ETV Bharat / sports

ଆଇପିଏଲ ସମର: ପଞ୍ଜାବ vs ହାଇଦ୍ରାବାଦ, ବିଜୟ ଲକ୍ଷ୍ୟରେ ଉଭୟ ଟିମ

author img

By

Published : Oct 8, 2020, 4:02 PM IST

Updated : Oct 8, 2020, 7:23 PM IST

ଆଇପିଏଲର 13ତମ ସଂସ୍କରଣରେ ଆଜି ଖେଳାଯିବ 22ତମ ମ୍ୟାଚ । କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ ।

IPL 2020: SRH, KXIP desperately need wins to keep afloat
ଆଇପିଏଲ 2020: ପଞ୍ଜାବ vs ହାଇଦ୍ରାବାଦ, ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ଉଭୟ ଟିମ

ଦୁବାଇ: ଜଣେ ସଦସ୍ୟଙ୍କ ପ୍ରଦର୍ଶନ ଆଧାରରେ ଟିମ ସଫଳ ହେବା କଷ୍ଟକର । ଏଥିପାଇଁ ଆବଶ୍ୟକ ସାମୂହିକ ଭାବେ ସମସ୍ତ ସଦସ୍ୟଙ୍କ ପ୍ରଭାବୀ ପ୍ରଦର୍ଶନ । ଏହା ଚଳିତ ଆଇପିଏଲରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମ ପାଇଁ କୁହାଯାଇପାରିବ । କାରଣ କ୍ୟାପଟେନ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଧମାକାଦାର ପ୍ରଦର୍ଶନ ସତ୍ତ୍ବେ, ପଞ୍ଜାବକୁ 5ଟି ମ୍ୟାଚରୁ 4ଟି ପରାଜୟ ମିଳିସାରିଛି ।

ଆଇପିଏଲ ସମର: ପଞ୍ଜାବ vs ହାଇଦ୍ରାବାଦ, ବିଜୟ ଲକ୍ଷ୍ୟରେ ଉଭୟ ଟିମ

ଆଇପିଏଲର 13ତମ ସଂସ୍କରଣରେ ଆଜି ଖେଳାଯିବ 22ତମ ମ୍ୟାଚ । କିଙ୍ଗସ ଇଲେଭେନ ପଞ୍ଜାବକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ପଞ୍ଜାବ । ଅନ୍ୟପଟେ ୱାର୍ଣ୍ଣରଙ୍କ ଅରେଞ୍ଜ ଆର୍ମୀ ହାଇଦ୍ରାବାଦ ବିଜୟ ଧାରା ବଜାୟ ଲକ୍ଷ୍ୟରେ ରହିବ ।

ଉଭୟ ଟିମ ମୋଟ 14ଥର ମୁହାଁମୁହିଁ ହୋଇଛନ୍ତି । ହାଇଦ୍ରାବାଦ 10ଟିରେ ବିଜୟୀ ହୋଇଥିବାବେଳେ, ପଞ୍ଜାବ ମାତ୍ର 4ଟି ମ୍ୟାଚରେ ବିଜୟୀ ହୋଇଛି । ପ୍ଲେ-ଅଫ ରେସରେ ରହିବାକୁ ହେଲେ ଏହି ମ୍ୟାଚରେ ରାହୁଲଙ୍କ ଟିମ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି । ଫଳରେ ଆଜିର ମ୍ୟାଚରେ କଡା ମୁକାବିଲା ହେବା ନେଇ ଆଶା କରାଯାଉଛି ।

IPL 2020: SRH, KXIP desperately need wins to keep afloat
କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମ

ପଞ୍ଜାବ ପକ୍ଷରୁ ରାହୁଲ ଓ ମୟଙ୍କ ଦମଦାର ଫର୍ମରେ ରହିଛନ୍ତି । ଉଭୟ ଏଯାବତ ଯଥାକ୍ରମେ 302 ଓ 272 ରନ ସଂଗ୍ରହ କରିସାରିଛନ୍ତି । ଗ୍ଳେନ ମାକ୍ସୱେଲ ଓ ନିକୋଲାସ ପୁରୋନ ମଧ୍ୟ ମଧ୍ୟକ୍ରମରେ ରହିଛନ୍ତି । ତେବେ ଟପ ଅର୍ଡର ବ୍ୟାଟ୍ସମ୍ୟାନ ଆଉଟ ହେବାପରେ ଅନ୍ୟ ବ୍ୟାଟ୍ସମ୍ୟାନ ମ୍ୟାଚ ଶେଷ କରିବାରେ ବିଫଳ ରହିଛନ୍ତି ।

