ନୂଆଦିଲ୍ଲୀ: ଅଧିନାୟକ ଶ୍ରେୟସ ଅୟରଙ୍କ ନେତୃତ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ଭାରତୀୟ ଖେଳାଳି ୟୁଏଇ ପାଇଁ ଆସନ୍ତା ରବିବାର ଦିନ ଉଡାଣ ଭରିବେ । ଏହା ପୂର୍ବରୁ ଗତକାଲି ଟିମର ସମସ୍ତ ଖେଳାଳି ମୁମ୍ବାଇରେ ଏକତ୍ରିତ ହୋଇଛନ୍ତି । ଏପଟେ ପ୍ରଥମ କରି ଦଳରେ ସାମିଲ ହୋଇଥିବା ଆଜିଙ୍କ୍ୟ ରହାଣେ ନିଜର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେଉଛନ୍ତି ।
ସେ କହିଛନ୍ତି, କୌଣସି ସନ୍ଦେହ ନାହିଁ ଏହି ଲିଗ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିବ । ବିଗତ କିଛି ମାସ ହେବ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଫୋକସ କରୁଛି । ପରିବାର ସହ ସମୟ ଅତିବାହିତ କରିଥିବାରୁ ସକାରାତ୍ମକ ଉର୍ଜା ମିଳିଛି । ଚଳିତବର୍ଷ ଆଇପିଏଲରେ ଅଲଗା ଅନୁଭବ ମିଳିବ । ଏଥିସହ ପଜିଟିଭ ରହିବାକୁ ପଡିବ ।