ETV Bharat / sports

ଆଇପିଏଲ 2020: ଚଳିତ ବର୍ଷ ହୋଇପାରେ ଏହି 5 ବଡ ରେକର୍ଡ - Five big IPL records

ପ୍ରତି ଆଇପିଏଲ ସଂସ୍କରଣରେ ଯେମିତି କିଛି ନୂଆ ରେକର୍ଡ ବନିଥାଏ ଓ କିଛି ଭଙ୍ଗ ହୋଇଥାଏ, ସେହିପରି ଏହି ସଂସ୍କରଣରେ 5ଟି ବଡ ରେକର୍ଡ ବନିପାର ସମ୍ଭାବନା ରହିଛି । ନଜର ପକାନ୍ତୁ ଏହି 5 ରେକର୍ଡ ଉପରେ...

IPL 2020: Five big records that could be made this season
ଆଇପିଏଲ 2020: ଚଳିତ ବର୍ଷ ହୋଇପାରେ ଏହି 5ଟି ବଡ ରେକର୍ଡ
author img

By

Published : Sep 18, 2020, 7:59 PM IST

ହାଇଦ୍ରାବାଦ: ବିଶ୍ୱର ଶ୍ରେଷ୍ଠ ଓ ସର୍ବାଧିକ ରୋମାଞ୍ଚକର ଟି-20 ଲିଗ ଭାବେ ପରିଚିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର 13ତମ ସଂସ୍କରଣ ଆସନ୍ତାକାଲି ଅର୍ଥାତ 19 ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଉଦଘାଟନୀ ମ୍ୟାଚ ଗତ ଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ଯରେ ଖେଳାଯିବ ।

ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା 2020 ଆଇପିଏଲ ପୂର୍ବ ସଂସ୍କରଣ ଟାରୁ ସାମାନ୍ୟ ଭିନ୍ନ ରହିଛି । ପ୍ରତି ଆଇପିଏଲ ସଂସ୍କରଣରେ ଯେମିତି କିଛି ନୂଆ ରେକର୍ଡ ବନିଥାଏ ଓ କିଛି ଭଙ୍ଗ ହୋଇଥାଏ, ସେହିପରି ଏହି ସଂସ୍କରଣରେ 5ଟି ବଡ ରେକର୍ଡ ବନିପାର ସମ୍ଭାବନା ରହିଛି ।

ନଜର ପକାନ୍ତୁ ଏହି 5 ରେକର୍ଡ ଉପରେ...

1. ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଆଇପିଏଲ 2020ରେ 9000 ଟି-20 ରନରୁ ମାତ୍ର 100 ରନ ଦୂରରେ ରହିଛନ୍ତି ।

IPL 2020: Five big records that could be made this season
ବିରାଟ କୋହଲି

ଏହି ସଫଳତାର ଅଧିକାରୀ ହେବାରେ ସେ ପ୍ରଥମ ଭାରତୀୟ ଖେଳାଳି ହେବେ । ବିଶ୍ବରେ ଏହି ତାଲିକାରେ ବିରାଟ ସପ୍ତମ ଖେଳାଳି ହେବେ । ଏହାପୂର୍ବରୁ କ୍ରିସ ଗେଲ, କିରଣ ପୋଲାର୍ଡ, ବ୍ରେଣ୍ଡନ ମ୍ୟାକୁଲମ, ସୋଏବ ମଲିକ, ଡେଭିଡ ୱାର୍ଣ୍ଣର ଓ ଆରୋନ ଫିଞ୍ଚ ରହିଛନ୍ତି ।

2. ଆଇପିଏଲ 2020ରେ 4ଟି ମ୍ୟାଚ ଖେଳିବା ପରେ ମହେନ୍ଦ୍ର ସିଂ ଧୋନି ଆଇପିଏଲର ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ହୋଇଯିବେ ।

ମହେନ୍ଦ୍ର ସିଂ ଧୋନି

ଏହି ରେକର୍ଡ ବର୍ତ୍ତମାନ ସୁରେଶ ରାଇନାଙ୍କ ନାମରେ ରହିଛି । ରାଇନା ଏଯାବତ 193 ଆଇପିଏଲ ମ୍ୟାଚ ଖେଳିଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ରାଇନା ଆଇପିଏଲର ଏହି ସଂସ୍କରଣରୁ ଓହରି ଯାଇଛନ୍ତି ।

3. ଆଇପିଏଲରେ କ୍ରିସ ଗେଲ ଏବ ବଡ ରେକର୍ଡର ଅଧିକାରୀ ହୋଇପାରନ୍ତି । ଟି-20 କ୍ରିକେଟରେ ଗେଲ 1000 ଛକାର ରେକର୍ଡ କରିପାରନ୍ତି । ଏହି ମାଇଲଷ୍ଟୋନ ଠାରୁ ଗେଲ୍ ମାତ୍ର 22 ଟି ଛକା ଆବଶ୍ୟକ କରୁଛନ୍ତି । 22 ଛକା ମାରିବା ପରେ ଗେଲ 1000 ଛକା ମାରିଥିବା ପ୍ରଥମ ଖେଳାଳି ହେବେ ।

କ୍ରିସ ଗେଲ୍

4. ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଆଇପିଏଲ 2020ରେ ଏକ ବଡ ରେକର୍ଡ ଅପେକ୍ଷା କରିଛି । 13ତମ ସଂସ୍କରଣରେ 73 ରନ ସଂଗ୍ରହ କରିବା ପରେ, ଆଇପିଏଲରେ 2000 ରନ ଓ 100 ୱିକେଟ ହାସଲ କରିଥିବା ପ୍ରଥମ ଖେଳାଳି ହେବେ । ଏହି ରେକର୍ଡର ମୁମ୍ବାଇ ବିପକ୍ଷ ପ୍ରଥମ ମ୍ୟାଚରେ ମଧ୍ୟ ହାସଲ କରିପାରନ୍ତି ଜାଡେଜା ।

ରବିନ୍ଦ୍ର ଜାଡେଜା

5. ଆଉ 18ଟି ୱିକେଟ ହାସଲ କରିବା ପରେ, ସ୍ପିଡଷ୍ଟାର ଜଶପ୍ରୀତ ବୁମରା ଟି-20 କ୍ରିକେଟରେ 200 ୱିକେଟ ଅକ୍ତିଆର କରିଥିବା ପ୍ରଥମ ଦ୍ରୁତ ବୋଲର ହୋଇଯିବେ ।

ଜଶପ୍ରୀତ ବୁମରା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.