ETV Bharat / sports

ଆଇପିଏଲ 2020: ରାଇନାଙ୍କ ଅନୁପସ୍ଥିତି ସିଏସକେ ପାଇଁ ଚିନ୍ତାର କାରଣ କହିଲେ ଜୋନ୍ସ - ଚେନ୍ନାଇ ସୁପର କିଙ୍ଗ୍ସ

ଚେନ୍ନାଇ ସୁପର କିଙ୍ଗ୍ସରେ ରାଇନାଙ୍କ ଅନୁପସ୍ଥିତି ଟିମ ପାଇଁ ଏକ ମୁଖ୍ୟ ଚିନ୍ତାର କାରଣ ହେବା ବୋଲି କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ । ଅଧିକ ପଢ଼ନ୍ତୁ...

Raina's absence a major concern, major concern for CSK, Dean Jones on Raina's Absence, ଆଇପିଏଲ 2020, ରାଇନାଙ୍କ ଅନୁପସ୍ଥିତି ସିଏସକେ ପାଇଁ ଚିନ୍ତାର କାରଣ, ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ, ଇଣ୍ଡିଆନ ପ୍ରିମିୟର ଲିଗ
ଆଇପିଏଲ 2020: ରାଇନାଙ୍କ ଅନୁପସ୍ଥିତି ସିଏସକେ ପାଇଁ ଚିନ୍ତାର କାରଣ କହିଲେ ଜୋନ୍ସ
author img

By

Published : Sep 16, 2020, 3:26 PM IST

ନୂଆଦିଲ୍ଲୀ: ୟୁଏଇରେ ଶନିବାର ଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଆଗାମୀ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ସୁରେଶ ରାଇନାଙ୍କ ଅନୁପସ୍ଥିତି ଏକ ପ୍ରମୁଖ ଚିନ୍ତାର କାରଣ ହେବ ବୋଲି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ କହିଛନ୍ତି ।

ସିଏସକେ ପାଇଁ 193 ମ୍ୟାଚ ଖେଳି 5000ରୁ ଅଧିକ ରନ ସଂଗ୍ରହ କରିଥିବା ରାଇନା ଗତ ମାସରେ ବ୍ୟକ୍ତିଗତ କାରଣରୁ ଆଇପିଏଲ 2020ରୁ ଓହରି ଯାଇଥିଲେ । ସେ ଦଳ ସହିତ ୟୁଏଇ ଯାତ୍ରା କରିଥିଲେ, କିନ୍ତୁ ପରେ ବିବାଦୀୟ ଢଙ୍ଗରେ ଭାରତ ଫେରିଛନ୍ତି।

ଟେଲିଭିଜନ ସୋ ‘ଗେମ୍ ପ୍ଲାନ୍’ ରେ କଥାବାର୍ତ୍ତା କରୁଥିବାବେଳେ ଜୋନ୍ସ କହିଛନ୍ତି ଯେ, ‘‘ରାଇନାଙ୍କ ଅନୁପସ୍ଥିତି ଏଥର ଏକ ପ୍ରମୁଖ ଚିନ୍ତାର ବିଷୟ ଏବଂ ସେ ଆଇପିଏଲର ଶ୍ରେଷ୍ଠ ପାଞ୍ଚ ରନ ସ୍କୋରରଙ୍କ ମଧ୍ୟରେ ଅଛନ୍ତି।’’

‘‘ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ସ୍ପିନ ବଲକୁ ବହୁତ ଭଲ ଭାବେ ଖେଳନ୍ତି ଏବଂ ସିଏସକେ ପାଇଁ ଏହା ଦୁର୍ବଳତା ହୋଇପାରେ ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳି ଡାହାଣହାତୀ ବ୍ୟାଟ୍ସମ୍ୟାନ ଅଟନ୍ତି ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ସେମାନଙ୍କୁ କିଛି ବାମହାତୀ ବ୍ୟାଟ୍ସମ୍ୟାନ ଆବଶ୍ୟକ ନଚେତ୍‌ ସେମାନେ ଅଟକି ଯାଇପାରନ୍ତି, ବିଶେଷତଃ ଯଦି ସେମାନେ ଲେଗ୍ ସ୍ପିନରଙ୍କୁ ଖେଳୁଛନ୍ତି ।’’

କ୍ରିକେଟରୁ କମେଣ୍ଟେଟର ପାଲଟିଥିବା ଜୋନ୍ସଙ୍କ କହିବାନୁସାରେ, ରାଇନା ଏବଂ ହରଭଜନ ସିଂହଙ୍କ ଅନୁପସ୍ଥିତିରେ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟୁର୍ନାମେଣ୍ଟ ଆରମ୍ଭ କରିବାବେଳେ ଅଧିନାୟକ ଏମଏସ ଧୋନି ଏବଂ କୋଚ ଷ୍ଟିଫେନ ଫ୍ଲେମିଙ୍ଗଙ୍କ ଉପରେ ଅନେକ କିଛି ନିର୍ଭର କରିବ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.