ETV Bharat / sports

କ୍ବାଲିଫାୟର-2 ମୁକାବିଲା: ଦିଲ୍ଲୀ- ହାଇଦ୍ରାବାଦର ଫାଇନାଲ ଟିକେଟ ଲଢେଇ

କ୍ବାଲିଫାୟର-1 ଓ ଏଲିମିନେଟର ମ୍ୟାଚ ପରେ ଦର୍ଶକଙ୍କ ନଜର କ୍ବାଲିଫାୟର-2 ଉପରେ । ଆଜିର କ୍ବାଲିଫାୟର ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ । ଅଧିକ ପଢନ୍ତୁ:

କ୍ବାଲିଫାୟର-2 ମୁକାବିଲା:  ଦିଲ୍ଲୀ- ହାଇଦ୍ରାବାଦର ଫାଇନାଲ ଟିକେଟ ଲଢେଇ
କ୍ବାଲିଫାୟର-2 ମୁକାବିଲା: ଦିଲ୍ଲୀ- ହାଇଦ୍ରାବାଦର ଫାଇନାଲ ଟିକେଟ ଲଢେଇ
author img

By

Published : Nov 8, 2020, 4:51 PM IST

Updated : Nov 8, 2020, 7:06 PM IST

ଆବୁଧାବି: ଦୁବାଇ ଟିକେଟ ପାଇଁ ଆଜି ଆବୁଧାବିରେ ଲଢେଇ । ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବା ଏହି କ୍ବାଲିଫାୟର-2 ମୁକାବିଲା । ୟଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୱାର୍ଣ୍ଣରଙ୍କ ଅରେଞ୍ଜ ଆର୍ମି ସନରାଇଜର୍ସ ହାଇଦ୍ରାବାଦ ।

ତେବେ ହାଇଦ୍ରାବାଦ ଦଳ ଉପରେ ନଜର ପକାଇଲେ ଶେଷ 4ଟି ମ୍ୟାଚରେ 4ଟି ବିଜୟ ସହ ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ମୋଷ୍ଟ ଡୋମିନେଟିଂ ଟିମ ହୋଇଛି ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟ ପଟେ, ଯଦି ଆମେ ଦିଲ୍ଲୀ କଥା କହିବା ଟୁର୍ଣ୍ଣାମେଣ୍ଟର ପ୍ରଥମ 9ଟି ମ୍ୟାଚରେ 7ଟି ବିଜୟ ପାଇଥିବା ବେଳେ ଶେଷ 6ଟି ମ୍ୟାଚରେ ମାତ୍ର ଗୋଟିଏରେ ବିଜୟ ପାଇଛି ୟଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସ । ତେଣୁ ବିଜୟ ଲୟରେ ଥିବା ଅରେଞ୍ଜ ଆର୍ମି ଆଗରେ କଉଠି ନା କଉଠି ଟିରେ ଧିମା ନଜର ଆସୁଛି ଆୟରଙ୍କ ୟଙ୍ଗ ବ୍ରିଗେଡିୟର ।

କ୍ବାଲିଫାୟର-2 ମୁକାବିଲା: ଦିଲ୍ଲୀ- ହାଇଦ୍ରାବାଦର ଫାଇନାଲ ଟିକେଟ ଲଢେଇ

ତେବେ ଯଦି ଦୁଇ ଦଳର ହେଡ ଟୁ ହେଟ ରେକର୍ଡ ଉପରେ ଗୋଟେ ନଜର ପକାଇଲେ ମୋଟ 17ରୁ 11ଟିରେ ହାଇଦ୍ରାବାଦ ଓ ଦିଲ୍ଲୀ 6ଟିରେ ବିଜୟ ହାସଲ କରିଛି । ସେହିପରି ଚଳିତ ସିଜିନରେ ଖେଳାଯାଇଥିବା ଦୁଇଟି ମ୍ୟାଚରେ ମଧ୍ୟ ଦିଲ୍ଲୀକୁ ମାତ୍‌ ଦେଇଥିଲା ଅରେଞ୍ଜ ଆର୍ମି । ପ୍ରଥମ ମ୍ୟାଚରେ 88ରନ ଓ 2ୟ 15ରନରେ ଦିଲ୍ଲୀକୁ ହରାଇଥିଲା ଟିମ ।

