ETV Bharat / sports

ଆଇପିଏଲ 2020: ଡି ଭିଲିୟର୍ସ-ପାଡିକଲଙ୍କ ଧୂଆଁଧାର ଅର୍ଦ୍ଧଶତକ, ଆରସିବି 163/5 - ଆଇପିଏଲ 2020 ନ୍ୟୁଜ

ନିର୍ଦ୍ଧାରିତ 20 ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 163 ରନ କରିଛି । ଫଳରେ ହାଇଦ୍ରାବାଦ ସାମ୍ନାରେ 164 ରନର ବିଜୟ ଲକ୍ଷ୍ୟ ରହିଛି ।

IPL 2020: RCB set target of 164 runs to SRH
ଆଇପିଏଲ 2020: ଡି ଭିଲିୟର୍ସ-ପାଡିକଲଙ୍କ ଧୁଆଁଧାର ଅର୍ଦ୍ଧଶତକ, ଆରସିବି 163/5
author img

By

Published : Sep 21, 2020, 9:39 PM IST

ଦୁବାଇ: ଆଇପିଏଲ 2020ର ତୃତୀୟ ମୁକାବିଲା ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ କୋହଲିଙ୍କ ଆରସିବି ଟିମ ସହ ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦର ମୁକାବିଲା ଜାରି ରହିଛି ।

ଟସ ଜିତି ୱାର୍ଣ୍ଣର ପ୍ରଥମେ ଆରସିବିକୁ ବ୍ୟାଟି ପାଇଁ ଆମନ୍ତ୍ରଣ କରିଥିଲେ । ଫଳରେ ନିର୍ଦ୍ଧାରିତ 20 ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 163 ରନ କରିଛି । ଫଳରେ ହାଇଦ୍ରାବାଦ ସାମ୍ନାରେ 164 ରନର ବିଜୟ ଲକ୍ଷ୍ୟ ରହିଛି ।

ଆରସିବି ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଜେବଦତ୍ତ ପାଡିକଲ 42 ବଲରୁ 8 ଚୌକା ସହାୟତାରେ 56 ରନର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଅନ୍ୟତମ ଓପନର ଆରୋନ ଫିଞ୍ଚ 29 ରନ କରି ଆଉଟ ହୋଇଛନ୍ତି । ଦୀର୍ଘଦିନର ବିରତି ପରେ ମ୍ୟାଚ ଖେଳୁଥିବା କ୍ୟାପଟେନ ବିରାଟ ମାତ୍ର 14 ରନ କରିପାରିଛନ୍ତି । ତେବେ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ 30 ବଲରୁ 4 ଚୌକା ଓ 2 ଛକା ସହାୟତାରେ 51 ରନର ବିସ୍ପୋରକ ଇଂନିସ ଖେଳି ଶେଷ ଓଭରରେ ରନ ଆଉଟ ହୋଇଛନ୍ତି ।

ହାଇଦ୍ରାବାଦ ପକ୍ଷରୁ ବିଜୟ ଶଙ୍କର, ଅଭିଶେକ ଶର୍ମା ଓ ଟି.ନଟରାଜନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.