ETV Bharat / sports

ଆଇପିଏଲ 2020: କୋଲକତା ବନାମ ରାଜସ୍ଥାନ, ପ୍ଲେ-ଅଫ ରେସର ଦୁଇ ପଏଣ୍ଟ ପାଇଁ ଦୁଇ ଦଳର ଲଢେଇ

author img

By

Published : Nov 1, 2020, 6:13 PM IST

Updated : Nov 1, 2020, 7:18 PM IST

ଆଜିର 2ୟ ମ୍ୟାଚରେ ମୁହାଁମୁହିଁ ହେବେ କୋକଲକତା-ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର । ଦୁବାଇ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ପ୍ଲେ-ଅଫ ରେସର ଦୁଇ ପଏଣ୍ଟ ପାଇଁ ଲଢିବେ ଦୁଇ ଦଳ ।

ଆଇପିଏଲ 2020
ଆଇପିଏଲ 2020

ଦୁବାଇ: ଆଜି ସୁପର ସଣ୍ଡେରେ ଡବଲ ଧମକା । ଆଜିର 2ୟ ମ୍ୟାଚରେ ମୁହାଁମୁହିଁ ହେବେ କୋକଲକତା-ନାଇଟ ରାଇଡର୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର । ଦୁବାଇ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ପ୍ଲେ-ଅଫ ରେସର ଦୁଇ ପଏଣ୍ଟ ପାଇଁ ଲଢିବେ ଦୁଇ ଦଳ ।

ଆଇପିଏଲ 2020

ତେବେ ଯଦି ଇୟନ ମୋର୍ଗାନଙ୍କ କୋଲକତା ଦଳ କଥା କହିବା, ଚଳିତ ସଂସ୍କରଣରେ ଦଳ ମିଶ୍ରିତ ପ୍ରଦର୍ସନ କରିଛି । ଶେଷ ମ୍ୟାଚରେ ଚେନ୍ନାଇଠାରୁ ପରାଜୟ ପରେ ଦଳର ପ୍ଲେ-ଅଫ ରାସ୍ତ ଅଦ୍ୟାବଧି ଶେଷ ହୋଇଯାଇଥିଲା । ମାତ୍ର ପଏଣ୍ଟ ଟେବୁଲର ଏମିତି କିଛି ସମୀକରଣ ପାଇଁ ଦଳ ଏବେ ବି ପ୍ଲେ-ଅଫ ଦୌଡରେ ରହିଛି । ଦଳର ବ୍ୟାଟିଂ ଅର୍ଡର ଏବେ ଯାହା ସଠିକ୍‌ ପ୍ରାମାଣିତ ହୋଇପାରି ନାହିଁ । ଓପନର ଶୁଭମନ ଗିଲ ଠିକ୍‌ଠାକ ପ୍ରଦର୍ଶନ କରୁଥିଲେ ମଧ୍ୟ ଦଳକୁ ସେହି ମଜବୁତ ଆରମ୍ଭ ଦେଇପାରୁନାହାନ୍ତି । ତାଙ୍କ ବ୍ୟତିତ ନିତିଶ ରାଣା, ଇଅନ ମୋର୍ଗାନ ଓ ରାହୁଲ ତ୍ରିପାଠୀଙ୍କ କାନ୍ଧରେ ରହିଛି ବ୍ୟାଟିଂ ଭାର । ବୋଲିଂ ବିଭାଗରେ ବରୁଣ ଚକ୍ରବର୍ତ୍ତି, ପ୍ୟାଟ କମିନ୍ସ ଓ ନାଗରୋକୋଟି ଶାନଦାର ଲୟରେ ନଜର ଆସୁଛନ୍ତି ।