ଦିଲ୍ଲୀ ଦଳ ନିଜର ମେଡେନ ଟାଇଟଲ ଲକ୍ଷ୍ୟରେ ଚଳିତ ସିଜିନରେ ଦମଦାର ଆରମ୍ଭ କରିଥିଲା । ଏମିତି କି ଚଳିତ ସିଜିନରେ ଟାଇଟଲ ବିଜୟର ଦାବିଦାର ଭାବେ ଦିଲ୍ଲୀ କ୍ୟାପିଟାଲ୍ସକୁ ଗଣାଯାଉଥିଲା । ମାତ୍ର ଟୁର୍ଣ୍ଣାମେଣ୍ଟ ଶେଷ ଆଡକୁ ଦଳ ଭିତରେ ସେହି ୱିନିଂ ଜୋସର କମି ଦେଖିବାକୁ ମିଳିଲା । ତେବେ ଆଇପିଏଲ ଇତିହାସରେ 4ଥର ପ୍ଲେ-ଅଫ ଖେଳିଛି ଦିଲ୍ଲୀ ଦଳ । ମାତ୍ର ଏପର୍ଯ୍ୟନ୍ତ ଗୋଟିଏ ବି ଟାଇଟଲ୍ ଜିତି ପାରି ନାହିଁ । ଯଦି ଦଳର ପ୍ଲେ ଅଫ୍ ହିଷ୍ଟ୍ରି ଦେଖିଲେ ପ୍ରଥମ ସଂସ୍କରଣର ସେମିଫାଇନାଲରେ ରାଜସ୍ଥାନ ରୟାଲ୍ସଠାରୁ ପରାସ୍ତ ହୋଇଥିଲେ । ଏହାର ପର ବର୍ଷ ଅର୍ଥାତ 2009ରେ ଡେକାନ୍ ଚାର୍ଜର୍ସଠାରୁ ପରାସ୍ତ ହୋଇଥିଲା । ସେହିପରି ଆଇପିଏଲ୍ 2012ର କ୍ବାଲିଫାୟର-1ରେ କୋଲକାତା ନାଇଟ୍ ରାଇଡର୍ସ ଓ କ୍ବାଲିଫାୟର୍ 2ରେ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ପରାସ୍ତ ହୋଇଥିଲା ଦିଲ୍ଲୀ ।

ତେବେ ଚଳିତ ସିଜିନରେ ମୁମ୍ବାଇ ଠାରୁ 57ରନରେ ପରାସ୍ତ ହୋଇସାରିଛି ଏହି ଯୁବ ଦଳ । ତେଣୁ ଆଜି ମ୍ୟାଚ ହାରିଲେ ଦଳର ଟାଇଟଲ ବିଜୟ ସ୍ବପ୍ନ ଧୂଳିସାଥ ହୋଇଯିବ । ଚଳିତ ସିଜନରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ୟଙ୍ଗ ଦିଲ୍ଲୀ । ଶ୍ରେୟାସ ଆୟରଙ୍କ ଦିଲ୍ଲୀ ଟିମ ତା'ର ପ୍ରଥମ ମ୍ୟାଚରେ ପଞ୍ଜାବ ବିପକ୍ଷରେ ସୁପରଓଭର ମ୍ୟାଚ ଖେଳି ବିଜୟ ହାସଲ କରିଥିଲା । ତେବେ ଦିଲ୍ଲୀ ଆରମ୍ଭର 7ଟି ମ୍ୟାଚରୁ 5ଟିରେ ବିଜୟ ହାସଲ କରିଲା । କିନ୍ତୁ ଏହାପରର 7ଟି ମ୍ୟାଚରୁ 4ଟିରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଫଳରେ ପ୍ଲେଅଫ୍‌ରେ ଏଣ୍ଟ୍ରି ମାରିବାକୁ କ୍ୟାପିଟାଲସ୍ସକୁ ଅନ୍ତିମ ଲିଗ୍‌ ମ୍ୟାଚ ଯାଏଁ ଅପେକ୍ଷା କରିବାକୁ ପଡିଥିଲା । ଶେଷରେ ଟିମ 14ଟି ମ୍ୟାଚରୁ 8ଟିରେ ବିଜୟ ହାସଲ କରି ଟପ୍‌ 4ରେ ସ୍ଥାନ ପକ୍କା କରିଲା । କିନ୍ତୁ କ୍ବାଲିଫାୟର- 1ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଏକତରଫା ପରାଜୟ ମିଳିବା ପରେ ଦିଲ୍ଲୀକୁ ଫାଇନାଲରେ ପହଞ୍ଚିବାକୁ ଆଜି ସନରାଇଜର୍ସ ହାଇଦ୍ରାବାଦ ସହ ଲଢିବାକୁ ପଡିବ । ଦଳ ଆଜି ନିଜର ଦମଦାର୍‌ ପ୍ରଦର୍ଶନ କରି ପ୍ରଥମ ଥର ଆଇପିଏଲ ଫାଇନାଲରେ ପ୍ରବେଶ କରିବାକୁ ଚାହିଁବ ।