ପଞ୍ଜାବ vs ହାଇଦ୍ରାବାଦ

ବୋଲିଂ ବିଭାଗରେ ମଧ୍ୟ ସମାନ ଅସୁବିଧା ନଜର ଆସିଛି । ମହମ୍ମଦା ସାମିଙ୍କ ବ୍ୟତୀତ, ଏମ ଅଶ୍ବିନୀ, ରବି ବିଷ୍ଣୋଇ ଓ ସେଲଡନ କଟ୍ରେଲ ସ୍ଥିର ପ୍ରଦର୍ଶନ କରିପାରିନାହାନ୍ତି । ହାଇଦ୍ରାବାଦ ଟିମ ମଧ୍ୟ ମଧ୍ୟକ୍ରମରେ ବ୍ୟାଟିଂ ବିଭାଗରେ ଫେଲ ମାରିଛି । ଓପନର ଡେଭିଡ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋଙ୍କ ପରେ ମଧ୍ୟ କ୍ରମରେ କୌଣସି ଖେଳାଳି ସ୍ଥିର ଭାବେ ପ୍ରଭାବୀ ସାବ୍ୟସ୍ତ ହୋଇ ପାରିନାହାଁନ୍ତି । ବର୍ଷ 2016 ଆଇପିଏଲ ସଂସ୍କରଣରେ ଚମ୍ପିଆ ସନରାଇଜର୍ସ ମଧ୍ୟକ୍ରମରେ ପାୱାର-ହିଟରଙ୍କ ଅନୁପସ୍ଥିତି ଅନୁଭବ କରୁଛି । ପ୍ରିୟମ ଗର୍ଗ ଗୋଟିଏ ମ୍ୟାଚରେ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ମଧ୍ୟ ସ୍ଥିର ପ୍ରଦର୍ଶନ ପାଇଁ ଫେଲ ମାରିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଟିମର ନିର୍ଭରଯୋଗ୍ୟ ଖେଳାଳି କେନ ୱିଲିୟମସନ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରିନାହାଁନ୍ତି ।

ବୋଲିଂ ବିଭାଗରେ ଭୁବନେଶ୍ବର କୁମାର ଆହତ କାରଣରୁ ବାଦ ପଡିବା ପରେ, ତାଙ୍କ ସ୍ଥାନରେ ପୃଥ୍ବୀବି ରାଜ ୟାରା ବଦଳ ଖେଳାଳି ଭାବେ ସାମିଲ ହୋଇଛନ୍ତି । ତେବେ ଟି.ନଟରାଜନ, ଖଲିଲ ଅହମ୍ମଦ ଓ ସନ୍ଦୀପ ଶର୍ମାଙ୍କ ପାଇଁ ଭଲ ସୁଯୋଗ ରହିଛି । ଆଫଗାନ ସ୍ପିନର ରସିଦ ଖାନ ହାଇଦ୍ରାବାଦର ବୋଲିଂ ବିଭାଗର ନେତୃତ୍ବ ନେଇପାରନ୍ତି ।

ହାସନରାଇଜର୍ସ ହାଇଦ୍ରାବାଦ ଟିମ

ସ୍କ୍ବାଡ:

କିଙ୍ଗ୍ସ ଇଲେଭେନ ପଞ୍ଜାବ: କେଏଲ ରାହୁଲ(କ୍ୟାପଟେନ), ହରପ୍ରିତ ବ୍ରାର, ଇଶାନ ପୋରେଲ, ମନଦୀପ ସିଂ, ଜେମ୍ସ ନିଶାମ, ତାଜିନ୍ଦିର ସିଂ, କ୍ରିସ ଜୋର୍ଡାନ, କରୁଣ ନାୟର, ଦୀପକ ହୁଡ୍ଡା, ରବି ବିଷ୍ଣୋଇ, ଆର୍ଶଦୀପ ସିଂ, ଗ୍ଳେନ ମାକ୍ସୱେଲ, ମୁଜୀବ ଅର-ରେହମାନ, ସର୍ଫରାଜ ଖାନ, ସେଲଡନ କଟ୍ରେଲ, ମୟଙ୍କ ଅଗ୍ରୱାଲ, ମହମ୍ମଦ ସାମି, ଦର୍ଶନ ନଲକାଣ୍ଡେ, ନିକୋଲାସ ପୁରୋନ, କ୍ରିସ ଗେଲ, ମୁରୁଗାଁ ଅଶ୍ବିନୀ, ଜଗଦୀଶା ସୁଚିତ, କ୍ରୀଷ୍ଣାପ୍ପା ଗୋୱଥାମ, ହାରଦସ ଭିଲଜୋଏନ, ସିମ୍ରନ ସିଂ

ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ, ଡେଭିଡ ୱାର୍ଣ୍ଣର(କ୍ୟାପଟେନ), ଜନ୍ନି ବେୟାରଷ୍ଟୋ, ମନିଷ ପାଣ୍ଡେ, ମହମ୍ମଦ ନବି, ପ୍ରିୟମ ଗର୍ଗ, ବିଜୟ ଶଙ୍କର, ରିଦ୍ଧିମାନ ଶାହା(ୱିକେଟ କିପର), ବିରାଟ ସିଂ, ପୃଥ୍ବବୀ ୟାରା, ବାଶଲ ଥାମ୍ପି, ଅଭିଷେକ ଶର୍ମା, ବିଲି ଷ୍ଟାନଲେକ, ସନ୍ଦୀପ ଶର୍ମା, ଶାହବାଜ ନଦୀମ, ଶ୍ରୀବାତ ଗୋସ୍ବାମୀ, ସିଦ୍ଧାର୍ଥ କଲ, ଖଲିଲ ଅହମ୍ମଦ, ଟି. ନଟରାଜନ, ମିଚେଲ ମାର୍ଶ, ଭାବାଙ୍କା ସନ୍ଦୀପ, ଫାବିଏଲ ଆଲେନ, ଅବଦୁଲ ସମାଦ, ସଞ୍ଜୟ ଯାଦବ, ରସିଦ ଖାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 8, 2020, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.