ETV Bharat / sports

ଆଇପିଏଲ 2020: 31ତମ ମ୍ୟାଚରେ ପୁଣି ଆରିସିବକୁ ମାତ୍‌ ଦେବ କି ପଞ୍ଜାବ? - ଶାରଜାହା ଷ୍ଟାଡିୟମ

ଆଜିର ମ୍ୟାଚରେ ପଞ୍ଜାବ-ବାଙ୍ଗାଲୋର ଶାରଜାହା ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଏହି ଲିଗ୍‌ର 6ଷ୍ଠ ମ୍ୟାଚରେ ପଞ୍ଜାବ ଆରସିବିକୁ 97ରନ୍‌ରେ ପରାସ୍ତ କରିଥିଲା । ପୁଣି ଆରସିବିକୁ ପରାସ୍ତ କରି ଟ୍ରାକକୁ ଫେରିବାକୁ ଚାହିଁବ ରାହୁଲଙ୍କ ଟିମ ।

ଆଇପିଏଲ 2020: 31ତମ ମ୍ୟାଚରେ ପୁଣି ଆରିସିବକୁ ମାତ୍‌ ଦେବ କି ପଞ୍ଜାବ?
ipl-2020-kxip-aim-to-break-losing-streak-against-rcb
author img

By

Published : Oct 15, 2020, 3:35 PM IST

Updated : Oct 15, 2020, 7:32 PM IST

ଶାରଜାହା: ଚଳିତ ଲିଗ୍‌ରେ 2ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଉଭୟ ଦଳ ପୁର୍ନବାର ମୁହାଁମୁହିଁ ହେଉଛନ୍ତି । ଆଜିର ମ୍ୟାଚରେ ପଞ୍ଜାବ-ବାଙ୍ଗାଲୋର ଶାରଜାହା ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଏହି ଲିଗ୍‌ର 6ଷ୍ଠ ମ୍ୟାଚରେ ପଞ୍ଜାବ ଆରସିବିକୁ 97ରନ୍‌ରେ ପରାସ୍ତ କରିଥିଲା । ମାତ୍ର ଅନ୍ୟ ମ୍ୟାଚରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି କିଙ୍ଗ୍ସ ଏକାଦଶ ପଞ୍ଜାବ । ଆଜି ପଞ୍ଜାବ ପୁଣି ଆରସିବିକୁ ମାତ୍‌ ଦେଇ ଟ୍ରାକକୁ ଫେରିବାକୁ ଚାହିଁବ ।

ଆଇପିଏଲ 2020: 31ତମ ମ୍ୟାଚରେ ପୁଣି ଆରିସିବକୁ ମାତ୍‌ ଦେବ କି ପଞ୍ଜାବ?

ଅନ୍ୟପଟେ 7ଟି ମ୍ୟାଚରୁ ଆରସିବି 5ଟି ମ୍ୟାଚରେ ବିଜୟ ଲାଭ କରି 3ୟସ୍ଥାନରେ ରହିଛି । ଆଉ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ipl-2020-kxip-aim-to-break-losing-streak-against-rcb
କିଙ୍ଗ୍ସ ଏକାଦଶ ପଞ୍ଜାବ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ହେଡ ଟୁ ହେଡ ମ୍ୟାଚ)

ପ୍ଲେଅଫ୍‌ରେ ସ୍ଥାନ ପାଇବା ପାଇଁ ପଞ୍ଜାବକୁ ବାକି ସମସ୍ତ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ପଞ୍ଜାବ ପକ୍ଷରୁ ଅଧିନାୟକ କେଏଲ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ଛାଡି ଦେଲେ ଅନ୍ୟ ବ୍ୟାଟ୍ସମ୍ୟାନ ଫର୍ମରେ ନାହାଁନ୍ତି । ଅନ୍ୟପଟେ ଆଜିର ମ୍ୟାଚରେ ଗେଲ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ପାରନ୍ତି । ଯଦି ଗେଲ୍‌ ଆଜି ମୈଦାନକୁ ଓହ୍ଲାନ୍ତି ଟିମ ପାଇଁ ଲାଭଦାୟକ ରହିବ । ଯୁବ ବ୍ୟାଟ୍ସମ୍ୟାନ ପ୍ରଭସିମରନ ସିଂ ଓ ମନଦୀପ ସିଂ ଆଖିଦୃଶିଆ ପ୍ରଦର୍ଶନ କରି ନାହାଁନ୍ତି । ଆଜିର ଟିମରେ ନାୟରଙ୍କୁ ସ୍ଥାନ ମିଳିପାରେ । ବୋଲିଂ ବିଭାଗରେ ମହମ୍ମଦ ସାମି ଓ ରବି ବିଶ୍ନୋଇଙ୍କ ଉପରେ ଟିମ ନିର୍ଭରଶୀଳ ।

ଅନ୍ୟପଟେ ଟିମକୁ ସତର୍କ ରହିବାକୁ ପଡିବ । କାରଣ ଆରସିବି ଓପନର ଦେବଦତ୍ତ ଓ ଫିଞ୍ଚ ଫର୍ମରେ ଅଛନ୍ତି । ଏଥିସହ ଡେଭିଲିୟର୍ସ ଓ ଅଧିନାୟକ କୋହଲି ବି ଫର୍ମରେ ଅଛନ୍ତି । ବୋଲିଂ ବିଭାଗରେ କ୍ରିସ ନୋରିସ ଓ ଇସୁର ଉଦାନା ଭଲ ଫର୍ମରେ ଅଛନ୍ତି । ସ୍ପିନିଂରେ ଚହଲ ଓ ୱାଶିଂଟନ୍ ସୁନ୍ଦରଙ୍କ ଯୋଡି ପୂର୍ବମ୍ୟାଚରେ କେକେଆରର ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇଥିଲେ ।

2ଟି ଦଳ ଏଯାଏଁ ମୋଟ 25ଟି ମ୍ୟାଚ ଖେଳିଛନ୍ତି । ସେମାନଙ୍କ ମଧ୍ୟରୁ 13ଟି ପଞ୍ଜାବ ଓ ବାଙ୍ଗାଲୋର12ଟି ମ୍ୟାଚରେ ବିଜୟ ହାସଲ କରିଛି ।

Last Updated : Oct 15, 2020, 7:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.