ETV Bharat / sports

କୋହଲିଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସାମ୍ନାରେ 146 ରନର ବିଜୟ ଲକ୍ଷ୍ୟ

author img

By

Published : Oct 25, 2020, 5:29 PM IST

ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ନିର୍ଧାରିତ 20 ଓଭରରେ 6 ୱିକେଟ ହରାଇ 145 ରନ ସଂଗ୍ରହ କରିଛି ଆରସିବି । ଫଳରେ ଚେନ୍ନାଇ ସାମ୍ନାରେ 146 ରନର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2020: kohli's fifty help RCB to set target of 146 vs CSK
କୋହଲିଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସାମ୍ନାରେ 146 ରନର ବିଜୟ ଲକ୍ଷ୍ୟ

ଦୁବାଇ: ଚଳିତ ଆଇପିଏଲରେ ରବିବାର ଖେଳାଯାଉଛି ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଲଢେଇ ଜାରି ରହିଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବାପରେ, ନିର୍ଧାରିତ 20 ଓଭରରେ 6 ୱିକେଟ ହରାଇ 145 ରନ ସଂଗ୍ରହ କରିଛି । ଫଳରେ ଚେନ୍ନାଇ ସାମ୍ନାରେ 146 ରନର ବିଜୟ ଲକ୍ଷ୍ୟ ରହିଛି ।

ଆରସିବି ପକ୍ଷରୁ କ୍ୟାପଟେନ ବିରାଟ କୋହଲି 43 ବଲରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ 50 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଏବି ଡି ଭିଲିୟର୍ସ 39 ଓ ଦେବଦତ୍ତ ପାଦିକ୍କଲ 22 ରନର ଇଂନିସ ଖେଳିଛନ୍ତି । ତେବେ 17.3 ଓଭର ସୁଦ୍ଧା 128/3ରେ ସୁବିଧା ସ୍ଥିତିରେ ଥିବା ବାଙ୍ଗାଲୋର ଟିମ ଶେଷ ଦୁଇ ଓଭରରେ 3ଟି ୱିକେଟ ହରାଇବା ସହ 145 ରନରେ ସୀମିତ ରହିଥିଲା ।

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ପୁନର୍ବାର ଦମଦାର ପ୍ରଦର୍ଶନ କରିଛନ୍ତି ଅଲରାଉଣ୍ଡର ସାମ କରନ । ଦୀପକ ଚହର 2ଟି ଓ ମିଚେଲ ସାଣ୍ଟନର ଗୋଟିଏ ୱିକେଟ ହାସଲ କରିଛନ୍ତି । ତେବେ ଇମ୍ରାନ ତାହିର ୱିକେଟ ଶୂନ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.