ETV Bharat / sports

ଅବସର ଘୋଷଣାର 34 ଦିନ ପରେ ପଡିଆକୁ ଫେରିଲେ ଧୋନି

ଗତ ଅଗଷ୍ଟ 15 ତାରିଖ ସଂଧ୍ୟା 7.29ରେ ଅନ୍ତର୍ଜାତୀୟ କ୍ରିକେଟରୁ ନିଜକୁ ଅବସର ଘୋଷଣା କରିଥିଲେ ଧୋନି । ଆଉ ଆଜି ଭାରତୀୟ ସମୟ ସଂଧ୍ୟା 7.30 ମିନିଟରେ ଟସ ପକାଇବା ପାଇଁ ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ କ୍ରିକେଟର ଅନ୍ୟତମ ଲୋକପ୍ରିୟ କ୍ରିକେଟର ।

author img

By

Published : Sep 19, 2020, 8:48 PM IST

7.29ରୁ 7.30: ଛତିଶ ଦିନ, ଏକ ମିନିଟ ପରେ ପୁଣି ପଡିଆରେ ସିଂହର ଚିତ୍କାର

ହାଇଦ୍ରାବାଦ: ଆଇପିଏଲର ଆରମ୍ଭ ସହିତ ପଡିଆକୁ ଫେରିଛନ୍ତି ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତେବେ ଧୋନିଙ୍କ ପ୍ରତ୍ୟାବର୍ତ୍ତନରେ ଭାବବିହ୍ବଳ ହୋଇପଡିଛନ୍ତି ତାଙ୍କ ଫ୍ୟାନ୍ସ । ଟ୍ବିଟରେ ଧୋନିଙ୍କୁ ନେଇ ଅନେକ ପୋଷ୍ଟ ସେୟାର ହେବାରେ ଲାଗିଛି । ଜଣେ ଟ୍ବିଟର ୟୁଜର୍ସ ଲେଖିଛନ୍ତି । ସଂଧ୍ୟା 7.29 ମିନିଟରେ ଯାଇଥିଲେ ଆଉ 7.30 ମିନିଟରେ ପୁଣି ଫେରି ଆସିଛନ୍ତି ।

ଉଲ୍ଲେଖଥାଉ କି, ଗତ ଅଗଷ୍ଟ 15 ତାରିଖ ସଂଧ୍ୟା 7.29ରେ ଅନ୍ତର୍ଜାତୀୟ କ୍ରିକେଟରୁ ନିଜକୁ ଅବସର ଘୋଷଣା କରିଥିଲେ ଧୋନି । ଆଉ ଆଜି ଭାରତୀୟ ସମୟ ସଂଧ୍ୟା 7.30 ମିନିଟରେ ଟସ ପକାଇବା ପାଇଁ ପଡିଆକୁ ଓହ୍ଲାଇଛନ୍ତି ଭାରତୀୟ କ୍ରିକେଟର ଅନ୍ୟତମ ଲୋକପ୍ରିୟ କ୍ରିକେଟର । ତେବେ ଅବସରର 34 ଦିନ ପରେ ଓ ଶେଷ ମ୍ୟାଚର 436 ଦିନ ଲମ୍ବା ବ୍ୟବଧାନ ପରେ ଏବେ ଗ୍ରାଉଣ୍ଡରେ ଦେଖାଦେଇଛନ୍ତି ଧୋନି ।

ଆଜି ଆଇପିଏଲର ଉଦଘାଟନୀ ମ୍ୟାଚରେ ଧୋନିଙ୍କୁ ପଡିଆରେ ଦେଖିବାକୁ ମିଳିଛି । କାରଣ ଆଇପିଏଲର ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ । ୟୁଏଇ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଧୋନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.