ETV Bharat / sports

ଆଇପିଏଲ 2020: 4 ଓ୍ବିକେଟରେ ପଞ୍ଜାବକୁ ହରାଇଲା ରାଜସ୍ଥାନ

ସିଜନର 9ମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ- କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସ 4 ଓ୍ବିକେଟରେ ବିଜୟ ହାସଲ କରି ବିଜୟ ଯାତ୍ରା ଜାରି ରଖିଛି ।

author img

By

Published : Sep 28, 2020, 9:00 AM IST

ipl-2020-rajasthan-royals-won-by-4-wickets-against-kxip

ଶାରଜାହ: ଆଇପିଏଲର 13ତମ ସଂସ୍କରଣରେ ରବିବାର ଦିନ ଶାରଜାହ ଷ୍ଟାଡିୟମରେ ଦେଖିବାକୁ ମିଳିଛି ରନ୍‌ ବର୍ଷା । ସିଜନର 9ମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ- କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସ 4 ଓ୍ବିକେଟରେ ବିଜୟ ହାସଲ କରି ବିଜୟ ଯାତ୍ରା ଜାରି ରଖିଛି । ତେବେ ରାଜସ୍ଥାନର ସଞ୍ଜୁ ସାମସନ୍‌ଙ୍କ ଦମଦାର ଇଂନିସ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଛି ।

ଟସ୍ ଜିତି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଗ୍ରାଉଣ୍ଡକୁ ଓହ୍ଲାଇଥିଲା କିଙ୍ଗ୍ସ ଏକାଦଶ ପଞ୍ଜାବ । ତେବେ ନିର୍ଦ୍ଧାରିତ ଓଭରରେ ମାତ୍ର 2 ଓ୍ବିକେଟ ବିନିମୟରେ ଦଳ 223ରନ ହାସଲ କରିଥିଲା । ଦଳ ପକ୍ଷରୁ ଦମଦାର୍‌ ଓପନିଂ କରିଥିଲେ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ । 183ରନର ପାଟର୍ନରସିପ ଇଂନିସ ଖେଳିଥିଲେ । ଦଳ ପକ୍ଷରୁ ଶତକୀୟ ପାଳି ଖେଳିଥିଲେ ମୟଙ୍କ(106ରନ,50ବଲ୍‌,10ଚୌକା,7ଛକା) । ଏଥିସହ ଅଧିନାୟକ କେଏଲ ରାହୁଲି ବି ଅର୍ଦ୍ଧଶତକୀୟ ଇଂନିସ(69ରନ୍‌, 54ବଲ୍‌,7 ଚୌକା, 1ଛକା) ଖେଳିଥିଲେ । ମୟଙ୍କ ଓ ରାହୁଲ ଉଭୟ କ୍ୟାଚ ଆଉଟ ହେବା ପରେ ଗ୍ଲେନ ମ୍ୟାକ୍ସୱେଲ(13ରନ୍‌,9ବଲ୍‌,2ଚୌକା ) ଓ ନିକୋଲାସ ପୁରନ(13ରନ୍‌, 8ବଲ୍‌, 1ଚୌକା,3ଛକା) ପାଳି ଖେଳିଥିଲେ ।

ବିପକ୍ଷ ଦଳ ରାଜସ୍ଥାନ ପକ୍ଷରୁ ଟମ କରନ ଓ ଅଙ୍କିତ ରାଜପୁତ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ ।

ତେବେ 223ରନର ବିଶାଳ ବିଜୟଲକ୍ଷ୍ୟକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇ ଥିଲା ରାଜସ୍ଥାନ ରୟାଲ୍ସ । ତେବେ 19.3ଓଭରରେ ଦଳ 6 ଓ୍ବିକେଟ ହରାଇ 226ରନ୍‌ ହାସଲ କରି 9ମ ମ୍ୟାଚର ବିଜେତା ପାଲଟିଯାଇଥିଲା ।

ରାଜସ୍ଥାନ ଦଳ ପକ୍ଷରୁ ସଞ୍ଜୁ ସାମସନ ସାନାଦାର 85(42ବଲ୍‌)ରନର ପାଳି ଖେଳିଥିଲେ । ସେଥିରେ 7ଟି ଛକା ଓ 4ଟି ଚୌକା ସାମିଲ ରହିଛି । ଅଧିନାୟକ ଷ୍ଟିଭ ସ୍ମିଥ ଅର୍ଦ୍ଧଶତକୀୟ ପାଳି (50ରନ୍‌,27ବଲ୍‌,7 ଚୌକା,2ଛକା) ଖେଳିଥିଲେ । ତେବେ 161 ସ୍କୋର(16.1ଓଭର) ବେଳେ ସାମସନ ଆଉଟ ହେବାପରେ ଲାଗିଥିଲା ଟିମ ହାତରୁ ମ୍ୟାଚ ଖସିଲା । କିନ୍ତୁ ଶେଲଡନ କଟ୍ରେଲଙ୍କ 18ଓଭରରେ ରାହୁଲ ତେୱାଟିଆଙ୍କ 5ଛକା ଖେଳର ମୋଡ ବଦଳାଇ ଦେଇଥିଲା । ଶେଷ 2 ଓଭରରେ ରାଜସ୍ଥାନକୁ 21ରନର ଆବଶ୍ୟକତା ରହିଥିବାବେଳେ ସାମିଙ୍କ ବଲ୍‌ରେ ଉତ୍ଥପା (9ରନ୍‌)ରେ ଆଉଟ ହୋଇ ଯାଇଥିଲେ । ତାଙ୍କ ପରେ ଜୋଫ୍ରା ଆର୍ଚର ଆସି ସାମିଙ୍କ ବଲ୍‌ରେ 2ଟି ଛକା ମାରି ବିଜୟ ଦ୍ବାରଦେଶକୁ ନେଇ ଯାଇଥିଲେ । ଉକ୍ତ ଓଭରରେ ରାହୁଲ ତେୱାଟିଆ 53ରନ୍‌(31ବଲ୍‌,7ଛକା) ଆଉଟ୍‌ ହୋଇଯାଇଥିଲେ । ଶେଷ ଓଭରରେ ବିଜୟ ହାସଲ ପାଇଁ ରାଜସ୍ଥାନକୁ 2ରନର ଆବଶ୍ୟକତା ଥିଲା । ଅନ୍ତିମ ଓଭରର 3ୟ ବଲ୍‌ରେ ଟମ କରନ ଚୌକା ମାରି ରାଜସ୍ଥାନକୁ ବିଜୟ ସ୍ବାଦ ଚଖାଇଥିଲେ ।

ପଏଣ୍ଟ ଟେବୁଲ

ପଞ୍ଜାବ ଦଳ ପକ୍ଷରୁ ମହମ୍ମଦ ସାମି 3ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ଜେମ୍ସ ନିଶାମ, ମୁରୁଗାନ ଅଶ୍ବିନୀ, ଶେଲଡନ କଟ୍ରେଲ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।

ତେବେ ପଞ୍ଜାବ ଦ୍ବାରା କରାଯାଇଥିବା ଏହି ସ୍କୋର ଚଳିତ ସିଜନର ସର୍ବୋଚ୍ଚ ସ୍କୋର ରହିଥିଲା । କିନ୍ତୁ ରାଜସ୍ଥାନ ବିଜୟଲକ୍ଷ୍ୟ ପୂରା କରି ନିଜ ନାଁରେ ସର୍ବୋଚ୍ଚ କରି ସ୍କୋର ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.