ETV Bharat / sports

ସୁପର ସନଡେରେ ଡବଲ ହେଡର ମ୍ୟାଚ: ପ୍ରଥମ ମ୍ୟାଚରେ ମୁମ୍ବାଇ-ହାଇଦ୍ରାବାଦ ଫାଇଟ୍‌

ଆଇପିଏଲର 13ତମ ସଂସ୍କରଣରେ ଆଜି (ରବିବାର) 2ଟି ମୁକାବିଲା ଖେଳାଯିବ । ପ୍ରଥମ ମୁକାବିଲାରେ ମୁମ୍ବାଇ-ହାଇଦ୍ରାବାଦ ହେବେ ମୁହାଁମୁହିଁ । ଭାରତୀୟ ସମୟାନୁସାରେ ଦିନ 3ଟା30ରେ ମ୍ୟାଚ ଆରମ୍ଭ ହେବ ।

author img

By

Published : Oct 4, 2020, 2:29 PM IST

ipl-2020-mumbai-indians-vs-sunrisers-hyderabad-match-preview

ଶାରଜାହ: ଆଇପିଏଲର 13ତମ ସଂସ୍କରଣରେ ଆଜି (ରବିବାର) 2ଟି ମୁକାବିଲା ଖେଳାଯିବ । ପ୍ରଥମ ମୁକାବିଲାରେ ମୁମ୍ବାଇ-ହାଇଦ୍ରାବାଦ ହେବେ ମୁହାଁମୁହିଁ । ଭାରତୀୟ ସମୟାନୁସାରେ ଦିନ 3ଟା30ରେ ମ୍ୟାଚ ଆରମ୍ଭ ହେବ । ଉଭୟ ଦଳ ଲିଗ୍‌ର 5ମ ମ୍ୟାଚ ଖେଳିବେ । ପଏଣ୍ଟ ଟେବୁଲକୁ ଦେଖିଲେ ମୁମ୍ବାଇ 3ୟ ସ୍ଥାନରେ ରହିଥିବାବେଳେ ହାଇଦ୍ରାବାଦ 4ର୍ଥ ସ୍ଥାନରେ ରହିଛି ।

ପଏଣ୍ଟ ଟେବୁଲ

ଲିଗର ଆରମ୍ଭରୁ 2ଟି ମ୍ୟାଚରେ ପରାଜୟ ହେବା ପରେ ଓ୍ବାର୍ଣ୍ଣରଙ୍କ ସନରାଇଜର୍ସ ଟିମ କ୍ରମାଗତ ଭାବେ 2ଟି ମ୍ୟାଚରେ ବିଜୟ ହାସଲ କରିଛି । ପ୍ରଥମେ ଦିଲ୍ଲୀକୁ 15ରନରେ ହରାଇଲା ପରେ ଚେନ୍ନାଇକୁ 7ରନରେ ମାତ୍‌ ଦେଇଛି ସନରାଇଜର୍ସ ହାଇଦ୍ରାବାଦ ।

ଟିମର ବ୍ୟାଟିଂକ୍ରମ ମଜବୁତ ହୋଇଥିବାର ଦେଖିବାକୁ ମିଳିଛି । ଡେଭିଡ ଓ୍ବାର୍ଣ୍ଣାର, ବେୟରଷ୍ଟୋ, କେନ ଓ୍ବିଲିୟମସନ, ମନିଷ ପାଣ୍ଡ ଆରମ୍ଭରୁ ପାଳି ସମ୍ଭାଳୁଥିବାବେଳେ ଚେନ୍ନାଇ ବିପକ୍ଷରେ ମଧ୍ୟକ୍ରମରେ ଯୁବ ଖେଳାଳି ପ୍ରିୟମ ଗର୍ଗ ଓ ଅଭିଷେକ ଶର୍ମା 77ରନର ପାର୍ଟନରସିପ ଇଂନିସ ଖେଳି ଦଳର ଭରସା ଜିତିଛନ୍ତି । ବୋଲିଂ ବିଭାଗକୁ ଦେଖିଲେ ଚେନ୍ନାଇ ବିପକ୍ଷରେ ଭୁବନେଶ୍ବର କୁମାର ଆହତ ହୋଇଥିଲେ । ଆଜିର ମ୍ୟାଚରେ ଯଦି ଭୁବି ସାମିଲ ନହୁଅନ୍ତି ଦଳ ପାଇଁ ଏକ ଚିନ୍ତାର ବିଷୟ ପାଲଟିବ । କାରଣ ଭୁବନେଶ୍ବର କୁମାର ଡେଥ ଓଭରର ସ୍ପେଶାଲିଷ୍ଟ । ଆଜିର ମ୍ୟାଚରେ ରଶିଦ ଖାନ, ଅଭିଷେକ, ଖଲିଲି ଅହମ୍ମଦଙ୍କ ଚାପ ନିଶ୍ଚିତ ଭାବେ ରହିବ ।

ହେଡ ଟୁ ହେଡ ମ୍ୟାଚ(ମୁମ୍ବାଇ ବନାମ ହାଇଦ୍ରାବାଦ)

ଅନ୍ୟପଟେ 4ଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରୁଛନ୍ତି । ଓପନର ରୋହିତ ଶର୍ମା ଭଲ ଫର୍ମରେ ରହିଛିନ୍ତି । ମଧ୍ୟକ୍ରମ ଓ ନିମ୍ନଭାଗରେ କିଶନ. ପୋଲାର୍ଡ, ପାଣ୍ଡ୍ୟା ବଦର୍ସ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ପୋଲାର୍ଡ ପଞ୍ଜାବ ବିପକ୍ଷରେ ଧୁଆଁଦାର ବ୍ୟାଟିଂର ଝଲକ ଦେଖାଇଥିଲେ । ଯାହା ବିପକ୍ଷ ଦଳକୁ ଅସୁବିଧାରେ ପକାଇପାରେ । ବୋଲିଂ ବିଭାଗରେ ଜସପ୍ରୀତ ବୁମରାହ, ଟ୍ରେଣ୍ଟ ବୋଲ୍ଟ, ଜେମ୍ସ, ଭଲ ଫର୍ମରେ ରହିଛନ୍ତି ।

ହେଡଟୁ ହେଡ ମ୍ୟାଚ ଦେଖିଲେ ଉଭୟ ଦଳ ମଧ୍ୟରେ 14ଟି ମ୍ୟାଚ ଖେଳାଯାଇଛି । 7ଟିରେ ମୁମ୍ବାଇ ଓ 7ଟିରେ ହାଇଦ୍ରାବାଦ ବିଜୟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.