମୁକାବିଲା - MI vs DC

ଆଇପିଏଲର 27ତମ ମ୍ୟାଚରେ ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ।

IPL 2020: Toppers Mumbai clash with Delhi in Sunday derby
ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହାମୁକାବିଲା
author img

By

Published : Oct 11, 2020, 6:11 PM IST

Updated : Oct 11, 2020, 7:16 PM IST

ଆବୁଧାବି: ଆଇପିଏଲର 27ତମ ମ୍ୟାଚ ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଖେଳାଯିବ । ପଏଣ୍ଟ ଟେବୁଲର ଶୀର୍ଷ ଦୁଇଟି ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ଚଳିତ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ସଫଳ ହେବା ସହ, ପ୍ରଦର୍ଶନ ଆଧାରରେ ଶକ୍ତିଶାଳୀ ଟିମ ରହିଛନ୍ତି ଏହି ଦୁଇ ଟିମ । ମୁମ୍ବାଇ କ୍ୟାପଟେନ ରୋହିତ ଶର୍ମା ଓ ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ଫଳରେ ଆଜିର ମ୍ୟାଚ ଧମାକାଦାର ହେବ ବୋଲି ଆକଳନ କରାଯାଉଛି ।

ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମହାମୁକାବିଲା

ଉଭୟ ଟିମ ପାଖରେ ବିଶ୍ବସ୍ତରୀୟ ଓପନିଂ ଯୋଡି, ଦମଦାର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଓ ବିସ୍ଫୋରକ ପାୱାର ହିଟର ସହ ମ୍ୟାଚ ଫିନିସର ରହିଛନ୍ତି । ବୋଲିଂ ବିଭାଗରେ ମଧ୍ୟ ଉଭୟ ଟିମରେ ସମାନ ପ୍ରକାର ଘାତକ ବୋଲର ରହିଛନ୍ତି ।

IPL 2020: Toppers Mumbai clash with Delhi in Sunday derby
ମୁମ୍ବାଇ ଇଣ୍ଡିଆନ୍ସ ଟିମ

10 ପଏଣ୍ଟ ସହ ପଏଣ୍ଟ ଟେବଲର ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ରହିଥିବାବେଳେ, 4ଥର ଆଇପିଏଲ ଚମ୍ପିଆନ ଟିମ ମୁମ୍ବାଇ ଇଣ୍ଡିଆନ୍ସ 8 ପଏଣ୍ଟ ସହ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଟିମ

ଯୁବ କ୍ରିକେଟର ପୃଥ୍ବୀ ଶ ଓ ଭେଟେରାନ ଶିଖର ଧାୱନ ଦିଲ୍ଲୀର ସାଜିଛନ୍ତି ପ୍ରାରମ୍ଭିକ ଯୋଦ୍ଧା । ମଧ୍ୟକ୍ରମରେ କ୍ୟାପଟେନ ଶ୍ରେୟଲ ଆୟର, ଋକ୍ଷଭ ପନ୍ତ ମଧ୍ୟ ନିଜର ବ୍ୟାଟିଂ ଜଲୱା ଜାରି ରଖିଛନ୍ତି । ଏଥିସହିତ କାରବିୟନ ପାୱର ହିଟର ସିମ୍ରନ ହେଟମେୟର ପ୍ରତିପକ୍ଷ ବୋଲରଙ୍କୁ ପ୍ରହାର କରିବା ନେଇ ପରିଚିତ । କାଗିସୋ ରବାଡା, ଅନରିଚ ନର୍ଟଜେଙ୍କ ଯୋଡି ଓ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନୀଙ୍କ ରୂପରେ ଦିଲ୍ଲୀ ପାଖରେ ରହିଛି ଶକ୍ତିଶାଳୀ ବୋଲିଂ ଲାଇନଅପ ।

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସରେ କ୍ୟାପଟେନ ରୋହିତ ଶର୍ମା, କ୍ବିଣ୍ଟନ ଡି କକ୍, ସୂର୍ଯ୍ୟକୁମାପର ଯାଦବ, ଇଶାନ କିଶନଙ୍କ ରୂପରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଛନ୍ତି । ପରେ ପରେ ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ୟା ଯେ କୌଣସି ବଡ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସମର୍ଥ ରଖନ୍ତି । ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ, ଜେମ୍ସ ପାଟିନସନଙ୍କ ଭଳି ଅନ୍ତର୍ଜାତୀୟ ବୋଲର ମଧ୍ୟ ରହିଛନ୍ତି ମୁମ୍ବାଇ କ୍ୟାମ୍ପରେ ।

ସ୍କ୍ବାଡ

ଦିଲ୍ଲୀ କ୍ୟାପିଟାଲ୍ସ : ପୃଥ୍ବୀ ଶ', ଶିଖର ଧାୱନ, ଶ୍ରେୟସ ଆୟର, ଋଷଭ ପନ୍ତ , ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଅନରିଚ ନର୍ଟଜେ, ଅକ୍ସର ପଟେଲ, ହର୍ଷଲ ପଟେଲ, ଇଶାନ୍ତ ଶର୍ମା, ଅଜିଙ୍କ୍ୟ ରାହାଣେ, ମୋହିତ ଶର୍ମା, ଆଲେକ୍ସ କ୍ୟାରୀ, ଅଭେସ ଖାନ, ସନ୍ଦୀପ ଲାମିଚାନେ, କିମୋ ପଲ, ତୁଷାର ଦେଶପାଣ୍ଡେ, ଡାନିଏଲ ସାମ୍ସ ।

ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ

ମୁମ୍ବାଇ ଇଣ୍ଡିଆନ୍ସ : କ୍ୱିଣ୍ଟନ୍ ଡି କକ୍, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଜେମ୍ସ ପାଟିନ୍ସନ୍, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା, ସୌରଭ ତିୱାରୀ, ମିଚେଲ ମାକଲେଘାନ, କ୍ରିସ ଲିନ, ନାଥନ କୁଲଟର ନାଇଲ, ଅନମୋନ ପ୍ରିତ ସିଂ, ଅଙ୍କୁଲ ରୟ, ମୋହସିନ ଖାନ, ସେଫର୍ଣ୍ଣ ରଦରଫୋର୍ଡ, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ , ଧାୱଲ କୁଲକର୍ଣ୍ଣି, ଆଦିତ୍ୟ ତାରେ, ଜୟନ୍ତ ଯାଦଦ।

ଭାରତୀୟ ସମୟ ସନ୍ଧ୍ୟା 7.30ରେ ମ୍ୟାଚ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 11, 2020, 7:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.