ETV Bharat / sports

ଆଇପିଏଲ-2020: ବିସିସିଆଇର ବରିଷ୍ଠ ମେଡିକାଲ ଟିମ ସଦସ୍ୟ କୋରୋନା ପଜିଟିଭ

author img

By

Published : Sep 3, 2020, 3:33 PM IST

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିିସିସିଆଇ)ର ଜଣେ ବରିଷ୍ଠ ମେଡିକାଲ ଟିମ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇପିଏଲ 2020 ପାଇଁ ସେ ୟୁଏଇରେ ରହିଛନ୍ତି ।

IPL 2020: Senior BCCI medical team member tests positive for COVID-19
ଆଇପିଏଲ-2020: ବିସିସିଆଇର ବରିଷ୍ଠ ମେଡିକାଲ ଟିମ ସଦସ୍ୟ କୋରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିିସିସିଆଇ)ର ଜଣେ ବରିଷ୍ଠ ମେଡିକାଲ ଟିମ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇପିଏଲ 2020 ପାଇଁ ସେ ୟୁଏଇରେ ରହିଛନ୍ତି । ତେବେ ତାଙ୍କ ଠାରେ କୌଣସି ଲକ୍ଷଣ ନଥିବା ଜଣାପଡିଛି । ରିପୋର୍ଟ ପଜିଟିଭ ଜଣାପଡିବା ପରେ ତାଙ୍କୁ ଅନ୍ୟ ସଦସ୍ୟଙ୍କ ଠାରୁ ପୃଥକ ରଖାଯାଇଛି ।

IPL 2020: Senior BCCI medical team member tests positive for COVID-19
ବିସିସିଆଇ ମୁଖ୍ୟାଳୟ

ଏଥିସହିତ ଜାତୀୟ କ୍ରିକେଟ ଏକାଡେମୀ(NCA) ବେଙ୍ଗାଲୁରୁର ଦୁଇ ବ୍ୟକ୍ତି କୋରୋନା ଭାଇରସ ସଂକ୍ରମଣର ଶିକାର ହୋଇଛନ୍ତି ।

ପୂର୍ବରୁ ଅଗଷ୍ଟ 29ରେ 13ଜଣ ସଦସ୍ୟ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ସଦସ୍ୟଙ୍କ ମଧ୍ୟରେ ଦୁଇଜଣ ଖେଳାଳି ଥିବା ମଧ୍ୟ କୁହାଯାଇଥିଲା । ତେବେ ଖେଳାଳିଙ୍କ ନାମ ଓ କେଉଁ ଟିମରୁ କେତେଜଣ ସଦସ୍ୟ ଚିହ୍ନଟ ହୋଇଛି ସ୍ପଷ୍ଟ କରାଯାଇନଥିଲା ।

ଆଇପିଏଲର 13ତମ ସଂସ୍କରଣ ଚଳିତ ମାସ 19 ତାରିଖରୁ ନଭେମ୍ବର 10 ପର୍ଯ୍ୟନ୍ତ 53 ଦିନ ଧରି ଖେଳାଯିବ । ୟୁଏଇର 3ଟି ଆବୁଧାବି, ସାରଜାହ ଓ ଦୁବାଇରେ ମ୍ୟାଚ ସବୁ ଖେଳାଯିବା ନେଇ ସ୍ଥିର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.