ତେବେ ଆଜି ମ୍ୟାଚ ପାଇଁ ଯଦି ଦଳର କିଛି ଷ୍ଟାର ଖେଳାଳିଙ୍କ ଉପରେ ନଜର ପକାଇବା । ଦିଲ୍ଲୀର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତଙ୍କ ନାମରେ ରହିଛା ହାଇଦ୍ରବାଦ ବିପକ୍ଷରେ ସର୍ବାଧିକ ରନ ରେକର୍ଡ । ହାଇଦ୍ରବାଦ ବିପକ୍ଷରେ 392ରନ ସ୍କୋର କରିଛନ୍ତି ପନ୍ତ । ମାତ୍ର ଚଳିତ ସିଜିନରେ ଏବାତ୍‌ ଦଳରେ ସବୁଠାରୁ ଫ୍ଲଫ ପ୍ରଦର୍ଶନ ଦେଖାଇଛନ୍ତି ପନ୍ତ । ସେହିପରି ଦଳ ପାଖରେ ରହିଛନ୍ତି ପର୍ପଲ କ୍ୟାପ ରେସର କାଗିସୋ ରବଡା । ହାଇଦ୍ରାବାଦ ବିପକ୍ଷରେ ସର୍ବାଧିକ ୱିକେଟ ଦାଖଲ ରେକର୍ଡ ରହିଛି ରବାଡଙ୍କ ପାଖରେ । ତେବେ ଟିମ କମ୍ପିନେସନ କଥା କହିବା ଦଳ ପାଖରେ ରହିଛନ୍ତି ଅଧିକ ଭାରତୀୟ ଖେଳାଳି । ତେଣୁ ଗତ ମ୍ୟାଚରେ ପ୍ରଦର୍ଶନକୁ ବାଦ ଦେଲେ ଦଳୀୟ ଏକାଦଶରେ ଆଜି ବେଶି କିଛି ପରିବର୍ତ୍ତନ ଦେଖିବାକୁ ନ ମିଳି ପାରେ । କେବଳ ଡାନିଏଲ ସାମଙ୍କ ସ୍ଥାନରେ ଆଜି ମ୍ୟାଚ ପାଇଁ ସିମରନ ହେଟମାୟରଙ୍କୁ ସ୍ଥାନ ମିଳିପାରେ ।

