ETV Bharat / sports

ଆଇପିଏଲ 2020: କେବେ ୟୁଏଇ ପହଞ୍ଚିବ ଚେନ୍ନାଇ ସୁପର କିଙ୍ଗ୍ସ ଜାଣନ୍ତୁ...

ସୂଚନା ଅନୁଯାୟୀ, ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ଅଗଷ୍ଟ 2ୟ ସପ୍ତାହରେ ୟୁଏଇରେ ପହଞ୍ଚିବ । ଅଧିକାଂଶ ଟିମ ଅଗଷ୍ଟ 20 ସୁଦ୍ଧା ୟୁଏଇ ରେ ପହଞ୍ଚିବା ସମ୍ବାବହନା ରହିଛି ।

IPL 2020: Dhoni-led Chennai Super Kings to reach UAE in 2nd week of August, says report
ଆଇପିଏଲ 2020: କେବେ ୟୁଏଇ ପହଞ୍ଚିବ ଚେନ୍ନାଇ ସୁପର କିଙ୍ଗ୍ସ ଜାଣନ୍ତୁ...
author img

By

Published : Jul 26, 2020, 9:52 PM IST

ହାଇଦ୍ରାବାଦ: ଆଇପିଏଲ 2020 ଆରମ୍ଭ ନେଇ ଚର୍ଚ୍ଚା ବଢିବାର ଲାଗିଛି । ସେପ୍ଟେମ୍ବର 19ରୁ ଆଇପିଏଲର 13ତମ ସଂସ୍କରଣ ଆରମ୍ଭ ନେଇ ଘୋଷଣା ପରେ କ୍ରିକେଟ ପ୍ରେମୀ ଉତ୍ସାହିତ ଅଛନ୍ତି ।

ସୂଚନା ଅନୁଯାୟୀ, ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ଅଗଷ୍ଟ 2ୟ ସପ୍ତାହରେ ୟୁଏଇରେ ପହଞ୍ଚିବ । ଅଧିକାଂଶ ଟିମ ଅଗଷ୍ଟ 20 ସୁଦ୍ଧା ୟୁଏଇ ରେ ପହଞ୍ଚିବା ସମ୍ବାବହନା ରହିଛି । ତେବେ ଗୋଟିଏ ସପ୍ତାହ ପୂର୍ବରୁ ସିଏସକେ ଟିମ ପହଞ୍ଚି ପରିବେଶ ସହ ଖାପଖୁଆଇବା ସହ, ପ୍ରସ୍ତୁତି ଆରମ୍ଭ କରିବ । ମହାମାରୀ କୋରୋନା ଭାଇରସ ଯୋଗୁଁ ସିଏସକେର ଅଭ୍ୟାସ ଶିବିର ଅଧାରୁ ବାଧାପ୍ରାପ୍ତ ହୋଇଥିଲା । ଫଳରେ ପୂର୍ବରୁ ପ୍ରସ୍ତୁତି ଲକ୍ଷ୍ୟରେ ରହିଛି ଟିମ ।

ସବୁଠୁ ରୋଚକ କଥା ହେଉଛି, ଚେନ୍ନାଇ ସୁପର କିଙ୍ଗ୍ସରେ ଏକାଧିକ ଖେଳାଳିଙ୍କ ବୟସ 30ରୁ ଅଧିକ ରହିଛି । କ୍ୟାପଟେନ ଧୋନି ଗୋଟିଏ ବର୍ଷରୁ ଅଧିକ ସମୟ ଧରି କ୍ରିକେଟ ମ୍ୟାଚ ଖେଳିନାହାନ୍ତି । ଗତ ବର୍ଷ ଦିନିକିଆ ବିଶ୍ବକପର ସେମିଫାଇନାଲ ମ୍ୟାଚରେ ଶେଷଥର ପାଇଁ ନଜର ଆସିଥିଲେ ଧୋନି । ସୁରେଶ ରୈନା ଓ ହରଭଜନ ସିଂହ ଆଇପିଏଲ 2019 ଠାରୁ କୌଣସି ମ୍ୟାଚ ଖେଳିନାହାନ୍ତି ।

ତେବେ ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ଲକଡାଉନ କଟକଣା ମଧ୍ୟରେ ନିଜ ସହରରେ ଅଭ୍ୟାସ ଆରମ୍ଭ କରିଛନ୍ତି । ରୈନା ଗାଜିଆବାଦରେ ଅଭ୍ୟାସ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.