ETV Bharat / sports

‘କ୍ବାରେଣ୍ଟାଇନରେ ଯୁବ ଖେଳାଳିଙ୍କୁ ଅନୁଶାସନ ଶିଖାଇଛନ୍ତି ଧୋନି’ - ଆଇପିଏଲର 13ତମ ସଂସ୍କରଣ

ଧୋନିଙ୍କ ପ୍ରଶଂସାରେ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡିନ ଜୋନ୍ସ । କହିଲେ ମୋ ପସନ୍ଦର ଭାରତୀୟ ଖେଳାଳିଙ୍କ ତାଲିକାରେ ଶ୍ରେଷ୍ଠ 5ରେ ସର୍ବଦା ରହିବେ ଧୋନି । ଅଧିକ ପଢ଼ନ୍ତୁ...

IPL 2020, Dhoni is teaching discipline to young guys, Dhoni teaching discipline in quarantine, Dean Jones, former Australia cricketer Dean Jones, ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡିନ ଜୋନ୍ସ, ଯୁବ ଖେଳାଳିଙ୍କୁ ଅନୁଶାସନ ଶିଖାଇଛନ୍ତି ଧୋନି, ଧୋନିଙ୍କ ପ୍ରଶଂସା, ଆଇପିଏଲର 13ତମ ସଂସ୍କରଣ, ଆଇପିଏଲ 2020
‘କ୍ବାରେଣ୍ଟାଇନରେ ଯୁବ ଖେଳାଳିଙ୍କୁ ଅନୁଶାସନ ଶିଖାଇଛନ୍ତି ଧୋନି’
author img

By

Published : Sep 16, 2020, 11:07 AM IST

ଦୁବାଇ: ଆଇପିଏଲର 13ତମ ସଂସ୍କରଣ 19 ସେପ୍ଟେମ୍ବରରୁ ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଛି । ଆଉ ଏବେ ସମସ୍ତଙ୍କ ନଜର ରହିଛି ଏମଏସ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଉପରେ ଯିଏ ନିଜର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଧୋନି ଗତ ଅଗଷ୍ଟ 15 ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ ଗତ ପ୍ରାୟ 14 ମାସରୁ ଗୋଟିଏ ବି ମ୍ୟାଚ ଖେଳି ନାହାନ୍ତି । ତେବେ ଆଇପିଏଲର ଚଳିତ ସଂସ୍କରଣର ପ୍ରଥମ ମ୍ୟାଚରେ ଧୋନିଙ୍କର ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଛନ୍ତି ଏବଂ ଦେଖିବାକୁ ଚାହୁଁଛନ୍ତି ଯେ ବର୍ତ୍ତମାନ ମଧ୍ୟ ଧୋନିଙ୍କର ପ୍ରତିପକ୍ଷକୁ ସମସ୍ୟାରେ ପକାଇବାର ସେହି କ୍ଷମତା ଅଛି ନା ନାହିଁ ।

ଆଇପିଏଲର ଓପନିଂ ମ୍ୟାଚ ବିଷୟରେ ଏକ ଚାଟ ଶୋ ରେ ଆଲୋଚନା କରିବା ବେଳେ ଧୋନିଙ୍କୁ ଖୁବ ପ୍ରଶଂସା କରିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡିନ ଜୋନ୍ସ ।

‘‘ଏମଏସ ଧୋନି ହେଉଛନ୍ତି କ୍ୟାପ୍ଟେନ କୁଲ । ସେ 14 ମାସ ଧରି କ୍ରିକେଟ ଖେଳି ନାହାନ୍ତି । ସେ ଚେନ୍ନାଇରେ ଏକ କ୍ୟାମ୍ପ କରିଥିଲେ । ଏହାସହ କ୍ବାରେଣ୍ଟାଇନରେ ଥିବା ବେଳେ କିଛି ଯୁବ ଖେଳାଳିଙ୍କୁ ସେ ଅନୁଶାସନ ଶିଖାଇଛନ୍ତି କାରଣ ତାଙ୍କ ଖେଳରେ ଖୁବ ଅନୁଶାସନ ରହିଛି,’’ ବୋଲି ଜୋନ୍ସ କହିଛନ୍ତି ।

ଜୋନ୍ସ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଜଣେ ଅଧିନାୟକ ଭାବେ ସେ ନିଜ କୌଶଳକୁ ନେଇ ବେଶ ରକ୍ଷଣଶୀଳ । କିନ୍ତୁ ସେ ଅପେକ୍ଷା କରନ୍ତି ଆପଣ କେତେବେଳେ ଭୁଲ କରିବେ ଓ ତାପରେ ସେ ନିଜର କାମ କରି ଦିଅନ୍ତି । ସେ ଯାହା କରିଛନ୍ତି ଲୋକମାନେ ସର୍ବଦା ମନେ ରଖିବେ । ସେ ସବୁବେଳେ ମୋ ଭାରତୀୟ ଖେଳାଳିଙ୍କ ତାଲିକାରେ ଶ୍ରେଷ୍ଠ 5ରେ ରହିବେ ।’’

ଧୋନି ସିଏସକେକୁ 3ଟି ଆଇପିଏଲ ଟାଇଟଲ ମଧ୍ୟ ଜିତାଇଛନ୍ତି କିନ୍ତୁ ଗତ ବର୍ଷ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ମାତ୍ର 1 ରନରେ ହାରିଯାଇଥିଲା ଚେନ୍ନାଇ । ସେହି ଚାଟ ଶୋ ରେ ପୂର୍ବତନ ଅଷ୍ଟ୍ରେଲିଆ ସ୍ପିଡଷ୍ଟର ବ୍ରେଟ ଲି ଦୁଇ କ୍ରିକେଟରଙ୍କ ଅଧିନାୟକତ୍ବ ଶୈଳୀରେ ପାର୍ଥକ୍ୟ ବୁଝାଇଥିଲେ।

“ମୁଁ କହିବି ଯେ ରୋହିତ ଶର୍ମା ଭଲ ପରିସଂଖ୍ୟାନ ପାଇଛନ୍ତି। ମୁଁ କେବଳ କହିବାକୁ ଚାହୁଁଛି ଯେ ସେମାନେ ଉଭୟ ଖୁବ ଭଲ ଅଧିନାୟକ କିନ୍ତୁ ଭିନ୍ନ ଅଧିନାୟକ ।’’

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.