ହାଇଦ୍ରବାଦ ଦଳର କଥା କହିଲେ, ଡେକାନ୍ ଚାର୍ଜସ ଦଳ ଭାବେ ପରିଚତ ଏହି ଟିମ 2012ରେ ପ୍ରତିଷ୍ଠା ହୋଇଥିଲା । ତେବେ ଏଯାବତ୍‌ ହାଇଦ୍ରାବାଦ କେବଳ ଗୋଟିଏ ଥର ଚମ୍ପିଆନ ମୁକୁଟ ପିନ୍ଧିଛି । 2016ରେ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ଏହି ଦଳ ଆଇପିଏଲ ଟାଇଟଲ ଟେକିଥିଲା । ଚଳିତ ଥରକୁ ମିଶାଇ 5ମ ଥର ପ୍ଲେ-ଅଫ ଖେଳୁଛି ଦଳ । ତେବେ ଯଦି ଦଳର ପ୍ଲେ-ଅଫ ଯାତ୍ରାକୁ ଦେଖିଲେ 2013ରେ 4ର୍ଥ ସ୍ଥାନରେ ଟୁର୍ଣ୍ଣାମେଣ୍ଟ ଶେଷ କରିଥିଲା ହାଇଦ୍ରବାଦ । 3 ବର୍ଷ ପରେ 2016ରେ ପ୍ଲେ-ଅଫ ଖେଳିଥିଲା ଦଳ । ଆଉ ଯେଉଁଠି ଫାଇନାଲରେ ବିଜୟ ହୋଇ ଚମ୍ପିଆନ ମୁକୁଟ ପିନ୍ଧିଥିଲା । ଏହାପରେ 2017 ଓ 2018ରେ ପ୍ଲେ-ଅଫ ପର୍ଯ୍ୟନ୍ତ ପହଁଛି ପାରିଥିଲା ଦଳ । 2018ରେ କେନ ୱିଲିମାସନଙ୍କ ଅଧିନାୟକତ୍ବରେ ଦଳ ଫାଇନାଲରେ ପହଞ୍ଚିଥିଲା ମାତ୍ର ଚେନ୍ନାଇ ସୁପରକିଙ୍ଗ୍ସଠାରୁ ପରାଜିତ ହୋଇ ରନର୍ସ ଅଫ ହେବାକୁ ପଡିଥିଲା ।

ତେବେ ଓ୍ବାର୍ଣ୍ଣରଙ୍କ ଅରେଞ୍ଜ ଟିମର ଲିଗ୍‌ ରୁ ଏଲିମିନେଟର ଯାଏଁ ଯାତ୍ରାକୁ ଦେଖିଲେ, ପ୍ରଥମ 7ଟି ମ୍ୟାଚରେ ଦଳକୁ ମାତ୍ର 3ଟିରେ ବିଜୟ ମିଳିଥିଲା । ଏହାପରେ ଟିମ ଏକ ଅଲଗା ଜୋସ୍‌ରେ ନଜର ଆସିଥିଲା । ପରବର୍ତ୍ତୀ 7ଟି ମ୍ୟାଚରେ ନିଜର ଦମ୍‌ ଦେଖାଇ 5ଟିରେ ସାନଦାର ବିଜୟ ହାସଲ କରିଥିଲା । ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିବାକୁ ଦଳକୁ ଦିଲ୍ଲୀ, ବାଙ୍ଗାଲୋର,ମୁମ୍ବାଇ ଭଳି ମଜବୁତ ଟିମ ସହ ଲଢେଇ କରିବାକୁ ପଡିଥିଲା । ତେବେ ଓ୍ବାର୍ଣ୍ଣରଙ୍କ ସେନା ଏହି ଲଢେଇରେ ସଫଳ ମଧ୍ୟ ହେଲା । ଏଲିମିନେଟରରେ ହାଇଦ୍ରାବାଦକୁ ଭେଟିଥିଲା ଆରସିବି । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ସାନଦାର ପ୍ରଦର୍ଶନ କରି ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା । ଏବେ ହାଇଦ୍ରାବାଦ ନିଜର ଆଇପିଏଲ ଇତିହାସର 2ୟ ଫାଇନାଲ ଖେଳିବାକୁ ବେଶ୍‌ ଉତ୍ସୁକ ଅଛି । ତେବେ ଏଥିପାଇଁ ଆଜି ଦିଲ୍ଲୀକୁ ମାତ୍‌ ଦେଇ ବିଜୟ ହାସଲ କରିବାକୁ ଚାହିଁବ ଓ୍ବାର୍ଣ୍ଣର ଟିମ୍‌ ।