କୋଲକତା ବନାମ ରାଜସ୍ଥାନ
କୋଲକତା ବନାମ ରାଜସ୍ଥାନ

ସେହିପରି ରାଜସ୍ଥାନ ଦଳ କଥା କହିବା, ଗତ ମ୍ୟାଚରେ ପଞ୍ଜାକୁ ମାତ୍‌ ଦଳ ନିଜର ପ୍ଲେ-ଅଫ ଆଶା ଉଦଜୀବିତ ରଖିଛି । ତେଣୁ ଆଜି ମ୍ୟାଚରେ କେକେଆରକୁ ହରାଇ ପ୍ଲେ-ଅଫରେ ଜାଗା ପକ୍କା କରିବା ପାଇଁ ଚାହିଁବ ଆରଆର । ବେନ ଷ୍ଟୋକ୍ସଙ୍କ ଯୋଗଦାନ ପରେ ଦଳର ବ୍ୟାଟିଂ ଲାଇଅର୍ଡର ଏବେ ଖତରନାକ ହୋଇଯାଇଛି । ସେହିପରି ତାଙ୍କ ସାଥିରେ ରହିଛନ୍ତି ସୁଞ୍ଜୁ ସାମସନ, ଷ୍ଟିଭ ସ୍ମିଥ ଓ ଜୋସ ବଟଲରଙ୍କ ସହ ନିମ୍ନ କ୍ରମରେ ରାହୁଲ ତେୱଟିଆ । ସେହିପରି ବୋଲିଂ ବିଭାଗରେ ଜୋଫ୍ରା ଆର୍ଚରଙ୍କଠାରୁ ଦଳ ଅନେକ ଆଶା ରଖିଛି ।

କୋଲକତା ବନାମ ରାଜସ୍ଥାନ
କୋଲକତା ବନାମ ରାଜସ୍ଥାନ

ଉଭୟ ଦଳ ବର୍ତ୍ତମାନ 13 ଟି ମ୍ୟାଚରୁ 12 ପଏଣ୍ଟ ସହ ତାଲିକାର 6ଷ୍ଠ ଓ 7ମ ସ୍ଥାନରେ ରହିଛନ୍ତି । ଉନ୍ନତ ରନ୍ ହାର ଯୋଗୁଁ ରାଜସ୍ଥାନ 6ଷ୍ଠ ସ୍ଥାନରେ ଥିବାବେଳେ କୋଲକାତା 7ମ ସ୍ଥାନରେ ରହିଛି । ଏହି ଦୁଇ ଦଳ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ଏବଂ ଏଥିରେ ଏକ ବିଜୟ ସେମାନଙ୍କୁ ପ୍ଲେ ଅଫ୍ ଦୌଡ଼ରେ ରଖିବ, ଯେତେବେଳେ ପରାଜୟ ସେମାନଙ୍କ ଆଶା ଭାଙ୍ଗିବ ଦେବେ ।

ତଥାପି ଏକ ବିଜୟ ପ୍ଲେ ଅଫ୍ ଗ୍ୟାରେଣ୍ଟି ଦେବ ନାହିଁ । ଉଭୟ ମ୍ୟାଚ୍ ଭଲ ନେଟ୍ ରନ୍ ହାର ସହିତ ଜିତିବାକୁ ଚେଷ୍ଟା କରିବେ । କାରଣ ଏହି ମ୍ୟାଚ୍ ଜିତୁଥିବା ଦଳ 14 ପଏଣ୍ଟ ପାଇବ | ଏଥି ସହିତ, ଅନ୍ୟ କେତେକ ଦଳରେ ମଧ୍ୟ 14 ପଏଣ୍ଟ ରହିବ ଏବଂ ଭଲ ନେଟ ରନ୍ ହାର ଥିବା ଏହି ଦଳରେ ପ୍ଲେ ଅଫ୍ ସ୍ଥାନ ପାଇବ । ତେଣୁ ଉଭୟ କୋଲକାତା ଏବଂ ରାଜସ୍ଥାନ ଭଲ ବ୍ୟବଧାନରେ ଜିତିବାକୁ ଚାହୁଁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 1, 2020, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.