ETV Bharat / sports

ଆଇପିଏଲ 2020: ଡେବ୍ୟୁ ମ୍ୟାଚ ଖେଳିବା ପରେ ପ୍ରତିକ୍ରିୟା ରଖିଲେ ରବି ବିଷ୍ଣୋୟୀ

author img

By

Published : Sep 21, 2020, 1:08 PM IST

ଡେବ୍ୟୁ ମ୍ୟାଚ ପରେ ରବି କହିଛନ୍ତି ଯେ, ପ୍ରଥମ ମ୍ୟାଚ ଥିବାରୁ ମନରେ ଟିକେ ଭୟ ବି ଥିଲା ଆଉ ଉତ୍ସାହିତ ମଧ୍ୟ ଥିଲା ।

ଆଇପିଏଲ 2020: ଡେବ୍ୟୁ ମ୍ୟାଚ ଖେଳିବା ପରେ ପ୍ରତିକ୍ରିୟା ରଖିଲେ ରବି ବିଷ୍ଣୋୟୀ
ଆଇପିଏଲ 2020: ଡେବ୍ୟୁ ମ୍ୟାଚ ଖେଳିବା ପରେ ପ୍ରତିକ୍ରିୟା ରଖିଲେ ରବି ବିଷ୍ଣୋୟୀ

ଦୁବାଇ: ଅଣ୍ଡର-19 ବିଶ୍ବକପର ଷ୍ଟାର ସ୍ପିନର ରବି ବିଷ୍ଣୋୟୀ ଆଇପିଏଲର 13ତମ ସଂସ୍କରଣରେ ଡେବ୍ୟୁ କରିଛନ୍ତି । ରବିବାର ଦିନ ପଞ୍ଜାବ ପକ୍ଷରୁ ଦିଲ୍ଲୀ ବିପକ୍ଷରେ ଡେବ୍ୟୁ ମ୍ୟାଚ ଖେଳିଛନ୍ତି । ବିଶ୍ବକପ ପରି ଡେବ୍ୟୁ ମ୍ୟାଚରେ ନିଜର ଚମକ ଦେଖାଇଛନ୍ତି ରବି । ନିଜର ପ୍ରଥମ ଆଇପିଏଲ ମ୍ୟାଚରେ 4ଓଭରରେ 22ରନ ଦେଇ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଦିଲ୍ଲୀ ପକ୍ଷରୁ ଖେଳୁଥିବା ପନ୍ତଙ୍କୁ ରବି ଆଉଟ କରିଥିଲେ । ତାଙ୍କର ପ୍ରଦର୍ଶନକୁ ଦେଖି ଟିମ ବେଶ୍‌ ଖୁସି ଥିଲେ । ଏଥିସହ କୋଚ ଅନୀଲ କୁମ୍ବଲେ ବି ବେଶ୍‌ ପ୍ରସନ୍ନ ଥିବା ଦେଖିବାକୁ ମିଳିଥିଲା ।

That moment when you pick up your maiden IPL wicket.

Welcome to #Dream11IPL, Ravi Bishnoi #DCvKXIP pic.twitter.com/AsPdpoGpin

— IndianPremierLeague (@IPL) September 20, 2020 " class="align-text-top noRightClick twitterSection" data=" ">

ତେବେ ମ୍ୟାଚ ପରେ ରବି କହିଛନ୍ତି ଯେ, ଆଇପିଏଲରେ ଖେଳି ବହୁତ ଭଲ ଲାଗିଲା । ପ୍ରଥମ ମ୍ୟାଚରେ ଭଲ ଖେଳିଲି ସେଥିପାଇଁ ବି ଖୁସି ଲାଗିଲା । ପ୍ରଥମ ମ୍ୟାଚ ଥିବାରୁ ମନରେ ଟିକେ ଭୟ ବି ଥିଲା ଆଉ ଉତ୍ସାହିତ ମଧ୍ୟ ଥିଲା । ପ୍ଲାନ କିଛି ନଥିଲା ମୁଁ ମୋର ଗେମ ଖେଳିଛି ।

ସୂଚନାଥାଉକି, ଆଇପିଏଲର ଏହି 2ୟ ମ୍ୟାଚରେ ସୁପରଓଭରରେ ପଞ୍ଜାବୁ ମାତ୍‌ ଦେଇଛି ଦିଲ୍ଲୀ ।

ଦୁବାଇ: ଅଣ୍ଡର-19 ବିଶ୍ବକପର ଷ୍ଟାର ସ୍ପିନର ରବି ବିଷ୍ଣୋୟୀ ଆଇପିଏଲର 13ତମ ସଂସ୍କରଣରେ ଡେବ୍ୟୁ କରିଛନ୍ତି । ରବିବାର ଦିନ ପଞ୍ଜାବ ପକ୍ଷରୁ ଦିଲ୍ଲୀ ବିପକ୍ଷରେ ଡେବ୍ୟୁ ମ୍ୟାଚ ଖେଳିଛନ୍ତି । ବିଶ୍ବକପ ପରି ଡେବ୍ୟୁ ମ୍ୟାଚରେ ନିଜର ଚମକ ଦେଖାଇଛନ୍ତି ରବି । ନିଜର ପ୍ରଥମ ଆଇପିଏଲ ମ୍ୟାଚରେ 4ଓଭରରେ 22ରନ ଦେଇ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଦିଲ୍ଲୀ ପକ୍ଷରୁ ଖେଳୁଥିବା ପନ୍ତଙ୍କୁ ରବି ଆଉଟ କରିଥିଲେ । ତାଙ୍କର ପ୍ରଦର୍ଶନକୁ ଦେଖି ଟିମ ବେଶ୍‌ ଖୁସି ଥିଲେ । ଏଥିସହ କୋଚ ଅନୀଲ କୁମ୍ବଲେ ବି ବେଶ୍‌ ପ୍ରସନ୍ନ ଥିବା ଦେଖିବାକୁ ମିଳିଥିଲା ।

ତେବେ ମ୍ୟାଚ ପରେ ରବି କହିଛନ୍ତି ଯେ, ଆଇପିଏଲରେ ଖେଳି ବହୁତ ଭଲ ଲାଗିଲା । ପ୍ରଥମ ମ୍ୟାଚରେ ଭଲ ଖେଳିଲି ସେଥିପାଇଁ ବି ଖୁସି ଲାଗିଲା । ପ୍ରଥମ ମ୍ୟାଚ ଥିବାରୁ ମନରେ ଟିକେ ଭୟ ବି ଥିଲା ଆଉ ଉତ୍ସାହିତ ମଧ୍ୟ ଥିଲା । ପ୍ଲାନ କିଛି ନଥିଲା ମୁଁ ମୋର ଗେମ ଖେଳିଛି ।

ସୂଚନାଥାଉକି, ଆଇପିଏଲର ଏହି 2ୟ ମ୍ୟାଚରେ ସୁପରଓଭରରେ ପଞ୍ଜାବୁ ମାତ୍‌ ଦେଇଛି ଦିଲ୍ଲୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.