ତେବେ ଯଦି ଦଳର କିଛି ଷ୍ଟାର ଖେଲାଳିଙ୍କ କଥା କହିବା , ଦିଲ୍ଲୀ ବିପକ୍ଷରେ ସର୍ବାଧିକ ରନର ରେକର୍ଡ ରହିଛି ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ନାମରେ । ଦିଲ୍ଲୀ ବିପକ୍ଷରେ 440ରନ ଯୋଡିଛନ୍ତି ୱାର୍ଣ୍ଣର । ସେହପରି ଦିଲ୍ଲୀ ବିପକ୍ଷରେ ସର୍ବାଧିକ ୱିକେଟ ରେକର୍ଡ ରହିଛି ଦଳର ଷ୍ଟାର ବୋଲର ରସିଦ ଖାନଙ୍କ ନାମରେ । ରସିଦ ଦିଲ୍ଲୀ ବିପକ୍ଷରେ ମୋଟ 12 ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚରେ ଡିଫେଣ୍ଡି ଚମ୍ପିଆନ ତଥା ଚଳିତ ସିଜନର ପ୍ରଥମ ଫାଇନାଲିଷ୍ଟି ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍‌ ଦେଇଥିଲା ହାଇଦ୍ରାବାଦା । ଟିମ କମ୍ପିନେସନକୁ ନଜର ପକାଇଲେ ଦଳରେ ସବୁ ଏବେ ଅଲ ଇଜି ୱେଲ । ତେଣୁ ଆଜି ମ୍ୟାଚ ପାଇ ଦଳୟୀ ଏକାଦଶରେ ବିଶେଷ କିଛି ପରିବର୍ତ୍ତନ ଦେଖିବାକୁ ନ ମିଳିପାରେ । ହଁ ଯଦି ରିଦ୍ଦିମାନ ସାହା ଫିଟ୍‌ ଅଛନ୍ତି । ତେବେ ଆଜି ମ୍ୟାଚ ପାଇଁ ଦଳୀୟ ଏକାଦଶରେ ତାଙ୍କର ଅତ୍ୟନ୍ତ ଆବଶ୍ୟକ ରହିଛି । ସେହିପରି ବିଜୟ ଶଙ୍କର ଫିଟ ଥିଲେ ତାଙ୍କୁ ଅବୁଲ ସମାଦଙ୍କ ସ୍ଥାନରେ ସ୍ଥାନ ମିଳିପାରେ ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର,ରିଦ୍ଦିମାନ ଶାହା, ମନୀଷ ପାଣ୍ଡେ, କେନ୍ ୱିଲିୟମସନ, ପ୍ରିୟମ୍ ଗର୍ଗ, ବିଜୟ ଶଙ୍କର, ଜେସନ୍ ହୋଲ୍ଡର, ରସିଦ ଖାନ,ଶାହାବାଜ ନାଦିମ, ସନ୍ଦୀପ ଶର୍ମା, ଟି ନଟରାଜନ

ଦିଲ୍ଲୀ କ୍ୟାପିଟାଲ୍ସ ସମ୍ଭାବ୍ୟ ଏକାଦଶ: ପୃଥ୍ବୀ ଶ', ଶିଖର ଧୱନ, ଅଜିଙ୍କ୍ୟ ରାହାଣେ, ଶ୍ରେୟାସ୍ ଆୟର, ଋଷଭ ପନ୍ତ, ମାର୍କସ୍ ଷ୍ଟୋଇନିସ୍ ,ସିମରନ ହେଟମାୟର, ଆକ୍ସର ପଟେଲ, ରବିଚନ୍ଦ୍ରନ୍ ଅଶ୍ବିନ, କାଗିସୋ ରାବାଡା, ଆନ୍ରିଚ୍ ନୋର୍ଜେ

Last Updated : Nov 8, 2020, 7:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.